ETV Bharat / state

ଧାମନଗର NACରେ ବାଜି ମାରିଲା ବିଜେଡି

author img

By

Published : Apr 6, 2022, 1:17 PM IST

Updated : Apr 6, 2022, 4:13 PM IST

ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଦଖଲ କଲା ବିଜେଡି । ଅଧ୍ୟକ୍ଷା ଭାବେ ବିଜେଡି ପ୍ରାର୍ଥୀ ନିବେଦିତା ଜେନା ବିଜୟୀ । ଅଧିକ ପଢନ୍ତୁ

ଧାମନଗରେ NACରେ ଭୋଟ ଗଣତି ଜାରି
ଧାମନଗରେ NACରେ ଭୋଟ ଗଣତି ଜାରି

ଭଦ୍ରକ: ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଦଖଲ କଲା ବିଜେଡି । ମୋଟ ୧୧ଟି ୱାର୍ଡରୁ ୯ଟି ୱାର୍ଡରେ ବିଜେଡି କାଉନସିଲର ବିଜୟୀ ହୋଇଛନ୍ତି । ୨ଟିରେ ବିଜେପି କାଉନସିଲର ଜିତିଛନ୍ତି । ସେହିପରି ଏନଏସି ଅଧ୍ୟକ୍ଷା ଭାବେ ବିଜେଡି ପ୍ରାର୍ଥିନୀ ନିବେଦିତା ଜେନା ୧୦୪୬ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ପ୍ରଥମ ପର୍ଯ୍ୟାୟ ଭୋଟ ଗଣତି ସମୟରେ ଯଦିଓ ବିଜେପି ଆଗରେ ଥିଲା ହେଲେ ପରବର୍ତ୍ତୀ ପର୍ଯ୍ୟାୟରେ କିନ୍ତୁ ବିଜେଡି ପ୍ରାର୍ଥୀ ଲଗାତାର ଆଗୁଆ ରହିଥିଲେ ।

ଧାମନଗର NACରେ ବାଜି ମାରିଲା ବିଜେଡି

ଗତକାଲି(ମଙ୍ଗଳବାର) ଧାମନଗର NACରେ ପୁନଃ ମତଦାନ ପରେ ଆଜି ଭୋଟ ଗଣତି ହୋଇଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସୁରକ୍ଷା ବନ୍ଦୋବସ୍ତ ସହ ଭୋଟ ଗଣତି ଶେଷ ହୋଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ଏଠାରେ ୧୪୪ ଧାରା ଜାରି ହୋଇଛି । ଅପ୍ରେଲ 7 ତାରିଖ ସକାଳ 6ଟା ପର୍ଯ୍ୟନ୍ତ ୧୪୪ ଧାରା ବଳବତ୍ତର ରହିବ ।

କିଏ କେଉଁ ୱାର୍ଡରୁ କେତେ ଭୋଟ ବ୍ୟବଧାନରେ ବିଜୟୀ:

