ETV Bharat / state

ଧରାପଡିଲେ ଲୁଟେରା ଗ୍ୟାଙ୍ଗ, 500 ସିଲିଣ୍ଡର ଜବତ

author img

By ETV Bharat Odisha Team

Published : Jan 17, 2024, 12:03 PM IST

Updated : Jan 17, 2024, 2:12 PM IST

Loot in bargarh:ବରଗଡ ଜିଲ୍ଲା ପୋଲିସକୁ ସଫଳତା । 500 ଗୋଟି ସିଲିଣ୍ଡର ଜବତ ସହିତ 9 ଜଣଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ

ଧରା ପଡିଲେ ଲୁଟେରା ଗ୍ୟାଙ୍ଗ
ଧରା ପଡିଲେ ଲୁଟେରା ଗ୍ୟାଙ୍ଗ
ଧରାପଡିଲେ ଲୁଟେରା ଗ୍ୟାଙ୍ଗ

ବରଗଡ: ଜିଲ୍ଲା ପୋଲିସକୁ ସଫଳତା । ଦୀର୍ଘ ଦିନରୁ ବିଭିନ୍ନ ଗ୍ୟାସ ଗୋଦାମରେ ଡକାୟତି କରି ଶହ ଶହ ଗ୍ୟାସ ସିଲିଣ୍ଡର ଲୁଟ କରି ନେଇ ଯାଉଥିବା ଏକ ଗ୍ୟାଙ୍ଗକୁ କାବୁ କରିଛି ବରଗଡ ପୋଲିସ । ଏହି ଗ୍ୟାଙ୍ଗର ସମୁଦାୟ 9 ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ଇଣ୍ଡିଆନ, ଏଚପି, ଭାରତ ଆଦି କମ୍ପାନୀର ସମୁଦାୟ 500 ଗୋଟି ସିଲିଣ୍ଡର ପୋଲିସ ଜବତ କରିଛି । ତେବେ ଗିରଫ ସମସ୍ତ ଅଭିଯୁକ୍ତମାନେ ସମ୍ବଲପୁର ଜିଲ୍ଲାର ବୋଲି ଜଣାପଡିଛି । ଗତକାଲି ରାତିରେ ଅତାବିରା ଠାରେ ପୋଲିସର ନାକାବନ୍ଦୀ ସମୟରେ ଅଶୋକ ଲିଲେଣ୍ଡ କମ୍ପାନୀର ଏକ ଗାଡିରେ 110 ସିଲିଣ୍ଡର ଲୁଟ କରି ଫେରୁଥିବା ସମୟରେ ପୋଲିସ ହାତରେ ଧରା ପଡିଥିଲେ ଏହି ଗ୍ୟାଙ୍ଗ ।

ସୂଚନା ଅନୁଯାୟୀ, ଅତାବିରା ଥାନାରେ ସିଦ୍ଧାର୍ଥ ଶଙ୍କର ପଣ୍ଡା ନାମକ ଜଣେ ବ୍ୟକ୍ତି ତାଙ୍କ ଇଣ୍ଡିଆନ ଗ୍ୟାସ ଗୋଦାମରୁ କିଛି ଦୁର୍ବୃତ୍ତ ଆସି 158 ଗୋଟି ଗ୍ୟାସ ସିଲିଣ୍ଡର ଡକାଯତି କରିବା ସହ ଜଗୁଆଳିକୁ ଆକ୍ରମଣ କରିଥିବା ନେଇ ଥାନାରେ ଏତଲା ଦେଇଥିଲେ । ତେବେ ଏହି ଘଟଣାର ତଦନ୍ତ ପାଇଁ ପୋଲିସ ବିଭାଗ ପକ୍ଷରୁ 3 ଗୋଟି ସ୍ପେଶିଆଲ ଟିମ ଗଠନ କରି ତଦନ୍ତ ଚଳାଇଥିଲା । ଏନେଇ ଗତକାଲି କିଛି ଦୁର୍ବୃତ୍ତ ଏକ ଗାଡିରେ ଚୋରି ଗ୍ୟାସ ସିଲିଣ୍ଡର ଚାଲାଣ କରୁଥିବା ନେଇ ବିଶିଷ୍ଟ ସୂତ୍ରରୁ ଖବର ପାଇବା ପରେ ପୋଲିସ ସେମାନଙ୍କର ଗତିବିଧି ଉପରେ ନଜର ରଖିଥିଲା ।

ଏହା ମଧ୍ୟ ପଢନ୍ତୁ- ଇ-କାର୍ଟ୍ କମ୍ପାନୀର ଭ୍ୟାନ ଲୁଟ ଘଟଣା, 7 ଆନ୍ତଃ ଜିଲ୍ଲା ଡକାୟତ ଗିରଫ

ଏହା ମଧ୍ୟ ପଢନ୍ତୁ- ବଲାଙ୍ଗୀର ପୋଲିସକୁ ସଫଳତା, 6 ଆନ୍ତଃରାଜ୍ୟ ଡକାୟତ ଗିରଫ

ସେମାନେ ସମ୍ବଲପୁର ପଟକୁ ଯାଉଥିବା ଖବର ପାଇ ଅତାବିରା ଠାରେ ନାକାବନ୍ଦୀ କରିଥିଲା ପୋଲିସ । ଅତାବିରା ଠାରେ ଗାଡିଟିକୁ ଅଟକାଇ ପଚରାଉଚରା କରିବାରୁ ପୋଲିସକୁ ସନ୍ଦେହ ହୋଇଥିଲା ଏବଂ ସେଥିରେ ଥିବା 110 ଗୋଟି ଗ୍ୟାସ ସିଲିଣ୍ଡର ଜବତ କରିବା ସହିତ ଅଭିଯୁକ୍ତ ମାନଙ୍କୁ ଗିରଫ କରିଛି ପୋଲିସ । ତେବେ ଅଧିକ ଜେରା ପରେ ଅପରାଧୀମାନେ ଚୋରି ଓ ଡକାଯତି ତାଙ୍କର ପେସା ବୋଲି ସ୍ଵୀକାର କରିଥିଲେ । ବରଗଡ,ବଲାଙ୍ଗୀର,ସମ୍ବଲପୁର,ସୋନପୁର,ଝାରସୁଗୁଡା ଆଦି ଜିଲ୍ଲାରେ ସେମାନେ ଅନେକ ଡକାୟତି କରିଥିବା ବେଳେ ଏହି ଅଞ୍ଚଳରେ ବିଭିନ୍ନ ଗ୍ୟାସ ସିଲିଣ୍ଡର ଚୋରି କରିଥିବା ସ୍ଵୀକାର କରିଥିଲେ । ତେବେ ସମସ୍ତ ଅପରାଧୀ ସମ୍ବଲପୁର ଜିଲ୍ଲାର ହୀରାକୁଦ, କ୍ଷେତରାଜପୁର, କନଶିଙ୍ଘା, ସିନ୍ଦୁରପଙ୍କ,ଶାସନ,ବରେଇପାଳି, ଧନୁପାଲି ଆଦି ଅଞ୍ଚଳର ବୋଲି ଜଣାପଡିଛି ।

ଇଟିଭି ଭାରତ, ବରଗଡ

Last Updated : Jan 17, 2024, 2:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.