ETV Bharat / state

ଧନୁଯାତ୍ରା ପାଇଁ ଅଭ୍ୟାସ ଆଖଡ଼ା ଆରମ୍ଭ

author img

By

Published : Dec 17, 2019, 8:40 PM IST

Updated : Dec 17, 2019, 9:14 PM IST

ଆଉ ଦିନ କେଇଟା ପରେ ଆରମ୍ଭ ହୋଇଯିବ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ କଳାକାର ଆରମ୍ଭ କରିଛନ୍ତି ଅଭ୍ୟାସ ଆଖଡ଼ା। ଅଧିକ ପଢ଼ନ୍ତୁ...

rehearsal for dhanu yatra, bargarh dhanu yatra, ଧନୁଯାତ୍ରା ପାଇଁ ଅଭ୍ୟାସ ଆଖଡ଼ା, ଧନୁଯାତ୍ରା ପାଇଁ ଅଭ୍ୟାସ ଆରମ୍ଭ, ବରଗଡ଼ ଧନୁଯାତ୍ରା
ଧନୁଯାତ୍ରା ପାଇଁ ଅଭ୍ୟାସ ଆଖଡ଼ା ଆରମ୍ଭ

ବରଗଡ଼: ଆସନ୍ତା ଡିସେମ୍ବର 31ତାରିଖରୁ ଆରମ୍ଭ ହେବ 71 ତମ ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା। ଡିସେମ୍ବର 31ରୁ ଜାନୁଆରୀ 10 ତାରିଖ ପର୍ଯ୍ୟନ୍ତ 11 ଦିନ ଧରି ଖୋଲା ମଞ୍ଚରେ ଅଭିନୀତ ହେବ ପୌରାଣିକ କଥା ବସ୍ତୁଉପରେ ଆଧାରିତ ଧନୁଯାତ୍ରାର ଭିନ୍ନ ଭିନ୍ନ ଦୃଶ୍ୟ। ନାଟକକୁ ଜୀବନ୍ତ ଓ ଚିତ୍ତାକର୍ଷକ କରିବା ପାଇଁ ମଙ୍ଗଳବାର ଠାରୁ ଆରମ୍ଭ ହୋଇଯାଇଛି ଅଭ୍ୟାସ ଆଖଡ଼ା।

ସୋମବାର ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ଏହି ଆଖଡ଼ା ଶାଳାର ଶୁଭାରମ୍ଭ କରିଥିଲେ । ମାଁ ସରସ୍ଵତୀଙ୍କ ଫଟୋରେ ମାଲ୍ୟାର୍ପଣ ଓ ପୂଜା କରିବା ପରେ ଆଖଡ଼ା ଶାଳରେ ଆଭ୍ୟାସ ଆରମ୍ଭ କରାଯାଇଥିଲା । ମହାରାଜା କଂସ ଭୂମିକାରେ ତୃତୀୟ ବର୍ଷ ପାଇଁ ଅଭିନୟ କରୁଥିବା ଭୁବନେଶ୍ବର ପ୍ରଧାନଙ୍କ ସମେତ ସମସ୍ତ କଳାକାର ଏବର୍ଷ ଆହୁରି ଭଲ ପ୍ରଦର୍ଶନ କରିବା ପାଇଁ ନିଜର ଅଭ୍ୟାସ ଜାରି ରଖିଛନ୍ତି।

ଧନୁଯାତ୍ରାର ମୁଖ୍ୟ ଆକର୍ଷଣ ମହାରାଜ କଂସ ହୋଇଥିବା ବେଳେ ଚଳିତ ବର୍ଷ ପ୍ରଥମ ଥର ପାଇଁ ବିଶ୍ଵ ଦରବାରରେ କଂସ ଅଭିନୟ କରୁଥିବା ଭୁବନେଶ୍ବର ପ୍ରଧାନଙ୍କ ସହିତ ସମସ୍ତ ମନ୍ତ୍ରୀ, ମହାମନ୍ତ୍ରୀ, ପାରିଷଦ ବର୍ଗଙ୍କୁ ନେଇ ଆରମ୍ଭ ହୋଇଛି ଆଖଡ଼ା। ନାଟ୍ୟ ଗୁରୁ ଅଶୋକ ବେହେରାଙ୍କ ନିର୍ଦ୍ଦେଶନା କ୍ରମେ ସମସ୍ତ କଳାକାର ନିଜ ନିଜର ଅଭିନୟର ଅଭ୍ୟାସ କରୁଛନ୍ତି। ଦର୍ଶକଙ୍କୁ ନୂଆ କିଛି ସଂଳାପ ଓ ଅଟ୍ଟହାସ୍ୟର ଭେଟି ଦେବା ପାଇଁ ନୂତନ ପ୍ରୟାସ ଚଲାଇଛନ୍ତି ନିର୍ଦ୍ଦେଶକ ଅଶୋକ ବେହେରା।

