ETV Bharat / state

ଧାନ ବିକ୍ରି ସମସ୍ୟା, ଧାନ ବସ୍ତା ସହ ରାଜରାସ୍ତାରେ ଚାଷୀ

author img

By

Published : Mar 9, 2021, 7:36 PM IST

ଭଦ୍ରକ ଭଣ୍ଡାରିପୋଖରୀ ବ୍ଲକରେ ଚାଷୀମାନେ ଧାନ ବିକ୍ରି ନ କରିପାରି ରାଜପଥ ଅବରୋଧ କରିଛନ୍ତି । ଅଧିକ ପଢନ୍ତୁ...

ଧାନ ବିକ୍ରି ସମସ୍ୟା, ଧାନ ବସ୍ତା ସହ ରାଜରାସ୍ତାରେ ଚାଷୀ
ଧାନ ବିକ୍ରି ସମସ୍ୟା, ଧାନ ବସ୍ତା ସହ ରାଜରାସ୍ତାରେ ଚାଷୀ

ଭଦ୍ରକ: ରାଜ୍ୟବ୍ୟାପୀ ଲାଗି ରହିଛି ଚାଷୀଙ୍କ ଧାନ କ୍ରୟ ସମସ୍ୟା । ସେହିପରି ଭଦ୍ରକ ଭଣ୍ଡାରିପୋଖରୀ ବ୍ଲକରେ ସମାନ ସ୍ଥିତି ସୃଷ୍ଟି ହୋଇଛି । ସେବା ସମବାୟ ସମିତିରେ ଧାନ ବିକ୍ରି କରିପାରୁନାହାନ୍ତି ଚାଷୀ । ଏଣୁ ଶେଷରେ ବାଧ୍ୟ ହୋଇ ଚାଷୀମାନେ ଧାନ ବୋଝେଇ ଗାଡି ରଖି ରାଜପଥ ଅବରୋଧ କରିଛନ୍ତି ।

ଧାନ ବିକ୍ରି ସମସ୍ୟା, ଧାନ ବସ୍ତା ସହ ରାଜରାସ୍ତାରେ ଚାଷୀ

ଭଣ୍ଡାରିପୋଖରୀ ବ୍ଲକରେ ବିଭିନ୍ନ ସେବା ସମବାୟ ସମିତି ଓ ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଚାଷୀଙ୍କ ନିକଟରୁ ଧାନ କିଣା ଚାଲିଛି । କିନ୍ତୁ ଟୋକନ ଧାର୍ଯ୍ୟ ସମୟ ଗଡି ଯାଇଥିଲେ ମଧ୍ୟ, ଚାଷୀମାନେ ଧାନ ବିକ୍ରୟ କରିପାରୁନଥିବା ଅଭିଯୋଗ ହୋଇଛି । ଫଳରେ ବିଭିନ୍ନ ପଞ୍ଚାୟତର ଚାଷୀମାନେ ଭଣ୍ଡାରିପୋଖରୀ ଛକ ନିକଟରେ ଧାନ ବସ୍ତା ରଖି ରାସ୍ତା ଅବରୋଧ କରିଛନ୍ତି । ଖବର ପାଇ ଘଟଣାସ୍ଥଳରେ ଭଣ୍ଡାରିପୋଖରୀ ପୋଲିସ ପହଞ୍ଚି ଚାଷୀଙ୍କୁ ବୁଝାସୁଝା କରୁଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.