ETV Bharat / state

ବୌଦ୍ଧରୁ ଆଉ ଦୁଇ ପଜିଟିଭ ଚିହ୍ନଟ, ପ୍ରଶାସନର ବଢିଲା ଚିନ୍ତା

author img

By

Published : Apr 8, 2021, 10:26 AM IST

ମାଡି ଆସୁଛି କୋରୋନା ସଂକ୍ରମଣର ଦ୍ବିତୀୟ ଲହରୀ । ଏହାକୁ ଦୃଷ୍ଟିରେ ରଖି ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତା ମୂଳକ ପଦକ୍ଷେପ ଆରମ୍ଭ କରାଯାଇଛି । ଅଧିକ ପଢନ୍ତୁ...

ବୌଦ୍ଧରୁ ଆଉ ଦୁଇ ପଜିଟିଭ ଚିହ୍ନଟ, ପ୍ରଶାସନର ବଢିଲା ଚିନ୍ତା
ବୌଦ୍ଧରୁ ଆଉ ଦୁଇ ପଜିଟିଭ ଚିହ୍ନଟ, ପ୍ରଶାସନର ବଢିଲା ଚିନ୍ତା

ବୌଦ୍ଧ: ମାଡି ଆସୁଛି କୋରୋନା ସଂକ୍ରମଣର ଦ୍ବିତୀୟ ଲହରୀ । ଏହାକୁ ଦୃଷ୍ଟିରେ ରଖି ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତା ମୂଳକ ପଦକ୍ଷେପ ଆରମ୍ଭ କରାଯାଇଛି । ବୁଧବାର ବୌଦ୍ଧ ଜିଲ୍ଲା ପୋଲିସ ପକ୍ଷରୁ ବସଷ୍ଟାଣ୍ଡ, ବଜାର ଓ ଜନଗହଳି ପୂର୍ଣ୍ଣ ସ୍ଥାନରେ ଖୋଦ ଏସପି ପହଞ୍ଚି ମାସ୍କ ପରିଧାନ ଓ ସାମାଜିକ ଦୂରତା ପାଇଁ ଲୋକଙ୍କୁ ସଚେତନ କରିଥିଲେ । ଆସନ୍ତା ଦିନରେ ଅମାନିଆ ଲୋକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି ।

ବୌଦ୍ଧରୁ ଆଉ ଦୁଇ ପଜିଟିଭ ଚିହ୍ନଟ, ପ୍ରଶାସନର ବଢିଲା ଚିନ୍ତା

ସେହିପରି ତିନି ଦିନ ପୂର୍ବରୁ ବୌଦ୍ଧ ଜିଲ୍ଲାରୁ ଗୋଟିଏ ମାତ୍ର କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଗତକାଲି(ବୁଧବାର) ଆଉ ଦୁଇଟି ପଜିଟିଭ ଚିହ୍ନଟ ହୋଇଛନ୍ତି । ସେପଟେ ବୌଦ୍ଧ ଜିଲ୍ଲାର ବିଭିନ୍ନ ଉପାନ୍ତ ଅଞ୍ଚଳରେ କୋରୋନା ପ୍ରତିଷେଧକ ଟୀକାକରଣ କାର୍ଯ୍ୟକ୍ରମ ଜାରି ରହିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.