ETV Bharat / state

କେନ୍ଦୁପାଲିର ଚେତାବନୀ, ସ୍କୁଲ ନାହିଁ ତ ଭୋଟ୍‌ ନାହିଁ

author img

By

Published : Feb 14, 2022, 12:52 PM IST

ସରକାରଙ୍କ ସ୍କୁଲ ଉଚ୍ଛେଦର ପ୍ରଭାବ ପଞ୍ଚାୟତ ନିର୍ବାଚନରେ ଦେଖିବାକୁ ମିଳିଛି | 'ସ୍କୁଲ ନାହିଁ ତ ଭୋଟ ନାହିଁ' ଏପରି ନାରା ଲଗାଇ ଗ୍ରାମରେ ଅତାବିରା ବ୍ଲକ ଅନ୍ତର୍ଗତ କେନ୍ଦୁପାଲି ଗ୍ରାମବାସୀ ପ୍ରତିବାଦ କରିଛନ୍ତି | ଅଧିକ ପଢ଼ନ୍ତୁ

villagers warn to boycott panchayat election in kendupali
ସ୍କୁଲ ଉଚ୍ଛେଦକୁ ପ୍ରତିବାଦ କରି ଗ୍ରାମବାସୀଙ୍କ ଭୋଟ ବର୍ଜନ ଚେତାବନୀ

ବରଗଡ଼: ସରକାରଙ୍କ ସ୍କୁଲ ଉଚ୍ଛେଦର ପ୍ରଭାବ ପଞ୍ଚାୟତ ନିର୍ବାଚନରେ ଦେଖିବାକୁ ମିଳିଛି | 'ସ୍କୁଲ ନାହିଁ ତ ଭୋଟ ନାହିଁ' ଏପରି ନାରା ଲଗାଇ ଗ୍ରାମରେ ଅତାବିରା ବ୍ଲକ ଅନ୍ତର୍ଗତ କେନ୍ଦୁପାଲି ଗ୍ରାମବାସୀ ପ୍ରତିବାଦ କରିଛନ୍ତି |

ସ୍କୁଲ ଉଚ୍ଛେଦକୁ ପ୍ରତିବାଦ କରି ଗ୍ରାମବାସୀଙ୍କ ଭୋଟ ବର୍ଜନ ଚେତାବନୀ

ବରଗଡ଼ ଜିଲ୍ଲା କେନ୍ଦୁପାଲି ଗ୍ରାମରେ ଥିବା ବିଦ୍ୟାଳୟକୁ ଉଚ୍ଛେଦ ନକରିବାକୁ ପ୍ରଶାସନ ପାଖରେ ବାରମ୍ବାର ନିବେଦନ କରିଥିଲେ ଗ୍ରାମବାସୀ। ହେଲେ ସେମାନଙ୍କ କଥା କେହି ଶୁଣିନଥିଲେ । ଯାହାଫଳରେ ବର୍ତ୍ତମାନ ଏହାର ପ୍ରଭାବ ପଞ୍ଚାୟତ ନିର୍ବାଚନ ଉପରେ ପଡ଼ିଛି। ନିର୍ବାଚନ ସମୟରେ ଗ୍ରାମବାସୀ ଉଚିତ ଜବାବ ଦେବାକୁ ଅଣ୍ଟା ଭିଡିଛନ୍ତି |

ସୂଚନା ଅନୁଯାୟୀ ଅତାବିରା ବ୍ଲକ ଅନ୍ତର୍ଗତ କେନ୍ଦୁପାଲି ଗ୍ରାମରେ ଦୀର୍ଘ ବର୍ଷରୁ ବହୁ ପୁରୁଣା ୟୁପି ସ୍କୁଲ ରହିଥିଲା । ତେବେ ଗ୍ରାମ ନିକଟରେ ଅନ୍ୟ ସ୍କୁଲ ନଥାଇ ମଧ୍ୟ ସ୍କୁଲକୁ ବନ୍ଦ କରିଦିଆଯାଇଛି। ସରକାରଙ୍କ 5T ଯୋଜନା ଅନୁଯାୟୀ ଦୂରରେ ଥିବା ଏକ ସ୍କୁଲ ସହିତ ମିଶାଇ ଦିଆଯାଇଛି । ଯାହାକୁ ଗ୍ରାମବାସୀ ବିରୋଧ କରିଛନ୍ତି । ଏବଂ ସ୍କୁଲ ନାହିଁ ତ ଭୋଟ ବି ନାହିଁ ନାରା ଦେଇ ପ୍ରତିବାଦ ଜଣାଇଛନ୍ତି |

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.