ETV Bharat / state

ଦନ୍ତାହାତୀ ଶିକାର ଘଟଣାରେ ପୁଣି ଜଣେ ଗିରଫ

author img

By

Published : Aug 28, 2022, 10:00 PM IST

ବୌଦ୍ଧ ହାତୀ ଶିକାର ଘଟଣାରେ ପୁଣି ଜଣକୁ ଗିରଫ କରିଛି ବନ ବିଭାଗ । ତେବେ ଅଭିଯୁକ୍ତଙ୍କ ପରିବାର ପକ୍ଷରୁ ଘଟଣାକୁ ଅସ୍ବୀକାର କରାଯିବା ସହିତ ଏହାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଦାବି କରାଯାଇଛି । ଅଧିକ ପଢ଼ନ୍ତୁ

ଦନ୍ତାହାତୀ ଶିକାର ଘଟଣାରେ ପୁଣି ଜଣେ ଗିରଫ
ଦନ୍ତାହାତୀ ଶିକାର ଘଟଣାରେ ପୁଣି ଜଣେ ଗିରଫ

ବୌଦ୍ଧ: ଜିଲ୍ଲାରେ ବାରମ୍ବାର ଦନ୍ତାହାତୀ ଶିକାର ଘଟଣା(Boudh Elephant Hunting Case) ସାମ୍ନାକୁ ଆସୁଥିବାବେଳେ, ପୁଣି ଜଣକୁ ଏହି ଘଟଣାରେ ଗିରଫ କରିଛି ବନ ବିଭାଗ । ତେବେ ଘଟଣାକୁ ଅଭିଯୁକ୍ତଙ୍କ ପରିବାର ପକ୍ଷରୁ ଅସ୍ବୀକାର କରାଯିବା ସହିତ ଏହାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଦାବି କରାଯାଇଛି । ଜିଲ୍ଲାରେ ବନ୍ୟପ୍ରାଣୀ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିଲେ ମଧ୍ୟ ବାରମ୍ବାର ହାତୀ ଶିକାର ଘଟଣା ସାମ୍ନାକୁ ଆସୁଛି । ବୌଦ୍ଧ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ଅନେକ ହାତୀ ଚଳପ୍ରଚଳ କରିଥାନ୍ତି ।

ଦନ୍ତାହାତୀ ଶିକାର ଘଟଣାରେ ପୁଣି ଜଣେ ଗିରଫ

ତେବେ ପ୍ରାୟ ତିନି ମାସ ପୂର୍ବରୁ ବୌଦ୍ଧ ବନଖଣ୍ଡର ସଦର ରେଞ୍ଜ ଅନ୍ତର୍ଗତ ବଘିଆପଡା ବିଟ୍‌ର ବେରେଡାବାରି ଓ ବିରିଗଡ ନିକଟସ୍ଥ ଜଙ୍ଗଲରେ ଦୁଇ ଦୁଇଟି ଦନ୍ତାହାତୀ ଶିକାର ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା । ମୃତ ହାତୀ ଦୁଇଟିର ଦାନ୍ତ ମଧ୍ୟ ମାଫିଆମାନେ ଲୁଟି ନେଇଥିଲେ । ଏହି ଘଟଣାରେ ଜଙ୍ଗଲ ବିଭାଗର ଜଣେ ରେଞ୍ଜର, ଜଣେ ଫରେଷ୍ଟର ଓ ଜଣେ ଗାର୍ଡ ସହିତ ଅନ୍ୟ କେତେକ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିଲା ।

ଏହାବି ପଢ଼ନ୍ତୁ...ଦନ୍ତାହାତୀ ମୃତ୍ୟୁ ମାମଲାରେ ଚାରିଜଣଙ୍କୁ ଗିରଫ କଲା ଜଙ୍ଗଲ ବିଭାଗ

ଏଥିସହିତ ୪ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ପରବର୍ତ୍ତୀ ସମୟରେ ସମ୍ବଲପୁର ଅଞ୍ଚଳରୁ ଗୋଟିଏ ହାତୀଦାନ୍ତକୁ ଜଙ୍ଗଲ ବିଭାଗ ଜବତ କରି ଅଧିକ ତଦନ୍ତ ଜାରି ରଖିଥିଲା । ତେବେ ବର୍ତ୍ତମାନ ପୁଣିଥରେ ସମ୍ବଲପୁର ଜିଲ୍ଲା ପାଞ୍ଚଫୁଟ ଗ୍ରାମର ଜଣେ ଯୁବକକୁ ବୌଦ୍ଧ ବନ ବିଭାଗ ହାତୀ ଶିକାର ଘଟଣାରେ ଗିରଫ କରିଥିବା ଜଣାପଡ଼ିଛି ।

ଏନେଇ ଅଭିଯୁକ୍ତଙ୍କ ପରିବାର ପକ୍ଷରୁ ଘଟଣାକୁ ଅସ୍ବୀକାର କରାଯିବା ସହିତ ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରାଯାଇଛି । କ୍ରାଇମବ୍ରାଞ୍ଚ ତଦନ୍ତ କରାଗଲେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ଗିରଫ ଅଭିଯୁକ୍ତର ସମ୍ପର୍କୀୟ ଦାବି କରିଛନ୍ତି । ତେବେ ଏନେଇ ବୌଦ୍ଧ ବନ ବିଭାଗର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.