ଧନୁଯାତ୍ରା ପାଇଁ ଅଭ୍ୟାସ ଆଖଡ଼ା ଆରମ୍ଭ

ଧନୁଯାତ୍ରାର ମୁଖ୍ୟ ଆକର୍ଷଣ ମହାରାଜ କଂସ ହୋଇଥିଲେ ସୁଦ୍ଧା ପାର୍ଶ୍ଵ କଳାକାରଙ୍କ ରହିଛି ବହୁ ଗୁରୁତ୍ବପୂର୍ଣ୍ଣ ଭୂମିକା। ସେମାନଙ୍କ ବିନା ଧନୁଯାତ୍ରାର ନାଟକ ଅସମ୍ପୂର୍ଣ୍ଣ। ଆଉ କିଛିଦିନ ପରେ ବରଗଡ଼ ପାଲଟିଯିବ ମଥୁରା ନଗରୀ ଓ ଅମ୍ବାପାଲି ହେବ ଗୋପପୁର ଏବଂ ଏହି ଖୋଲା ରଙ୍ଗମଞ୍ଚରେ ସମସ୍ତ ବରଗଡ଼ବାସୀ ପାଲଟି ଯିବେ ଜଣେ ଜଣେ କଳାକାର।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

Intro:ଆସନ୍ତା ଡିସେମ୍ବର ୩୧ତାରିଖ ରୁ ଆରମ୍ଭ ହେବାକୁ ଯାଉଛି ବରଗଡର ୭୧ ତମ ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା | ଡିସେମ୍ବର ୩୧ ରୁ ଜାନୁୟାରୀ ୧୦ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୧ ଦିନ ଧରି ଖୋଲା ମଞ୍ଚରେ ଅଭିନୀତ ହେବ ପୌରାଣିକ କଥା ବସ୍ତୁଉପରେ ଆଧାରିତ ଧନୁଯାତ୍ରାର ଭିନ୍ନ ଭିନ୍ନ ଦୃଶ୍ୟ | ନାଟକକୁ ଜୀବନ୍ତ ଓ ଚିତ୍ତାକର୍ଷକ କରିବା ପାଇଁ ଆଜି ଠାରୁ ଆରମ୍ଭ ହୋଇଯାଇଛି ଅଭ୍ୟାଶ ଆଖଡା | ଆଜି ଅତିରିକ୍ତ ଜିଲ୍ଲାପାଳ ମିରଧା ଟପ୍ପୋ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ଏହି ଆଖଡା ଶାଳା ର ଶୁଭାରମ୍ଭ କରିଥିଲେ | ମାଁ ସରସ୍ଵତୀ ଦେବୀଙ୍କ ଫଟୋରେ ମାଲ୍ୟାର୍ପଣ ଓ ପୂଜା କଲାପରେ ଆଖଡା ସାଲରେ ଆଭ୍ୟାସ ଆରମ୍ଭ କରାଯାଇଥିଲା |ମହାରାଜା କଂସ ଭୂମିକାରେ ତୃତୀୟ ବର୍ଷ ପାଇଁ ଅଭିନୟ କରୁଥିବା ଭୁବନେଶ୍ବର ପ୍ରଧାନ ଙ୍କ ସମେତ ସମସ୍ତ କଳାକାର ମାନେ ଏବର୍ଷ ଆହୁରି ଅଧିକ ଭଲ ଅଭିନୟ ପ୍ରଦର୍ଶନ କରିବା ପାଇଁ ନିଜର ଅଭ୍ୟାଶ ଜାରି ରଖିଛନ୍ତି |
