ETV Bharat / state

ସାମାଜିକ ଦୂରତ୍ବ ଉଲ୍ଲଂଘନ କରି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ନିଲମ୍ବିତ

author img

By

Published : Apr 15, 2020, 10:11 AM IST

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କଲ୍ୟାଣୀ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ସାମାଜିକ ଦୂରତ୍ବ ଉଲ୍ଲଂଘନ କରିଥିବା ଅଭିଯୋଗ ପରେ ତାଙ୍କୁ ଭଦ୍ରକ ଜିଲ୍ଲାପାଳ ନିଲମ୍ବିତ କରିଛନ୍ତି ।

panchayat-executive-officer-suspended-for-violating-social-distances
ସାମାଜିକ ଦୂରତ୍ବ ଉଲ୍ଲଂଘନ କରି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ନିଲମ୍ବିତ

ଭଦ୍ରକ: ଧାମନଗର ବ୍ଲକ କଲ୍ୟାଣୀ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ନିଳମ୍ବିତ । ସାମାଜିକ ଦୂରତ୍ବ ଉଲ୍ଲଂଘନ ଅଭିଯୋଗରେ ନିଲମ୍ବନ କଲେ ଭଦ୍ରକ ଜିଲ୍ଲାପାଳ । ହିତାଧିକାରୀମାନଙ୍କୁ ସରକାରୀ ଅନୁଦାନ ଦେବା ସମୟରେ ସାମାଜିକ ଦୂରତ୍ବ ଉଲ୍ଲଂଘନ କରିଥିବା ନେଇ ଅଭିଯୋଗ ହୋଇଥିଲା । ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ନିଳମ୍ବିତ ହେବା ନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ।

social distances
ଫଟୋ ସୌଜନ୍ୟ:@DM_Bhadrak

ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏହି ମହାମାରୀ କୋରୋନାକୁ ହରାଇବାକୁ ହେଲେ ସାମାଜିକ ଦୂରତ୍ବ ବେଶ୍‌ ଗୁରୁତ୍ବପୂର୍ଣ୍ଣ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.