ETV Bharat / state

ସଡକ ଦୁର୍ଘଟଣାରେ ଜଣେ ମୃତ

author img

By

Published : Jul 28, 2020, 3:12 AM IST

Updated : Jul 28, 2020, 3:28 AM IST

ଭଦ୍ରକ ଜିଲ୍ଲା ଦେଇ ଯାଇଥିବା 16 ନମ୍ବର ଜାତୀୟ ରାଜପଥର ରାହାଞ୍ଜ ଛକ ନିକଟରେ ଦୁର୍ଘଟଣା ଜଣେ ମୃତ ।

ସଡକ ଦୁର୍ଘଟଣାରେ ଜଣେ ମୃତ
ସଡକ ଦୁର୍ଘଟଣାରେ ଜଣେ ମୃତ

ଭଦ୍ରକ: ସଡକ ଦୁର୍ଘଟଣାର ଜଣେ ମୃତ । ଭଦ୍ରକ ଜିଲ୍ଲା ଦେଇ ଯାଇଥିବା 16 ନମ୍ବର ଜାତୀୟ ରାଜପଥର ରାହାଞ୍ଜ ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା ।

ସଡକ ଦୁର୍ଘଟଣାରେ ଜଣେ ମୃତ

ଖବର ଅନୁଯାୟୀ ଭଦ୍ରକ ଜିଲ୍ଲା ମିର୍ଜାପୁର ନାଥସାହି ଅଞ୍ଚଳର ଅଜୟ କୁମାର ନାଥ ନିଜର କୌଣସି କାର୍ଯ୍ୟ ସାରି ନିଜ ଘରକୁ ଫେରୁଥିବା ସମୟରେ ରାହାଞ୍ଜ ଛକ ନିକଟରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ସେ ଗୁରୁତର ଭାବେ ଆହତ ହୋଇଥିଲେ । ଏନେଇ ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଅଜୟଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ । ହେଲେ ଚିକିତ୍ସିତ ହେଉଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଭଦ୍ରକରୁ ଦେବାଶିଷ ମହାପାତ୍ର,ଇଟିଭି ଭାରତ

Last Updated : Jul 28, 2020, 3:28 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.