ETV Bharat / state

GST ଠକାମି ଅଭିଯୋଗ, ପଦ୍ମପୁର ଅଳଙ୍କାର ଦୋକାନ ଉପରେ ଚଢ଼ାଉ

author img

By

Published : Oct 30, 2021, 7:28 PM IST

ଧନ ତେରସ ପୂର୍ବରୁ ଗହଣା ଦୋକାନୀଙ୍କୁ ଲାଗିଲା ଝଟକା । ବରଗଡ଼ ପଦ୍ମପୁର ଜୁଏଲାରୀ ଦୋକାନ ଉପରେ ଚଢାଉ କଲା GST ବିଭାଗ । ଅଧିକ ପଢନ୍ତୁ...

GST ଠକାମି ଅଭିଯୋଗ, ପଦ୍ମପୁର ଅଳଙ୍କାର ଦୋକାନ ଉପରେ ଚଢ଼ାଉ
GST ଠକାମି ଅଭିଯୋଗ, ପଦ୍ମପୁର ଅଳଙ୍କାର ଦୋକାନ ଉପରେ ଚଢ଼ାଉ

ବରଗଡ଼: ଧନ ତେରସ ପୂର୍ବରୁ ଗହଣା ଦୋକାନୀଙ୍କୁ ଝଟକା । ସିଟି ଓ ଜିଏସଟି ବିଭାଗ ଠକାମି ଅଭିଯୋଗରେ ଦୋକାନ ଉପରେ କରିଛି ଚଢ଼ାଉ । ଜିଲ୍ଲାର ପଦ୍ମପୁର ଉପଖଣ୍ଡ ପଦ୍ମପୁର ସହରରେ ଥିବା ମିନାକ୍ଷୀ ଜୁଏଲାରୀ ଦୋକାନ ଉପରେ ଚଢ଼ାଉ କରିଛି CT ଓ GST ବିଭାଗ ।

GST ଠକାମି ଅଭିଯୋଗ, ପଦ୍ମପୁର ଅଳଙ୍କାର ଦୋକାନ ଉପରେ ଚଢ଼ାଉ

ସରକାରଙ୍କୁ ଟିକସ ଫାଙ୍କିଥିବା ଅଭିଯୋଗରେ ଗହଣା ଦୋକାନରେ ସିଟି ଜିଏସଟି ବିଭାଗର ଏକ ଟିମ ପଦ୍ମପୁର ସହରସ୍ଥିତ ଏକ ଜୁଏଲାରୀ ଦୋକାନ ଉପରେ ଚଢ଼ାଉ ଜାରି ରଖିଛି । ପଦ୍ମପୁର ସହରର ଥାନା ଛକସ୍ଥିତ ମିନାକ୍ଷୀ ଜୁଏଲାରୀ ସୁନା ଗହଣା ବିକ୍ରି କରି ଟିକସ ଫାଙ୍କିଥିବା ଅଭିଯୋଗରେ ସିଟି ଓ ଜିଏସଟି ବିଭାଗର ୨ଟି ଟିମ ପଦ୍ମପୁର ଥାନା ଛକସ୍ଥିତ ଦୋକାନ ଓ ଘରେ ସମୁଦାୟ ୨ ଗୋଟି ଟିମ ଏକକାଳୀନ ଚଢ଼ାଉ କରିଥିଲେ ।

ସମସ୍ତ କ୍ରୟ ବିକ୍ରୟ ରେଜିଷ୍ଟର ଓ ସୁନା ଗହଣା ଯାଞ୍ଚ କରାଯାଇଥିବାବେଳେ ଯାଞ୍ଚ ପ୍ରକ୍ରିୟା ଶେଷ ହେବାପରେ ଉକ୍ତ ଚଢ଼ାଉର ସମ୍ପୂର୍ଣ୍ଣ ତଥ୍ୟ ଦିଆଯିବ ବୋଲି ଜିଏସଟି ବିଭାଗ ଅଧିକାରୀ ରଜନୀକାନ୍ତ ସେଠ ସୂଚନା ଦେଇଛନ୍ତି ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.