ETV Bharat / state

ରୋଗାଗ୍ରସ୍ତ ରୋଜଗାରିଆ ପୁଅ, ଚିକିତ୍ସା ଲାଗି ଅର୍ଥ ସାଜିଛି ବାଧକ

author img

By

Published : Feb 28, 2023, 1:30 PM IST

Updated : Feb 28, 2023, 2:15 PM IST

25 ବର୍ଷ ବୟସରେ ରୋଗାଗ୍ରସ୍ତ ରୋଜଗାରିଆ ପୁଅ । ଦୁଇଟି କିଡନୀ ହରାଇ ଏବେ ହସ୍ପିଚାଲ ବେଡରେ ଇତୁଲ । ସାହାଯ୍ୟ ପାଇଁ ଆକୁଳ ନିବେଦନ କଲେ ଅସହାୟ ମାଆ । ଅଧିକ ପଢନ୍ତୁ

etul behera suffering kidney disease in bhadrak
etul behera suffering kidney disease in bhadrak

etul behera suffering kidney disease in bhadrak

ଭଦ୍ରକ: ଫତେପୁର ପଞ୍ଚାୟତ ଅଧିନ ଗୋଳାପୋଖରୀ ଗ୍ରାମର ଇତୁଲ୍ ବେହେରା । ବୟସ 25 ବର୍ଷ । ବାପା ନରେନ୍ଦ୍ର ବେହେରାଙ୍କ ଦେହାନ୍ତ ପରେ ପରିବାରର ବୋଝ ମୁଣ୍ଡାଇଥିଲେ ଇତୁଲ୍ । ଘର ଠାରୁ ଦୂରରେ ରହି ସୁଦୂର ମୁମ୍ବାଇରେ କାମ କରୁଥିଲେ । ସେଠାରେ ଯାହା ରୋଜଗାର କରୁଥିଲେ ସେଥିରେ ପରିବାର ଚଳୁଥିଲା । କିନ୍ତୁ ସେ ଏବେ ପରିବାର ପାଇଁ ବୋଝ ହୋଇଯାଇଛନ୍ତି । ତାଙ୍କର ଦୁଇଟି ଯାକ କିଡନୀ ନଷ୍ଟ ହୋଇଯାଇଥିବା ବେଳେ ଏବେ ଚିନ୍ତାରେ ତାଙ୍କର ଗରୀବ ମାଆ ।

ରୋଜଗାରିଆ ପୁଅ ରୋଗାଗ୍ରସ୍ତ ହେବା ପରେ ଏବେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ପରିବାର କହିଲେ ଘରେ ଇତୁଲ ଓ ତାଙ୍କ ମାଆ । ସାହାଯ୍ୟ କରିବାକୁ କେହିବି ସେମିତି ବିତ୍ତଶାଳୀ ସମ୍ପର୍କୀୟ ନାହାନ୍ତି । ଫଳରେ ଇତୁଲଙ୍କୁ ସୁସ୍ଥ ହେବା ପାଇଁ 50 ଲକ୍ଷ ଟଙ୍କା ଆବଶ୍ୟକ ଥିବାବେଳେ ଏତେ ଟଙ୍କା ଆସିବ କେଉଁଠୁ ସେନେଇ ଦିନ ରାତି ଚିନ୍ତା କରୁଛନ୍ତି ଇତୁଲଙ୍କ ମାଆ ।

ସ୍ବାମୀଙ୍କ ମୃତ୍ୟୁ ପରେ ପୁଅକୁ ଦେଖି ବାକି ଜୀବନ କାଟି ଦେବେ ବୋଲି ଭାବିଥିଲେ ମାଆ ସାବିତ୍ରୀ । ଭାବିଥିଲେ ପୁଅ ରୋଜଗାରରେ ବାକି ଜୀବନ କଟିଯିବ । କିନ୍ତୁ ମୁମ୍ବାଇରେ କାମ କରୁଥିବା ସମୟରେ ହଠାତ ଇତୁଲଙ୍କ ଆଖିକୁ ଆଉ ଦିଶିଲା ନାହିଁ । ଏହାପରେ ଡାକ୍ତରଙ୍କ ପରାମର୍ଶ ନେବା ପରେ ଡାକ୍ତରୀ ପରୀକ୍ଷା କରାଯାଇଥିଲା । ଶେଷରେ ଜଣାପଡିଥିଲା ଇତୁଲଙ୍କ ଦୁଇଟି ଯାକ କିଡନୀ ନଷ୍ଟ ହୋଇଯାଇଛି । ଡାକ୍ତରଙ୍କ କହିବା ଅନୁଯାୟୀ ଭଲ ହେବାକୁ ହେଲେ 50 ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହେବ । ହେଲେ ଏତେ ଟଙ୍କା ଆସିବ ବା କେଉଁଠୁ । ଯେଉଁ ଘରେ ଦିନେ ଚୁଲି ଜଳିଲେ ଦିନେ ଉପାସ ସେଠାରେ ଏତେ ଟଙ୍କା ଯୋଗାଡ କରିବା ଯେମିତି ସାତ ସପନ ।

ଦିନେ ମାଆର ବୋଝ ମୁଣ୍ଡାଇଥିବା ପୁଅ ରୋଗରେ ପୀଡିତ ହେବା ପରେ ଏବେ ବୁଢି ମାଆ ପାଇଁ ବୋଝ ପାଲଟି ଯାଇଛନ୍ତି । ଫଳରେ ଚିକିତ୍ସା ପାଇଁ ସାହାଯ୍ୟ କରିବାକୁ ଆକୁଳ ନିବେଦନ କରିଛନ୍ତି ଇତୁଲଙ୍କ ମାଆ ସାବିତ୍ରୀ ବେହେରା । ଯଦି କେହି ସହୃଦୟ ବ୍ୟକ୍ତି ସାହାଯ୍ୟ କରିବାକୁ ଚାହୁଁଛନ୍ତି, ତେବେ ଇତୁଲଙ୍କ ମାଆ ସାବିତ୍ରୀ ବେହେରାଙ୍କ ଏସବିଆଇ, ତିହିଡି ଶାଖାର ଜମାଖାତା ନମ୍ବର ୩୭୮୫୪୮୮୭୭୧୨ (ଆଇଏଫଏସସି ନମ୍ବର-SBI୦୦୧୨୦୬୩)ରେ ସସହାୟତା ରାଶି ପଠାଇ ପାରିବେ । ନଚେତ ତାଙ୍କ ଭାଇଙ୍କ ଫୋନ ପେ ନମ୍ବର ୮୯୮୪୪୧୨୦୦୨ ଜରିଆରେ ଆର୍ଥିକ ସହଯୋଗ କରିପାରିବେ ।

ଇଟିଭି ଭାରତ, ଭଦ୍ରକ

Last Updated : Feb 28, 2023, 2:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.