ETV Bharat / state

ଧାନ ବିକ୍ରି ସମସ୍ୟା, ଭଦ୍ରକରେ ରାଜପଥ ଅବରୋଧ କଲେ ଚାଷୀ

author img

By

Published : Feb 27, 2021, 4:29 PM IST

ଭଦ୍ରକ ବସନ୍ତିଆ ସେବା ସମବାୟ ସମିତିରେ ଧାନ କିଣାରେ ଅନିୟମିତତା ଅଭିଯୋଗ । ଧାନ ବସ୍ତା ରଖି ରାଜ୍ୟ ରାଜପଥ ଅବରୋଧ କଲେ ଚାଷୀ । ଅଧିକ ପଢନ୍ତୁ...

ଧାନ ବିକ୍ରି ସମସ୍ୟା, ଭଦ୍ରକରେ ରାଜପଥ ଅବରୋଧ କଲେ ଚାଷୀ
ଧାନ ବିକ୍ରି ସମସ୍ୟା, ଭଦ୍ରକରେ ରାଜପଥ ଅବରୋଧ କଲେ ଚାଷୀ

ଭଦ୍ରକ: ଟୋକନ ମିଳୁଛି। ଧାନ ଦେବାର ତାରିଖ ମଧ୍ୟ ରହିଛି। ହେଲେ କିଛି ଦିନ ପରେ ଟୋକନ ବାତିଲ ହେଉଛି। କିନ୍ତୁ ଧାନ ନେଉନାହିଁ ସେବା ସମବାୟ ସମିତି। ତାହା ସଙ୍ଗେ ସଙ୍ଗେ ମଣ୍ଡିରେ କଟନୀ ଛଟନି ମାଧ୍ୟମରେ ଶୋଷିତ ହେଉଛନ୍ତି ଚାଷୀ । ଏଭଳି ଅନେକ ସମସ୍ୟାରେ ଅତିଷ୍ଠ ହୋଇ ଭଦ୍ରକରେ ଚାଷୀମାନେ ଧାନ ବସ୍ତା ରଖି ରାଜ୍ୟ ରାଜପଥ ଅବରୋଧ କରିଛନ୍ତି ।

ଧାନ ବିକ୍ରି ସମସ୍ୟା, ଭଦ୍ରକରେ ରାଜପଥ ଅବରୋଧ କଲେ ଚାଷୀ

ଜିଲ୍ଲା ବସନ୍ତିଆ ସେବା ସମବାୟ ସମିତିରେ ଧାନ କିଣାରେ ଅନିୟମିତତା ଅଭିଯୋଗ ଆସିଛି । ଏଥିସହ ଦଲାଲଙ୍କୁ ପ୍ରଶ୍ରୟ ଦେଇ ସମବାୟ ସମିତି ସେମାନଙ୍କ ଠାରୁ ଧାନ କିଣୁଛନ୍ତି, ହେଲେ ପ୍ରକୃତ ଚାଷୀ ଧାନ ବିକ୍ରି କରିପାରୁ ନାହାନ୍ତି । ଏହିପରି ଅନେକ ସମସ୍ୟା ନେଇ ଭଦ୍ରକ-ଆନନ୍ଦପୁର 53 ନମ୍ବର ରାଜ୍ୟ ରାଜପଥର ବସନ୍ତିଆ ଛକଠାରେ ନବ ନିର୍ମାଣ କୃଷକ ସଙ୍ଗଠନ ସହ ଶତାଧିକ ଚାଷୀ ରାସ୍ତା ଅବରୋଧ କରିଛନ୍ତି । ଯଦ୍ବାରା ଯାତାୟତ ବାଧାପ୍ରାପ୍ତ ହୋଇଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.