ETV Bharat / state

ବୌଦ୍ଧରେ ଆଗେଇ ଚାଲିଛି ଗାଁକୁ ଚାଲ ଅଭିଯାନ, ବିଜାପଦର ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

author img

By

Published : Dec 27, 2022, 1:21 PM IST

ବିଜାପଦର ଗ୍ରାମରେ ପହଞ୍ଚି ଲୋକଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଲେ ବୌଦ୍ଧ ଜିଲ୍ଲାପାଳ । ସମସ୍ତ ସମସ୍ୟାର ସମାଧାନ ପାଇଁ ଦେଲେ ନିର୍ଦ୍ଦେଶ । ଅଧିକ ପଢନ୍ତୁ

boudh collector in Bijapadar village
boudh collector in Bijapadar village

ବିଜାପଦର ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ବୌଦ୍ଧ: ଜିଲ୍ଲା ପ୍ରଶାସନ ତରଫରୁ ଆରମ୍ଭ ହୋଇଛି ଗାଁକୁ ଚାଲ ଅଭିଯାନ । ଏହି ଅଭିଯାନ ମାଧ୍ୟମରେ ଲୋକଙ୍କ ସମସ୍ୟା ଜାଣିବାକୁ ପ୍ରୟାସ କରାଯାଉଛି। ବିଭିନ୍ନ ଗ୍ରାମରେ ପହଞ୍ଚି ବିଭାଗୀୟ ଅଧିକାରୀ ମାନେ ବିଭିନ୍ନ ଯୋଜନାର ସମୀକ୍ଷା କରୁଛନ୍ତି। ଏହି ଅଭିଯାନ ମାଧ୍ୟମରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦିପ କୁମାର ଆମାତଙ୍କ ପୈତୃକ ଗ୍ରାମରେ ପହଞ୍ଚି ସରକାରଙ୍କ ବିକାଶମୂଳକ କାର୍ଯ୍ୟ କିଭଳି ଚାଲିଛି ତାର ତଦାରଖ କରିଛନ୍ତି ବୌଦ୍ଧ ଜିଲ୍ଲାପାଳ ।

ଗାଁର ରାସ୍ତା ମଝିରେ ଏକ ଖଟରେ ବସି ଜିଲ୍ଲାପାଳ ବିଭିନ୍ନ ହିତାଧିକାରୀଙ୍କ ସହିତ ସିଧାସଳଖ ଆଲୋଚନା କରି ସେମାନଙ୍କ ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରିଥିଲେ। ସୋମବାର ବ୍ରାହ୍ମଣୀ ପାଲି ପଞ୍ଚାୟତରେ ଜିଲ୍ଲାପାଳ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ପରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ପୈତୃକ ଗ୍ରାମ ବିଜାପଦରଠାରେ ପହଞ୍ଚି ଥିଲେ ।

ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଅନ୍ୟ ବିଭାଗୀୟ ଅଧିକାରୀଙ୍କ ସହିତ ବିଜାପଦରଠାରେ ପହଞ୍ଚି ଗାଁ ମଝିରେ ଖଟରେ ବସି ବିଭିନ୍ନ ହିତାଧିକାରୀଙ୍କ ସହିତ ସିଧାସଳଖ ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ । ସମସ୍ତ ସମସ୍ୟା ସମ୍ପର୍କରେ ଲୋକଙ୍କ ମୁହଁରୁ ଶୁଣିବା ପରେ ଗାଁର ରାସ୍ତା, ଶହେ ପରିବାରକୁ ତୁରନ୍ତ ପାନୀୟଜଳ ଯୋଗାଣ, ବିଦ୍ୟୁତ, ସାମାଜିକ ସୁରକ୍ଷା, ରାସନ, ଆବାସ, ଅଙ୍ଗନବାଡି ସମସ୍ୟାର ତୁରନ୍ତ ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଗ୍ରାମର ମହିଳା ଗୋଷ୍ଠୀକୁ ସ୍ବାବଲମ୍ବୀ କରିବା ପାଇଁ ଜିଲ୍ଲାପାଳ ବିଭିନ୍ନ ପରାମର୍ଶ ଦେଇଥିଲେ । ଏହାପରେ ଦୁଇ ଜଣ ରୋଗୀଙ୍କ ଘରେ ପହଞ୍ଚି ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ।

