ETV Bharat / state

ବୁଲିବାକୁ ଯାଇ ଆଉ ଫେରି ନଥିଲେ, ସାଳନ୍ଦୀ ନଦୀରୁ ମୃତଦେହ ଉଦ୍ଧାର

author img

By

Published : Sep 19, 2019, 2:22 PM IST

Updated : Sep 19, 2019, 2:39 PM IST

ସାଳନ୍ଦୀ ନଦୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ଭଦ୍ରକ ଜିଲ୍ଲା ଚନ୍ଦନ ବଜାର ଅଞ୍ଚଳର ରାଜେଶ ରାଉତ ବୋଲି ଜଣାପଡିଛି । ସେପଟେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ


ଭଦ୍ରକ: ଜିଲ୍ଲାର ସନ୍ଥିଆ ନିକଟସ୍ଥ ସାଳନ୍ଦୀ ନଦୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତ ଯୁବକଙ୍କ ପରିଚୟ ରାଜେଶ ରାଉତ ଥିବା ବେଳେ ତାଙ୍କ ଘର ଚନ୍ଦନ ବଜାର ଅଞ୍ଚଳରେ ଥିବା ଜଣାପଡିଛି । ସୂଚନା ଅନୁସାରେ ବୁଧବାର ସନ୍ଧ୍ୟାରେ ରାଜେଶ ବୁଲିବାକୁ ଯିବା କଥା କହି ଆଉ ଘରକୁ ଫେରି ନଥିଲେ। ତେବେ ଗୁରୁବାର ସାଳନ୍ଦୀ ନଦୀରେ ଉକ୍ତ ଯୁବକଙ୍କ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ


ଏହା ରାଜେଶଙ୍କ ମୃତଦେହ ବୋଲି ଗାଁ ଲୋକେ ଜାଣିପାରି ରାଜେଶଙ୍କ ପରିବାର ଲୋକଙ୍କ ଖବର ଦେବା ସହ ପୋଲିସକୁ ମଧ୍ୟ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଭଦ୍ରକ ଟାଉନ ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ସେପଟେ ଉକ୍ତ ମାମଲାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି ।


ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : DEAD BODY
FORMAT : AVO
REPORT : DEBASIS MOHAPATRA / BHADRAK
DATE : 19.09.2019

ANCHOR : ଭଦ୍ରକ ସନ୍ଥିଆ ନିକଟସ୍ଥ ସାଳନ୍ଦୀ ନଦୀ ରୁ ଯୁବକ ଙ୍କ ମୃତ ଦେହ ଉଦ୍ଧାର। ଯୁବକଙ୍କ ନାମ ରାଜେଶ ରାଉତ ଏବଂ ଘର ଚନ୍ଦନ ବଜାର ଅଞ୍ଚଳରେ ବୋଲି ଜଣାପଡିଛି। Body:ଗତ କାଲି ସଂଧ୍ୟାରେ ରାଜେଶ ଘରୁ ଆସି ଆଉ ଘରକୁ ଫେରି ନଥିଲେ। ତେବେ ଆଜି ସାଳନ୍ଦୀ ନଦୀରେ ଜଣେ ଯୁବକଙ୍କ ମୃତ ଦେହ ଭାସୁଥିବାର ଦେଖିବାକୁ ମିଳିଥିଲା। ପରେ ଏହା ରାଜେଶ ଙ୍କ ମୃତ ଦେହ ବୋଲି ଜଣାପଡିଛି। ଖବର ପାଇ ଘଟଣା ସ୍ଥଳରେ ଭଦ୍ରକ ଟାଉନ ଥାନା ପୁଲିସ ପହଞ୍ଚି ମୃତ ଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟ କୁ ପଠାଇ ଏନେଇ ଅଧିକ ତଦନ୍ତ ଆରମ୍ଭ କରିଛି। ଏହି ମୃତ୍ୟୁ ର କାରଣ, ଶବ ବ୍ୟବଚ୍ଛେଦ ରିପୋର୍ଟ ଏବଂ ପୁଲିସ ର ତଦନ୍ତ ପରେ ସ୍ପଷ୍ଟ ହେବ।Conclusion:
Last Updated : Sep 19, 2019, 2:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.