ETV Bharat / state

ବୃଦ୍ଧଙ୍କୁ ହତ୍ୟା: ଅଭିଯୁକ୍ତକୁ ଗିରଫ ସହ କ୍ରାଇମ ସିନ୍ ରିକ୍ରିଏଟ୍‌ କଲା ପୋଲିସ

author img

By

Published : Jun 12, 2022, 9:47 PM IST

Updated : Jun 12, 2022, 10:04 PM IST

ଶ୍ୟାମସୁନ୍ଦରପୁର ଉପରଦୁମୁକା ଗାଁରେ ଜଣେ ବୃଦ୍ଧଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ଛାନଭିନ୍‌ କରି ଅଭିଯୁକ୍ତକୁ ତାମିଲନାଡ଼ୁରୁ ଗିରଫ କରିଛି ପୋଲିସ । ଅଧିକ ପଢ଼ନ୍ତୁ

ବୃଦ୍ଧଙ୍କୁ ହତ୍ୟା: ଅଭିଯୁକ୍ତକୁ ଗିରଫ ସହ କ୍ରାଇମ ସିନ୍ ରିକ୍ରିଏଟ୍‌ କଲା ପୋଲିସ
ବୃଦ୍ଧଙ୍କୁ ହତ୍ୟା: ଅଭିଯୁକ୍ତକୁ ଗିରଫ ସହ କ୍ରାଇମ ସିନ୍ ରିକ୍ରିଏଟ୍‌ କଲା ପୋଲିସ

ଭଦ୍ରକ: ଶ୍ୟାମସୁନ୍ଦରପୁର ଉପରଦୁମୁକା ଗାଁରେ ଜଣେ ବୃଦ୍ଧଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ଛାନଭିନ୍‌ କରି ଅଭିଯୁକ୍ତକୁ ତାମିଲନାଡ଼ୁରୁ ଗିରଫ କରିଛି ପୋଲିସ । ଏହାପରେ ଅଭିଯୁକ୍ତକୁ ନେଇ କ୍ରାଇମ୍‌ ସିନ୍‌ ରିକ୍ରିଏଟ କରାଇଛି ପୋଲିସ ପୋଲିସ । ଗତ ମେ ୨୮ ତାରିଖରେ ଉପରଦୁମୁକା ଗାଁର ଧରଣୀଧର କୁଅଁରଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ ପପୁ ।

ବୃଦ୍ଧଙ୍କୁ ହତ୍ୟା: ଅଭିଯୁକ୍ତକୁ ଗିରଫ ସହ କ୍ରାଇମ ସିନ୍ ରିକ୍ରିଏଟ୍‌ କଲା ପୋଲିସ

କୋଲକାତାରେ ଥିବା ଦୋକାନ ଗୃହ ବିକ୍ରିକୁ ନେଇ ବିବାଦ ଧରଣୀଧର ଓ ଅଭିଯୁକ୍ତଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା । କ୍ରୋଧାନ୍ବିତ ହୋଇ ଧରଣୀଧର କୁଅଁରଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ ପପୁ । ଗତ ମେ ୨୮ ତାରିଖ ସନ୍ଧ୍ଯାରେ ଆରଡି ସୁନ୍ଦରପୁର ସାହୁସାହି ନିକଟସ୍ଥ ନଦୀ କୂଳରେ ଧରଣୀଧରଙ୍କୁ ନିର୍ମମ ଭାବେ ହତ୍ୟା କିରଥିଲା ଅଭିଯୁକ୍ତ । ତାଙ୍କ ବେକରେ ରସି ଗୁଡ଼ାଇ ହତ୍ୟା କରିବା ପରେ ଏକ ବସ୍ତାରେ ପୁରାଇ ମୃତଦେହକୁ ନଦୀ ଭିତରୁ ଫୋପାଡ଼ି ଦେଇଥିଲା । ଜୁନ୍‌ ୨ ତାରିଖର ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଥିଲା ।

ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ତାମିଲନାଡ଼ୁ ଫେରାର ହୋଇ ଯାଇଥିଲା । ସେଠାରେ କନକପାଲାୟନ ତିରୁପୁରମରେ ଜଣେ ସମ୍ପର୍କୀୟଙ୍କ ଭଡ଼ା ଘରେ ଲୁଚି ରହିଥିଲା । ପୋଲିସ ଛାନଭିନ୍‌ କରି ଅଭିଯୁକ୍ତ ପପୁକୁ ଗିରଫ କରିଛି । ସେପଟେ ଅଭିଯୁକ୍ତ ମଧ୍ୟ ହତ୍ୟାକାଣ୍ଡ ଘଟାଇ ଥିବା ନେଇ ଦୋଷ ସ୍ବୀକାର କରିଛି । ରବିବାର ସାଇଣ୍ଟଫିକ ଟିମ୍‌ ସହ ଚାନ୍ଦବାଲି ପୋଲିସ, ତିହିଡ଼ି ପୋଲିସ ଓ ଧୁଷୁରୀ ପୋଲିସ ଦୁଇଟି ସ୍ଥାନରେ କ୍ରାଇମ୍‌ ରିକ୍ରିଏଟ କରିଛି ।

Last Updated : Jun 12, 2022, 10:04 PM IST

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.