ETV Bharat / state

12 ଘଣ୍ଟିଆ ବଦଳରେ 6 ଘଣ୍ଟିଆ ଶ୍ରମ ଦିବସ ଦାବି କଲା କେନ୍ଦ୍ରୀୟ ଟ୍ରେଡୟୁନିଅନ

author img

By

Published : May 23, 2020, 11:03 PM IST

12 ଘଣ୍ଟିଆ ଶ୍ରମ ଦିବସ ବନ୍ଦ କରି 6 ଘଣ୍ଟିଆ ଶ୍ରମ ଦିବସ ଦାବି କରିଛି କେନ୍ଦ୍ରୀୟ ଟ୍ରେଡ୍‌ୟୁନିଅନ । ଅଧିକ ପଢ଼ନ୍ତୁ...

Bhadrak trade union protest
କେନ୍ଦ୍ରୀୟ ଟ୍ରେଡୟୁନିଅନ ଭଦ୍ରକ

ଭଦ୍ରକ: କୋଭିଡ଼-୧୯ ମହାମାରୀ ଦ୍ବାରା କବଳିତ ହୋଇ ଦେଶବାସୀ ନାହିଁ ନଥିବା ଦୁର୍ଦ୍ଦଶା ମଧ୍ୟରେ ଥିବାବେଳେ ପ୍ରାୟ ୧୪କୋଟିରୁ ଅଧିକ ଶ୍ରମିକ କର୍ମଚାରୀ ନିଜର କର୍ମ ସଂସ୍ଥାନ ହରାଇଛନ୍ତି। ତେବେ ଏହିଭଳି ଶ୍ରମିକମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇଦେବା ଦାବି ସହ 12 ଘଣ୍ଟିଆ ଶ୍ରମ ଦିବସ ବନ୍ଦ କରି 6 ଘଣ୍ଟିଆ ଶ୍ରମ ଦିବସ ଦାବି କରିଛି କେନ୍ଦ୍ରୀୟ ଟ୍ରେଡ୍‌ୟୁନିଅନ।

କେନ୍ଦ୍ରୀୟ ଟ୍ରେଡୟୁନିଅନ ଭଦ୍ରକ

ଏନେଇ ସଂଘର ଡ଼ାକରାରେ ଭଦ୍ରକ ଜିଲ୍ଲାର ମିଳିତ ଶ୍ରମିକ ସଂଗଠନ ପକ୍ଷରୁ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ଶ୍ରମକାର୍ଯ୍ୟାଳୟ ଆଗରେ ପ୍ରତିବାଦ ଓ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ସାମାଜିକ ଦୂରତା ଅବଲମ୍ବନ କରି ଏଆଇଟିୟୁସି, ସିଆଇଟିୟୁ, ଏଆଇସିସିଟିୟୁ, ଏଆଇୟୁଟିୟୁସି, ଆଇଏନ୍‌ଟିୟୁସି ସହିତ ଶ୍ରମିକ ସଂଗଠନ ମାନଙ୍କର ନେତୃତ୍ବରେ ଅନେକ କର୍ମୀ ଏହି ବିକ୍ଷୋଭରେ ଅଂଶଗ୍ରହଣ କରିଥିଲେ ।

ଭଦ୍ରକରୁ ଦେବାଷିଶ ମହାପାତ୍ରଙ୍କ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.