ETV Bharat / state

ମଧ୍ୟାହ୍ନ ଭୋଜନ ଖାଇ 16 ଛାତ୍ରଛାତ୍ରୀ ଅସୁସ୍ଥ, ଝିଟିପିଟି ପଡ଼ିଥିବା ଅଭିଭାବକଙ୍କ ଅଭିଯୋଗ

author img

By ETV Bharat Odisha Team

Published : Oct 18, 2023, 2:23 PM IST

ମଧ୍ୟାହ୍ନ ଭୋଜନ ଖାଇ 16 ଛାତ୍ରଛାତ୍ରୀ ଅସୁସ୍ଥ । ଖାଦ୍ୟରେ ଝିଟିପିଟି ପଡ଼ିଥିବା ଅଭିଯୋଗ ଆଣିଛନ୍ତି ଅଭିଭାବକ । ଅଧିକ ପଢନ୍ତୁ

ମଧ୍ୟାହ୍ନ ଭୋଜନ ଖାଇ 16 ଛାତ୍ରଛାତ୍ରୀ ଅସୁସ୍ଥ
students fell ill after eating mid day meal

students fell ill after eating mid day meal

ଭଦ୍ରକ: ମଧ୍ୟାହ୍ନ ଭୋଜନ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ । ଭଦ୍ରକ ଜିଲ୍ଲା ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ମୁନିସି ପାଟଣା ପ୍ରାଥମିକ ବିଦ୍ୟାଳୟର 16 ଜଣ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଇବା ପରେ ଅସୁସ୍ଥ ହୋଇଥିବା ଖବର ମିଳିଛି । ସମସ୍ତଙ୍କୁ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଖାଦ୍ୟରେ ଝିଟିପିଟି ପଡ଼ିଥିବା ଅଭିଭାବକ ଅଭିଯୋଗ କରିଛନ୍ତି ।

ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ମୁନିସି ପାଟଣା ପ୍ରାଥମିକ ବିଦ୍ୟାଳୟର 16 ଜଣ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଇ ଅସୁସ୍ଥ ହୋଇ ପଡ଼ିଥିଲେ । ସ୍କୁଲର କିଛି ପିଲା ମଧ୍ୟାହ୍ନ ଭୋଜନ ଖାଇଥିଲେ ଓ କିଛି ପିଲା ଖାଇନଥିଲେ । ଏହାପରେ କିଛି ପିଲା ହଠାତ ଅସୁସ୍ଥ ହୋଇପଡିଥିଲେ । ଖାଦ୍ୟରେ ଝିଟିପିଟି ପଡ଼ିଥିବା ପିଲାମାନେ ଘରେ ଜଣାଇଥିଲେ । ସେମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।

ଏହା ବି ପଢନ୍ତୁ...ମଧ୍ୟାହ୍ନ ଭୋଜନ ଖାଇ 19 ଛାତ୍ରଛାତ୍ରୀ ଅସୁସ୍ଥ, ଚିକିତ୍ସା ପରେ ସ୍ବାସ୍ଥ୍ୟବସ୍ଥା ସ୍ଥିର

ଏହି ଘଟଣା ଜଣାପଡ଼ିବା ପରେ ଅନ୍ୟ ଅବିଭାବକମାନେ ଭୟଭୀତ ହୋଇ ସେମାନଙ୍କ ପିଲାମାନଙ୍କୁ ନେଇ ତୁରନ୍ତ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ଖାଦ୍ୟରେ ଝିଟିପିଟି ପଡ଼ିଥିବା ନେଇ ବିଦ୍ୟାଳୟ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ମିଳିନଥିବା ବେଳେ ତଦନ୍ତ ପରେ ଏହି ଘଟଣାର ପ୍ରକୃତ କାରଣ ଜଣାପଡ଼ିବ । ଅନ୍ୟ ପକ୍ଷରେ ଚିକିତ୍ସିତ ହେଉଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି ।

ଜଣେ ଅଭିଭାବକ କହିଛନ୍ତି, ''ପିଲାଏ ସ୍କୁଲରୁ ଜଲଦି ଘରକୁ ଆସିଥିଲେ । ତାଙ୍କୁ ପଚାରିବାକୁ ସେ କହିଥିଲେ ଖାଇବାରେ ଝିଟିପିଟି ପଡ଼ିଥିଲା କିଛି ପିଲା ଖାଇବା ଖାଇଥିଲେ ଓ କିଛି ଖାଇ ନଥିଲେ । ଆମେ ସାରଙ୍କ ସହ ଯୋଗାଯୋଗ କରିଥିଲୁ । ମାତ୍ର ସାରଙ୍କ କଥାରେ ତାଳମେଳ ନଥିଲା । ତେଣୁ ଆମେ ଆମ ପିଲାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ଅଣିଛୁ ।''

ଏହା ବି ପଢନ୍ତୁ...ମଧ୍ୟାହ୍ନ ଭୋଜନ ଖାଇ 50ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅସୁସ୍ଥ

ମଧ୍ୟାହ୍ନ ଭୋଜନ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ ହେବା ପ୍ରଥମ ଖବର ନୁହେଁ । ପୂର୍ବରୁ ଅନେକ ସ୍କୁଲ ନାମରେ ଏପରି ଅଭିଯୋଗ ଆସିଛି । ବାରମ୍ବାର ଏପରି ଘଟଣା ଦେଖିବାକୁ ମିଳୁଥିଲେ ବି ଏ ଦିଗରେ ସଚେତନ ହେଉ ନାହାନ୍ତି ବିଦ୍ୟାଳୟ କର୍ତ୍ତୃପକ୍ଷ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.