ETV Bharat / state

ତେଜିଲା ଚାଷୀ ଆନ୍ଦୋଳନ, ଫସଲବୀମା ଓ ଇନପୁଟ ସବସିଡିକୁ ନେଇ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା

author img

By ETV Bharat Odisha Team

Published : Nov 14, 2023, 10:07 PM IST

ଫସଲ ବୀମା ନେଇ ଜିଲ୍ଲାପାଳଙ୍କ ଅଫିସ ଘେରାଉ । ବରଗଡ ଜିଲ୍ଲାର ଭେଡେନ ବ୍ଳକର ଚାଷୀମାନେ ଜିଳ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦେଇଛନ୍ତି । ଫସଲବୀମା ଓ ଇନପୁଟ ସବସିଡ ନମିଳିବାରୁ ଚାଷୀମାନେ ଏହାକୁ ବିରୋଧ କରି ବିକ୍ଷୋଭ କରିଛନ୍ତି । ଅଧିକ ପଢ଼ନ୍ତୁ

ତେଜିଲା ଚାଷୀ ଆନ୍ଦୋଳନ
ତେଜିଲା ଚାଷୀ ଆନ୍ଦୋଳନ
ତେଜିଲା ଚାଷୀ ଆନ୍ଦୋଳନ

ବରଗଡ଼ : ଫସଲବୀମାରେ ଚାଷୀଙ୍କୁ ଭୁଆଁ ବୁଲାଉଥିବା ଅଭିଯୋଗ । ଜିଲ୍ଲାପାଳଙ୍କ ଅଫିସ ଆଗରେ ଆନ୍ଦୋଳନ କଲେ ଶହ ଶହ ଚାଷୀ । ଖରିଫ ଋତୁର ଫସଲ ଅମଳ ହେବାକୁ ବସିଲାଣି ମାତ୍ର ଗତ ରବି ଫସଲରେ ହୋଇଥିବା କ୍ଷତିପୂରଣ ବୀମା କମ୍ପାନୀ ଏପର୍ଯ୍ୟନ୍ତ ଭରଣା କରିନାହିଁ ଯାହାକୁ ନେଇ ବରଗଡ଼ ଜିଲ୍ଲା ଭେଦେନ ବ୍ଲକର ଚାଷୀ ଆଜି ଆନ୍ଦୋଳନ ମୁହାଁ ହୋଇଛନ୍ତି ।

ପ୍ରତିବର୍ଷ ଚାଷୀଙ୍କୁ ଫସଲବୀମା କମ୍ପାନୀ କ୍ଷତିପୂରଣ ବାବଦକୁ ଜିଲ୍ଲାର ଚାଷୀଙ୍କୁ ଠକାମୀ କରୁଥିବା ବେଳେ ବାରମ୍ବାର ଚାଷୀ ଆନ୍ଦୋଳନକୁ ସାମ୍ନା କରୁଛି ଜିଲ୍ଲା ପ୍ରଶାସନ । କିନ୍ତୁ ବୀମା କମ୍ପାନୀକୁ ପ୍ରଶାସନ ତାଗିଦ କରିପାରୁ ନଥିବା ବେଳେ ଚାଷୀଙ୍କୁ ପ୍ରତିବର୍ଷ ଠକି ଚାଲିଛି ବୀମା କମ୍ପାନୀ । ଗତ ରବି ଫସଲରେ ଭେଡେନ ବ୍ଲକ ଅଞ୍ଚଳରେ ବହୁ ଚାଷୀଙ୍କ ଧାନ ଫସଲ କୁଆପଥର ମାଡ ସହିତ ବିଭିନ୍ନ ରୋଗପୋକ କାରଣରୁ ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଭଲ ଧାନ ଫସଲ ହୋଇଥିଲେ ମଧ୍ୟ କୁଆପଥର ବୃଷ୍ଟି ପରେ ଅଜଣା ରୋଗ କାରଣରୁ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିବାରୁ ବିଭାଗୀୟ ଅଧିକାରୀମାନେ କ୍ଷୟକ୍ଷତିର ଆକଳନ କରି ରାଜ୍ୟ ସରକାରଙ୍କ ନିକଟକୁ ତଥ୍ୟ ପଠାଇଥିଲେ । ଯେଉଁ ଚାଷୀଙ୍କର ଫସଲ ନଷ୍ଟ ହୋଇଛି ସେହି ଚାଷୀମାନେ ନିଶ୍ଚୟ କ୍ଷତିପୂରଣ ପାଇପାରିବେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଷୀମାନଙ୍କୁ ଆଶ୍ଵାସନା ଦିଆଯାଇଥିଲା । ମାତ୍ର ଆଜି ପର୍ଯ୍ୟନ୍ତ ଚାଷୀଙ୍କୁ ବୀମାର କ୍ଷତିପୂରଣ ମିଳିପାରିନାହିଁ କିମ୍ବା ଇନ୍ପୁଟ ସବସିଟି ମଧ୍ୟ ମିଳିନାହିଁ ।

ଏହା ମଧ୍ୟ ପଢ଼ନ୍ତୁ.....Jai Kisan: ଦାନ ମାଗୁନାହାନ୍ତି ଚାଷୀ, କେବଳ ଆଶା କରିଛନ୍ତି ଉଚିତ କ୍ଷତିପୂରଣ

ଅନ୍ୟପଟେ ବିଭାଗୀୟ ଅଧିକାରୀମାନଙ୍କୁ ଭେଡେନ ଅଞ୍ଚଳର ଚାଷୀମାନେ ଏନେଇ ବାରମ୍ବାର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଶେଷରେ ଆନ୍ଦୋଳନ ପନ୍ଥା ଅବଲମ୍ବନ କରିଛନ୍ତି ଚାଷୀ । ଭେଡେନ ବ୍ଲକର ହଜାର ହଜାର ଚାଷୀ ବରଗଡ଼ ସହରରେ ଏକ ବିରାଟ ରାଲି ସହିତ ଜିଲ୍ଲାପାଳଙ୍କ କର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ ଏବଂ ସେଠାରେ ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କ ଉଦ୍ୟେଶରେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଭେଡେନ ବ୍ଲକର ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନକୁ ଚାଷୀ ସଂଗଠନ 15 ଦିନର ସମୟ ସୀମା ଦେଇଛନ୍ତି । ଏହାସହ 15 ଦିନ ଭିତରେ ବୀମା କମ୍ପାନୀ ଚାଷୀଙ୍କ ବୀମା ପଇସା ପ୍ରଦାନ ନକଲେ ଚାଷୀ ଆନ୍ଦୋଳନ ବ୍ୟାପକ ହେବ ବୋଲି ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ, ବରଗଡ଼

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.