ୱାର୍ଡ ନଂ-୦୧: ଉତ୍ତମ ମହାନ୍ତି, ବିଜେପି, ୨୧୦ ଭୋଟ ବ୍ୟବଧାନରେ ବିଜୟୀ

ୱାର୍ଡ ନଂ ୦୨: ଜାନକୀ ଲତା ସେଠୀ, ବିଜେଡି, ୫୬ ଭୋଟ ବ୍ୟବଧାନରେ ବିଜୟୀ

ୱାର୍ଡ ନଂ ୦୪: ଉମେତୁଲା ଆମିନ, ବିଜେଡି, ୦୩ ଭୋଟ ବ୍ୟବଧାନରେ ବିଜୟୀ

ୱାର୍ଡ ନଂ ୦୫: ସେକ ଜଇନୁଲ ହକ, ବିଜେଡି, ୧୭୬ ଭୋଟ ବ୍ୟବଧାନରେ ବିଜୟୀ

ୱାର୍ଡ ନଂ ୦୬: ଅନୁ ମୁଣ୍ଡା, ବିଜେଡି, ୪୦୨ ଭୋଟ ବ୍ୟବଧାନରେ ବିଜୟୀ

ୱାର୍ଡ ନଂ ୦୭: ଓସିମ ଏଜଦ୍ଦାନୀ କାଦ୍ରୀ, ବିଜେଡି, ୩୧୪ ଭୋଟ ବ୍ୟବଧାନରେ ବିଜୟୀ

ୱାର୍ଡ ନଂ ୦୮: ସ୍ବାଧୀନ ସମ୍ବିତ ଦାସ, ବିଜେପି, ୩୯ ଭୋଟ ବ୍ୟବଧାନରେ ବିଜୟୀ

ୱାର୍ଡ ନଂ ୦୯: ରହିମା ଖାତୁନ, ବିଜେଡି, ୨୨ ଭୋଟ ବ୍ୟବଧାନରେ ବିଜୟୀ

ୱାର୍ଡ ନଂ ୧୦: ନଜମା ଖାତୁନ, ବିଜେଡି, ୩୨ ଭୋଟ ବ୍ୟବଧାନରେ ବିଜୟୀ

ୱାର୍ଡ ନଂ ୧୧: ଅନୁସୟା ମଲ୍ଲିକ, ବିଜେଡି, ୮୭ ଭୋଟ ବ୍ୟବଧାନରେ ବିଜୟୀ

ୱାର୍ଡ ନଂ ୧୩: ସୁବାସିନୀ କର, ବିଜେଡି, ୧୧୮ ଭୋଟ ବ୍ୟବଧାନରେ ବିଜୟୀ

ଚଳିତ ବର୍ଷ ପ୍ରଥମ ଥର ପାଇଁ ନବ ଗଠିତ ଭଦ୍ରକ ଜିଲ୍ଲାର ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ ନିର୍ବାଚନ ହୋଇଛି । ଏହି ନୂଆ NACରେ ୧୧ଟି ୱାର୍ଡ ରହିଛି । ମୋଟ ୧୮.୨୭ ବର୍ଗ କିଲୋମିଟର ପରିମିତ ଏହି ୧୧ଟି ୱାର୍ଡରେ ଉଭୟ ହିନ୍ଦୁ ଓ ମୁସଲିମ ସମ୍ପ୍ରଦାୟର ଲୋକମାନେ କାହିଁ କେଉଁ କାଳରୁ ଏକାଠି ରହିଆସୁଛନ୍ତି ।

ଧାମନଗର NACରେ ମୋଟ ୨୨ ହଜାର ୯୨୦ ଜଣ ଲୋକ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୭ ହଜାର ୧୯୭ ଜଣ ଭୋଟର ଅଛନ୍ତି । ୮ ହଜାର ୭୪୬ ଜଣ ପୁରୁଷ ଭୋଟର ରହିଥିବା ବେଳେ ୮ ହଜାର ୪୪୮ ଜଣ ମହିଳା ଭୋଟର ରହିଛନ୍ତି । 3 ଜଣ ତୃତୀୟ ଲିଙ୍ଗ ଭୋଟର ମଧ୍ୟ ଅଛନ୍ତି । ନିର୍ବାଚନ ମୈଦାନରେ ୪ ଜଣ ଅଧ୍ୟକ୍ଷା ପ୍ରାର୍ଥିନୀ ରହିଥିଲାବେଳେ ୧୧ଟି ୱାର୍ଡର କାଉନସିଲର ପ୍ରାର୍ଥୀ ଭାବେ ୩୭ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରିଥିଲେ । ଏହି NAC ପାଇଁ ଅଧ୍ୟକ୍ଷା ପାର୍ଥୀନୀ ଭାବେ ବିଜେଡିରୁ ନିବେଦିତା ଜେନା, ବିଜେପିରୁ ପୁଷ୍ପଶ୍ରୀ ମହାନ୍ତି ଓ କଂଗ୍ରେସରୁ ପ୍ରମିଳା ସେଠୀ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିଲେ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Apr 6, 2022, 4:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.