Body:ଆଉ କିଛିଦିନ ପରେ ବରଗଡ ଠାରେ ଆରମ୍ଭ ହେବ ବିଶ୍ଵ ବିଖ୍ୟାତ ଧନୁଯାତ୍ରା | ବିରାଟ ଖୋଲା ରଙ୍ଗମଞ୍ଚରେ ଦୃଶ୍ୟ ପରେ ଦୃଶ୍ୟ ଅଭିନୀତ ହେବ ପୌରାଣିକ କଥା ବସ୍ତୁର ନାଟକ | ଏହି ନାଟକକୁ ଜୀବନ୍ତ ଓ ଚିତ୍ତାକର୍ଷକ କରିବା ପାଇଁ ଉଚ୍ଚକୋଟିର ଅଭିନୟ ଆବଶ୍ୟକ ଏଥିପାଇଁ ଧନୁଯାତ୍ରା ଆରମ୍ଭ ର ବହୁଦିନ ପୂର୍ବରୁ ଆରମ୍ଭ ହୋଇଯାଇଥାଏ ନାଟକ ପାଇଁ ଅଭ୍ୟାଶ ଆଖଡା | ଧନୁଯାତ୍ରାର ମୁଖ୍ୟ ଆକର୍ଷଣ ମହାରାଜ କଂସ ହୋଇଥିବା ବେଳେ ଗତ ବର୍ଷ ପ୍ରଥମ ଥର ପାଇଁ ବିଶ୍ଵ ଦରବାର ରେ କଂସ ଅଭିନୟ କରୁଥିବା ଭୁବନେଶ୍ବର ପ୍ରଧାନ ଙ୍କ ସହିତ ସମସ୍ତ ମନ୍ତ୍ରୀ , ମହାମନ୍ତ୍ରୀ , ପାରିଷଦ ବର୍ଗଙ୍କୁ ନେଇ ଆରମ୍ଭ ହୋଇଛି ଆଖଡା | ନାଟ୍ୟ ଗୁରୁ ଶ୍ରୀ ଅଶୋକ ବେହେରାଙ୍କ ନିର୍ଦେଶନା କ୍ରମେ ସମସ୍ତ କଳାକାର ନିଜ ନିଜର ଅଭିନୟ ର ଅଭ୍ୟାସ କରୁଛନ୍ତି | ଦର୍ଶକଙ୍କୁ ନୂଆ କିଛି ସଂଳାପ ଓ ଅଟ୍ଟହାସ୍ୟର ପ୍ରଦର୍ଶନ କରାଇବା ପାଇଁ ନୂତନ ପ୍ରୟାଶ ଚଲାଇଛନ୍ତି ନିର୍ଦେଶକ ଅଶୋକ ବେହେରା|
ଧନୁଯାତ୍ରା ର ମୁଖ୍ୟ ଆକର୍ଷଣ ମହାରାଜ କଂସ ହେଲେ ସୁଦ୍ଧା ପାର୍ଶ୍ଵ କଳାକାର ମାନଙ୍କ ରହିଛି ବହୁ ଗୁରୁତ୍ବପୂର୍ଣ ଭୂମିକା | ସେମାନଙ୍କ ବିନା ଧନୁଯାତ୍ରାର ନାଟକ ଅସମ୍ପୂର୍ଣ | କଂସ ଙ୍କ ସହିତ ମନ୍ତ୍ରୀ , ମହାମନ୍ତ୍ରୀ , ମନ୍ତ୍ରୀ ପରିଷଦ ବର୍ଗଙ୍କ ସହିତ ବହୁ କଳାକାର ଙ୍କୁ ନେଇ ୧୧ ଦିନ ଧରି ଖୋଲା ରଙ୍ଗମଞ୍ଚରେ ଅଭିନୀତ ହୋଇଥାଏ ଏହି ଧନୁଯାତ୍ରା | ଆଉ କିଛିଦିନ ପରେ ବରଗଡ ପାଲଟିଯିବ ମଥୁରା ନଗରୀ ଓ ଅମ୍ବାପାଳି ହେବ ଗୋପପୁର ଏବଂ ଏହି ଖୋଲା ରଙ୍ଗମଞ୍ଚରେ ସମସ୍ତ ବରଗଡ ବାସୀ ପାଲଟି ଯିବେ ଜଣେ ଜଣେ କଳାକାର |

ବାଇଟ 1- ମିର୍ଧା ଟପ୍ପୋ ( ଅତିରିକ୍ତ ଜିଲ୍ଲାପାଳ )
ବାଇଟ 2- ଭୁବନେଶ୍ବର ପଧାନ (କଂସ , କଳାକାର )
ବାଇଟ 3- ଅଶୋକ ବେହେରା ( ଗୁରୁ )Conclusion:
Last Updated : Dec 17, 2019, 9:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.