ETV Bharat / state

ଧାମନଗର ପରାଜୟ ପଛରେ ରହିଛି ପରିଚାଳନା ତ୍ରୁଟି: ବିଜେଡି ବିଧାୟକ

author img

By

Published : Nov 12, 2022, 7:17 AM IST

Updated : Nov 12, 2022, 8:52 AM IST

ଧାମନଗର ଉପ ନିର୍ବାଚନରେ ପରାଜୟ ନେଇ କାରଣ ଖୋଜୁଛି ବିଜୁ ଜନତା ଦଳ । ଏ ନେଇ ସମୀକ୍ଷାର ଆବଶ୍ୟକ ଥିବା ଦଳର ବରିଷ୍ଠ ନେତା କହୁଛନ୍ତି । ସେପଟେ ଧାମନଗର ପରାଜୟ ପଛରେ ପରିଚାଳନା ତ୍ରୁଟି ଥିବା ଇଙ୍ଗିତ କରିଛନ୍ତି ବାସୁଦେବପୁରର ଯୁବ ବିଧାୟକ ବିଷ୍ଣୁବ୍ରତ ରାଉତରାୟ । ଅଧିକ ପଢନ୍ତୁ

ଧାମନଗର ପରାଜୟ ପଛରେ ରହିଛି ପରିଚାଳନା ତ୍ରୁଟି : ବିଜେଡି ବିଧାୟକ

ଭୁବନେଶ୍ବର: ଧାମନଗର ଉପ ନିର୍ବାଚନରେ ପରାଜୟ ନେଇ କାରଣ ଖୋଜୁଛି ବିଜୁ ଜନତା ଦଳ । ଏ ନେଇ ସମୀକ୍ଷାର ଆବଶ୍ୟକ ଥିବା ଦଳର ବରିଷ୍ଠ ନେତା କହୁଛନ୍ତି । ସେପଟେ ଧାମନଗର ପରାଜୟ ପଛରେ ପରିଚାଳନା ତ୍ରୁଟି ଥିବା ଇଙ୍ଗିତ କରିଛନ୍ତି ବାସୁଦେବପୁରର ଯୁବ ବିଧାୟକ ବିଷ୍ଣୁବ୍ରତ ରାଉତରାୟ । ଧାମନଗରେ ବିଜେଡିର ପରାଜୟ ପଛରେ ରହିଛି ନିର୍ବାଚନ ପରିଚାଳନାରେ ତ୍ରୁଟି । ପ୍ରତିକ୍ରିୟା ରଖି ଏପରି କିଛି ଇଙ୍ଗିତ କରିଛନ୍ତି ଦଳର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ।

ସେ କହିଛନ୍ତି ଯେ, "ନିଶ୍ଚିତ ଭାବେ କିଛି ଟା ଭୁଲ ରହିଛି । ଯେଉଁଥିପାଇଁ ଆଜି ଏ ପରିଣାମ ହୋଇଛି । ଧାମନଗରରେ ଦଳ ହାରିଛି । ତାହାର ସମୀକ୍ଷା ହେବା ନିହାତି ଆବଶ୍ୟକ । ସମୀକ୍ଷା ବୈଠକକୁ ଯଦି ମୋତେ ଡ଼କାଯାଏ ତେବେ ନିଶ୍ଚିନ୍ତ ମୁଁ କାରଣ ସବୁ କହିବି ।" କାରଣ ସିନିୟର ମାନଙ୍କୁ ହିଁ କହିବି । ରାଜୁ ଦାସ ଆମ ଦଳରେ ପୂର୍ବରୁ ବିଧାୟକ ଥିଲେ । ଜଣେ ସକ୍ରିୟ ନେତା ଭାବେ ସେଠି କାମ କରୁଥିଲେ । ଆମେ କେବେ ଉପର ସ୍ତରରେ ଦାବି ରଖୁନା କିଏ ପ୍ରାଥି ହେଲେ ଭଲ ହେବ । ଦଳ ତାର ବିଭିନ୍ନସ୍ତରରୁ ସୂଚନା ନେଇ ନିଷ୍ପତି ନେଇଥାଏ ।

ରାଜୁ ଦାସ ଦଳର ପୁରୁଣା ଲୋକ ଥିଲେ । ସେଥିପାଇଁ ତାଙ୍କର ପ୍ରଭାବ ନିଶ୍ଚିତ ଭାବେ କିଛି ରହିଛି । କିନ୍ତୁ କେତେଦୂର ରହିଲା ଆଉ କେଉଁ କାରଣରୁ ଆମେ ଜିତି ପାରିଲୁ ନାହିଁ ସେ ସବୁ ସମୀକ୍ଷା ପରେ ହିଁ କହି ହେବ । ସେପଟେ ରାଜୁଙ୍କୁ ପୁନର୍ବାର ଦଳକୁ ଫେରାଇ ଆଣିବା ଲାଗି ଦଳ ଚିନ୍ତା କରୁଥିବା ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 12, 2022, 8:52 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.