ETV Bharat / state

ଚାଷୀଙ୍କୁ ଡରାଉଛି କାଳବୈଶାଖୀ

author img

By

Published : Jun 7, 2019, 11:37 PM IST

ବରଗଡରେ କାଳବୈଶାଖୀର ପ୍ରଭାବରେ ବ୍ୟାପକ ଧାନ ନଷ୍ଟ ସମ୍ଭାବନା ଦେଖାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ

ବରଗଡ: ଜିଲ୍ଲାରେ ଚାଷୀମାନେ ରବିଋତୁ ପାଇଁ ଅମଳ ଧାନ ଅମଳରେ ଲାଗିପଡିଛନ୍ତି । ଏହି ସମୟରେ କାଳବୈଶାଖୀ ଦାଉ ସାଜୁଛି । ଝଡବର୍ଷା ପ୍ରଭାବରେ ବ୍ୟାପକ ଧାନ ନଷ୍ଟ ହେବାର ସମ୍ଭାବନା ଦେଖାଯାଇଛି । ବର୍ଷା ଯୋଗୁଁ ବହୁ ଚାଷୀଙ୍କ ବିଲରେ ପଡିଥିବା ଧାନ ବର୍ଷାପାଣିରେ ଭିଜି ଯାଇଛି । ଏଠାରେ ଧାନ ଗଜା ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଅନ୍ୟପଟରେ ଧାନ ମଣ୍ଡି ଗୁଡିକରେ ପର୍ଯ୍ୟାପ୍ତ ପରିମାଣର ପାଲ ମହଜୁଦ ନ ଥିବା କାରଣରୁ ଧାନମଣ୍ଡିରେ ଖୋଲା ଆକାଶ ତଳେ ପଡିରହିଥିବା ଧାନ ସବୁ ବର୍ଷାରେ ଭିଜିଯାଇଛି । ସେଠାରେ ମଧ୍ୟ କ୍ଷତିର ସମ୍ଭାବନା ଦେଖାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ତେବେ ଆଗକୁ ଆହୁରି ବର୍ଷା ହେବା କଥା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିବାରୁ ଚାଷୀମାନେ ଚିନ୍ତାରେ ପଡିଯାଇଛନ୍ତି । ଧାନମଣ୍ଡି ଗୁଡିକରୁ ଶୀଘ୍ର ଧାନ ଉଠା ନ ଗଲେ ଲକ୍ଷାଧିକ ବସ୍ତା ଧାନ ବର୍ଷାରେ ଭିଜି ନଷ୍ଟ ହେବାର ସମ୍ଭାବନା ରହିଛି । ଏପରି ସ୍ଥିତିରେ ଧାନମଣ୍ଡି ଗୁଡିକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ମାତ୍ରାଧିକ ପାଳ ଯୋଗାଇ ଦେବାର ବ୍ୟବସ୍ଥା କରାଯାଉଥିବା କଥା ମଣ୍ଡି ଦାୟିତ୍ବରେ ଥିବା ଅଧିକାରୀ ସୂଚନା ଦେଇଛନ୍ତି ।

ବରଗଡରୁ ରାଜେଶ କୁମାର ସରାପ୍‌, ଇଟିଭି ଭାରତ

Intro:Body:

rwey


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.