ETV Bharat / state

ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ଓ ପଶ୍ଚିମ ଓଡିଶାକୁ ଅବହେଳାର ପ୍ରତିବାଦ

author img

By

Published : Jul 28, 2021, 6:01 PM IST

ବୌଦ୍ଧ ଜିଲ୍ଲାର ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା ଓ ସ୍ବାସ୍ଥ୍ୟ ସେବାରେ ପଶ୍ଚିମ ଓଡିଶାକୁ ରାଜ୍ୟ ସରକାର ଲଗାତାର ଉପେକ୍ଷା କରୁଥିବା ଅଭିଯୋଗରେ ଜିଲ୍ଲା ବିଜେପିର ବିକ୍ଷୋଭ ପ୍ରଦର୍ଶନ ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ । ଅଧିକ ପଢନ୍ତୁ...

ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା ଓ ପଶ୍ଚିମ ଓଡିଶାକୁ ଅବହେଳାର ପ୍ରତିବାଦ
ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା ଓ ପଶ୍ଚିମ ଓଡିଶାକୁ ଅବହେଳାର ପ୍ରତିବାଦ

ବୌଦ୍ଧ: ଜିଲ୍ଲାରେ ବିପର୍ଯ୍ୟସ୍ତ ହୋଇପଡିଛି ସ୍ବାସ୍ଥ୍ୟ ସେବା । ଆବଶ୍ୟକ ସଂଖ୍ୟକ ଡାକ୍ତର ଅଭାବ ଥିବା ବେଳେ ସରକାର ଲଗାତାର ପଶ୍ଚିମ ଓଡିଶାକୁ ଅଣଦେଖା କରୁଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି । ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକର ବିଭିନ୍ନ ସ୍ଥାନରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନଥିବା ବେଳେ ସ୍ବାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ଭୁଷୁଡି ପଡିଥିବା ଜିଲ୍ଲା ବିଜେପି ଅଭିଯୋଗ କରିଛି ।

ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା ଓ ପଶ୍ଚିମ ଓଡିଶାକୁ ଅବହେଳାର ପ୍ରତିବାଦ

ଜିଲ୍ଲାର ଜହ୍ନାପଙ୍ଗ, ଧଳପୁର ଓ ତଳଗାଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ବିନା ଡାକ୍ତରରେ ଚାଲିଥିବା ବେଳେ ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରେ ଆବଶ୍ୟକ ସଂଖ୍ୟକ ବେଡ ଓ ଅନ୍ୟ ସରଞ୍ଜାମ ଅଭାବରୁ ରୋଗୀଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏପରିକି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ମଧ୍ୟ ନବଜାତ ଓ ପ୍ରସୂତୀ ବାରଣ୍ଡାରେ ପଡି ରହୁଛନ୍ତି ।

ସେପଟେ ବୌଦ୍ଧ ଡାକ୍ତରଖାନା ସହ ଜଡିତ ବୁର୍ଲା ଡାକ୍ତରଖାନାକୁ ରାଜ୍ୟ ସରକାର ଏକମୋ ଯନ୍ତ୍ର ପ୍ରଦାନରେ ପାତର ଅନ୍ତରରେ ବିଜେପି ତୀବ୍ର ଅସନ୍ତୋଷ ପ୍ରକାଶ କରିଛି । ଆଜି(ବୁଧବାର) ଜିଲ୍ଲା ବିଜେପି ପକ୍ଷରୁ ଏହାର ପ୍ରତିବାଦ ସ୍ବରୁପ ଏକ ବିକ୍ଷୋଭ ଶୋଭାଯାତ୍ରା ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କରାଯାଇ ଦୀର୍ଘ ସମୟ ଧରି ଧାରଣାରେ ବସି ରହିଥିଲେ । ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ଓ ଅନ୍ୟାନ୍ୟ ଏଗାର ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ପ୍ରଦାନ କରାଯାଇଥିଲା ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.