ତେବେ ଲୋକଙ୍କ ସମସ୍ୟା ଦୂର କରିବା ପାଇଁ ବୌଦ୍ଧ ଜିଲ୍ଲା ପ୍ରଶାସନ ଗାଁକୁ ଚାଲ ଅଭିଯାନ ଆରମ୍ଭ କରିଛନ୍ତି । ଏହି ଅଭିଯାନ ମାଧ୍ୟମରେ ଲୋକଙ୍କ ସମସ୍ୟା ଜାଣିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ଏମିତି ଅନେକ ଗ୍ରାମ ରହିଛି ସେଠାରେ ସରକାରୀ ଯୋଜନା ଯେମିତି ସାତ ସପନ ପାଲଟିଛି । ଜିଲ୍ଲାର ଅନେକ ଉପାନ୍ତ ଅଞ୍ଚଳରେ ରାସ୍ତା ଘାଟଠାରୁ ନେଇ ଆବାସ, ବିଦ୍ୟୁତ୍‌, ରାସନ, ସାମାଜିକ ସୁରକ୍ଷା ଓ ସ୍ବାସ୍ଥ୍ୟ ସେବା ପହଞ୍ଚି ପାରିନି । ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ଏଭଳି ଅଞ୍ଚଳ ହେଉଛି ସମାଡାଙ୍ଗୀ । ଯେଉଁ ପହଞ୍ଚି ଗ୍ରାମର ସ୍ଥିତି ପରଖିଥିଲା ଆମ ଇଟିଭି ଭାରତ ଟିମ୍‌ ।

ଗ୍ରାମକୁ ନା ରାସ୍ତାଟିଏ ଅଛି ନା ପହଞ୍ଚି ପାରୁଛି ସ୍ବାସ୍ଥ୍ୟ ସେବା । ଅନେକ ଲୋକ ଜିଲ୍ଲାପାଳଙ୍କୁ ନିଜ ଗ୍ରାମରେ ଦେଖିନଥିବା କହିଥିବା ବେଳେ ନିଜ ଗ୍ରାମରେ ଆମ୍ବୁଲାନ୍ସଟିଏ ମଧ୍ୟ ଆଜି ପର୍ଯ୍ୟନ୍ତ ଦେଖିନଥିବା କହିଥିଲେ । ଏଠାରେ ଆବାସ ଯୋଜନାରେ ଲୋକଙ୍କୁ ଘରଟିଏ ମିଳିବା ମଧ୍ୟ କଷ୍ଟକର । ଫଳରେ ଛୋଟଛୋଟ ମାଟି ଘରେ ଜୀବନ ବିତାଉଛନ୍ତି ଗ୍ରାମବାସୀ ।

ସେହିପରି ହରଭଙ୍ଗା ବ୍ଲକର ଆଢେଣୀଗଡ, ତଳଗାଁ, ମହାଲିକପଡା , ବୌଦ୍ଧ ବ୍ଲକର ଟିକରପଡା, ଆମ୍ବଝରୀ, ଗୁନ୍ଦୁଳିଆ, ଶଗଡା ଓ କଣ୍ଟାମାଳ ବ୍ଲକର ଲମ୍ବସରୀ, ଉମା, ନାରାୟଣ ପ୍ରସାଦ ଭଳି ପଞ୍ଚାୟତର ଅନେକ ଉପାନ୍ତ ଅଞ୍ଚଳରେ ସରକାରଙ୍କ ବିକାଶର ବାଟ ଓଗାଳିଛି ବଣ ଜଙ୍ଗଲର ଘାଟିରାସ୍ତା । ଏହି ସବୁ ଅଞ୍ଚଳରେ କେବେ ଦୂର ହେବ ସମସ୍ୟା ଏବେ ଖାଲି ତାହାକୁ ହିଁ ଅପେକ୍ଷା ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.