ETV Bharat / state

ମଦ ମାଫିଆଙ୍କ ଉପରେ ଚଢ଼ାଉ ବେଳେ ପୋଲିସ ଅଧିକାରୀଙ୍କୁ ଆକ୍ରମଣ, ୪ ଗିରଫ

author img

By ETV Bharat Odisha Team

Published : Aug 27, 2023, 10:49 PM IST

Updated : Aug 28, 2023, 6:43 AM IST

କୋଇଲା ଏବଂ ମଦ ମାଫିଆଙ୍କ ଚଢ଼ାଉ ବେଳେ ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଏସଆଇଙ୍କୁ ଆକ୍ରମଣ । ଘଟଣାରେ 4 ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଅଧିକ ପଢ଼ନ୍ତୁ

attack on police SI in bhadrak
ମଦ ମାଫିଆଙ୍କ ଆକ୍ରମଣରେ ପୋଲିସ ଅଧିକାରୀ ଆହତ

ମଦ ମାଫିଆଙ୍କ ଆକ୍ରମଣରେ ପୋଲିସ ଅଧିକାରୀ ଆହତ

ଭଦ୍ରକ: କୋଇଲା ଏବଂ ମଦ ମାଫିଆଙ୍କ ଉପରେ ଚଢ଼ାଉ ବେଳେ ପୋଲିସ ଅଧିକାରୀଙ୍କ ଉପରେ ଆକ୍ରମଣ । ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅନ୍ତର୍ଗତ ଇଚ୍ଛାପୁରଠାରେ ମାଫିଆ ମାନେ ଦୁଇ ପୋଲିସ ଅଧିକାରୀଙ୍କୁ ଆକ୍ରମଣ କରିଥିବା ଜଣାପଡ଼ିଛି । ଆକ୍ରମଣରେ ଦୁଇ ପୋଲିସ ଅଧିକାରୀ ଆହତ ହୋଇଥିବା ବେଳେ 4 ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଘଟଣାର ମାଷ୍ଟରମାଇଣ୍ଡ ବର୍ତ୍ତମାନ ସୁଦ୍ଧା ଫେରାର ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅନ୍ତର୍ଗତ ଇଚ୍ଛାପୁର ଠାରେ ଥିବା ମାମାଲି ହୋଟେଲ ମାଲିକ ଦୀର୍ଘ 10 ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ହୋଟେଲ ଏବଂ ତାଙ୍କ ଘର ପାଖରେ ଚୋରା ଦେଶୀ ଏବଂ ବିଦେଶୀ ମଦ ସହିତ ଚୋରା କୋଇଲା ବେପାର କରୁଥିଲେ । ଯାହାକୁ ନେଇ ସ୍ଥାନୀୟ ଲୋକେ ବାରମ୍ବାର ଅଭିଯୋଗ କରି ଆସୁଥିଲେ । ମଦ ଏବଂ କୋଇଲା ବେପାର ହେଉଥିବା ଖବର ପାଇଁ ସାବରଙ୍ଗ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଚଢ଼ାଉ କରିଥିଲା । ଏହି ସମୟରେ ହଠାତ କୋଇଲା ତଥା ମଦ ମାଫିଆ ଦୈତାରୀ ନାୟକ ସହ ମିଶି 4 ଜଣ ଅଭିଯୁକ୍ତ ସଂଘବଦ୍ଧ ଭାବେ ପୋଲିସକୁ ନିସ୍ତୁକ ମାଡ଼ ମାରିଥିଲେ । ଏହି ଆକ୍ରମଣରେ ସାବରଙ୍ଗ ଥାନା ପୋଲିସ ଏସଆଇ ରାମଚନ୍ଦ୍ର ପାତ୍ର ଏବଂ ଏସଆଇ ଜୟଶ୍ରୀ ଦାସ ଗୁରୁତର ଆହତ ହୋଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ପୋଲିସ କବଜାରେ ପଶ୍ଚିମବଙ୍ଗ ନିଶା ମାଫିଆ, 31ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ଖବର ପାଇ ପୋଲିସ ପକ୍ଷରୁ ଏକ ସ୍ଵତନ୍ତ୍ର ଟିିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ 4 ଜଣ ଅଭିଯକ୍ତଙ୍କୁ ଗିରଫ କରିଛି । 4 ଅଭିଯୁକ୍ତ ରାଜଲକ୍ଷ୍ମୀ ନାୟକ, ମନ୍ମଥ ନାୟକ, ପବିତ୍ର ଜେନା ଏବଂ ସୁମନ୍ତ ଜେନା ବୋଲି ଜଣାପଡିଛି । ତେବେ କୋଇଲା ତଥା ମଦ ମାଫିଆ ଦୈତାରୀ ନାୟକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ତାକୁ ଧରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି । ଅନ୍ୟ ପକ୍ଷରେ ଏହି ଥାନାରେ କିଛି ଅସାଧୁ ପୋଲିସ କର୍ମଚାରୀ ଏହି ଚୋରା ମଦ ଏବଂ କୋଇଲା କାରାବାରରେ ଜଡ଼ିତ ଥିବା ନେଇ ଚର୍ଚ୍ଚା ହେଉଛି । ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏହି ଘଟଣାରେ ନେଇ ପୋଲିସ ଅଧିକାରୀ କ୍ୟାମେରା ସାମ୍ନାରେ ମୁହଁ ଖୋଲି ନଥିବା ବେଳେ ମାଷ୍ଟରମାଇଣ୍ଡକୁ ଖୁସଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ।

ଇଟିଭି ଭାରତ, ଭଦ୍ରକ

Last Updated : Aug 28, 2023, 6:43 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.