ETV Bharat / state

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

author img

By

Published : Nov 16, 2019, 1:32 PM IST

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ବରଗଡ ଉଠା ଜଳପ୍ରକଳ୍ପ ବିଭାଗର କର୍ମଚାରୀଙ୍କ ଘରେ ରେଡ ହୋଇଛି।

ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ବରଗଡ: ଉଠା ଜଳପ୍ରକଳ୍ପ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଯନ୍ତ୍ରୀ ବୈକୁଣ୍ଠ ନାଥ ରାଉତଙ୍କ ଘରେ ଯାଞ୍ଚ କରୁଛି ବିଭାଗ । ଭୁବନେଶ୍ବର ସ୍ଥିତ ଘର ସହିତ 5ଟି ବିଭିନ୍ନ ସ୍ଥାନରେ ଏକକାଳୀନ ଚଢାଉ ହୋଇଛି।

ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଭୁବନେଶ୍ବର ସ୍ଥିତ ବାସଭବନ ସହିତ ପୈତୃକ ଘର ବାରିପଦା, ଶଶ୍ବର ଘର ଓ ବରଗଡ ଗଙ୍ଗାଧର ନଗରପଡା ସ୍ଥିତ ଭଡା ଘର ସହିତ ବରଗଡ ଉଠା ଜଳ ପ୍ରକଳ୍ପ କାର୍ଯ୍ୟାଳୟରେ ଏକକାଳୀନ ଚଢାଉ କରୁଛି ବିଭାଗ । ଭୁବନେଶ୍ବର ଭିଜିଲାନ୍ସ ବିଭାଗର ଇନସ୍ପେକ୍ଟର ମନୋରଞ୍ଜନ ପାଇକରାୟଙ୍କ ନେତୃତ୍ବରେ ବରଗଡର 2ଟି ସ୍ଥାନରେ ଚଢାଉ ଚାଲିଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ବରଗଡ଼ ଉଠା ଜଳପ୍ରକଳ୍ପ ବିଭାଗର ସହକାରୀ ଯନ୍ତ୍ରୀ ବୈକୁଣ୍ଠ ନାଥ ରାଉତଙ୍କ ଘରେ ଭିଜିଲାନ୍ସର ଚଢ଼ାଉ । ଆୟ ବହିର୍ଭୁତ ସମ୍ପତ୍ତି ଠୋଲ ଅଭିଯୋଗରେ ସହକାରୀ ଯନ୍ତ୍ରୀଙ୍କ ଭୁବନେଶ୍ୱର ସ୍ଥିତ ଘର ସହିତ ୫ ଟି ବିଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଥିବା ଜଣାପଡିଛି।


Body:ବୈକୁଣ୍ଠ ନାଥ ରାଉତ ବରଗଡ଼ ଉଠାଜଳପ୍ରକଳ୍ପ ବିଭାଗରେ ସହକାରୀ ଯନ୍ତ୍ରୀ ଭାବରେ କାମ କରୁଥିବା ବେଳେ ଆୟ ବହିର୍ଭୁତ ସମ୍ପତ୍ତି ଠୋଲ ହୋଇଥିବା ଅଭିଯୋଗରେ ଭୁବନେଶ୍ୱର ସ୍ଥିତ ତାଙ୍କ ନିଜ ଘର , ବାରିପଦା ସ୍ଥିତ ତାଙ୍କର ପୈତୃକ ଘର, ତାଙ୍କର ଶ୍ୱଶୁର ଘରେ, ଏବଂ ବାରଗଡ଼ ଗଙ୍ଗାଧର ନଗର ପଡ଼ା ସ୍ଥିତ ଭଡ଼ା ଘରେ ଇ ବରଗଡ ଉଠା ଜଳ ପ୍ରକଳ୍ପ କାର୍ଯ୍ୟାଳୟ ଠାରେ ଏକକାଳୀନ ଭିଜିଲାନ୍ସ ଦଳର ଚଢ଼ାଉ ଚାଲିଛି । ତେବେ ଭୁବନେଶ୍ୱର ଭିଜିଲାନ୍ସ ବିଭାଗର ଇନସ୍ପେକ୍ଟର ମନୋରଞ୍ଜନ ପାଇକରାୟ ଙ୍କ ନେତୃତ୍ୱରେ ବାରଗଡ଼ ର ଦୁଇଟୁ ସ୍ଥାନରେ ଚଢ଼ାଉ ଜାରିରହିଛି ।
ବାଇଟ ୧ - ମନୋରଞ୍ଜନ ପାଇକରାୟ ( ଭିଜିଲାନ୍ସ ଇନସ୍ପେକ୍ଟର )


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.