ETV Bharat / state

ବିଶ୍ଵ ଦରବାରରେ ଅତିଥି ହେଲେ ଦୌଡରାଣୀ ଦୂତୀ ଚାନ୍ଦ, ପ୍ରଶଂସା କଲେ କଂସ ମହାରାଜ

author img

By

Published : Jan 5, 2020, 8:21 PM IST

ବିଶ୍ଵ ପ୍ରସିଦ୍ଧ ବରଗଡ ଧନୁଯାତ୍ରାରେ ଦୌଡରାଣୀ ଦୂତୀ ଚାନ୍ଦ । ମଥୁରା ନରେଶ କଂସ ମହାରାଜଙ୍କ ଦରବାରରେ ହେଲେ ସମ୍ମାନିତ ।

Dutee Chand in baragarh
ବିଶ୍ଵ ଦରବାରରେ ଅତିଥି ହେଲେ ଦୌଡରାଣୀ ଦୂତୀ ଚାନ୍ଦ, ପ୍ରଶଂସା କଲେ କଂସ ମହାରାଜ

ବରଗଡ: ବିଶ୍ଵ ପ୍ରସିଦ୍ଧ ବରଗଡ ଧନୁଯାତ୍ରାରେ ଦୌଡରାଣୀ ଦୂତୀ ଚାନ୍ଦ । ମଥୁରା ନରେଶ କଂସ ମହାରାଜଙ୍କ ଦରବାରରେ ହେଲେ ସମ୍ମାନିତ । ରାଜ ଅତିଥି ଭାବେ ସେ ଯୋଗଦେଇଥିବା ବେଳେ ତାଙ୍କୁ ମହାରାଜ କଂସ ସମ୍ମାନିତ କରିଛନ୍ତି ।

ବିଶ୍ଵ ଦରବାରରେ ଅତିଥି ହେଲେ ଦୌଡରାଣୀ ଦୂତୀ ଚାନ୍ଦ, ପ୍ରଶଂସା କଲେ କଂସ ମହାରାଜ

ଦୂତୀଙ୍କ ସହିତ ପ୍ରଶିକ୍ଷକ ଶିବ ମିଶ୍ର ଏବଂ ସମ୍ବଲପୁର ରେଳମଣ୍ଡଳ ପ୍ରବନ୍ଧକ ପ୍ରଦୀପ କୁମାର ମଧ୍ୟ ରାଜ ଅତିଥି ଭାବେ ଯୋଗଦାନ କରିଥିଲେ । ଦୂତୀ ଚାନ୍ଦ ଦୌଡ ପ୍ରତିଯୋଗିତାରେ ମଥୁରା ନଗରୀର ମାନ ସମାନ ରକ୍ଷା କରିଥିବାରୁ ମହାରାଜ କଂସ ଦୂତୀ ଚାନ୍ଦଙ୍କୁ ରାଜ ଦରବାରରେ ସମ୍ମାନିତ କରିଥିଲେ । ସେପଟେ ଡିଆରଏମ ପ୍ରଦୀପ କୁମାରଙ୍କୁ ମଥୁରା ନଗରୀରୁ ଭୁବନେଶ୍ବରକୁ ସକାଳୁଆ ଟ୍ରେନ ସେବା ଯୋଗେଇଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

ସେହିପରି ମହାରାଜା କଂସ ମଥୁରା ନଗରୀରେ ମହିଳାମାନଙ୍କୁ କ୍ରୀଡା କ୍ଷେତ୍ରରେ ଅଧିକ ସୁଯୋଗ ଦିଆଯିବାକୁ ଦୂତୀଙ୍କର ପ୍ରଶିକ୍ଷକ ଶିବ ମିଶ୍ରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯେପରି ଦୂତୀ ଚାନ୍ଦ ମଥୁରା ରାଜ୍ୟର ନାମ ରଖିଛନ୍ତି ସେହିପରି ଅନ୍ୟ ମଥୁରାର ଅନ୍ୟ ମହିଳାମାନେ କ୍ରୀଡା କ୍ଷେତ୍ରରେ ଆଗକୁ ଯାଇ ମଥୁରାର ନାମ ଉଚ୍ଚ କରିବେ ବୋଲି କହିଛନ୍ତି । ଦୂତୀଙ୍କୁ ମହାରାଜ କଂସ ବିଶ୍ଵ ଦରବାରରେ ମହିଳା ମାନଙ୍କୁ ନିଜର ଅଭିଜ୍ଞତା ଓ ବାର୍ତ୍ତା ଜଣାଇବା ପାଇଁ ସୁଯୋଗ ଦେଇଥିଲେ ।

ବରଗଡରୁ ରାଜେଶ ସରାପ୍‌, ଇଟିଭି ଭାରତ

Intro:ବିଶ୍ଵ ପ୍ରସିଦ୍ଧ ବରଗଡ ଧନୁଯାତ୍ରାରେ ମଥୁରା ନରେଶ କଂସ ମହାରାଜ ଙ୍କ ଦରବାରରେ ରାଜ ଅତିଥି ଭାବରେ ଦୌଡରାଣୀ ଦୁତୀ ଚାନ୍ଦ ଓ ଦୁତୀଙ୍କ ପ୍ରଶିକ୍ଷକ ଶିବ ମିଶ୍ର ଏବଂ ସମ୍ବଲପୁର ରେଳମଣ୍ଡଳ ପ୍ରବନ୍ଧକ ପ୍ରଦୀପ କୁମାର ଯୋଗଦାନ କରିଥିଲେ | ଦୁତୀ ଚାନ୍ଦ ଦୌଡ ପ୍ରତିଯୋଗିତାରେ ମଥୁରା ନଗରୀର ମାନ ସମାନ ରକ୍ଷା କରିଥିବାରୁ ମହାରାଜ କଂସ ଦୁତୀ ଚାନ୍ଦଙ୍କୁ ରାଜ ଦରବାରରେ ସମ୍ମାନିତ କରିଥିଲେ ଏବଂ DRM ଶ୍ରୀ ପ୍ରଦୀପ କୁମାରଙ୍କୁ ମଥୁରା ନଗରୀ ରୁ ଭୁବନେଶ୍ବରକୁ ସକାଳୁଆ ଟ୍ରେନ ସେବା ଯୋଗେଇଦେବାକୁ ନିର୍ଦେଶ ଦେଇଥିଲେ |
Body:ମହାରାଜା କଂସ ମଥୁରା ନଗରୀରେ ମହିଳା ମାନଙ୍କୁ କ୍ରିଡା କ୍ଷେତ୍ରରେ ଅଧିକ ସୁଯୋଗ ଦିଆଯିବାକୁ ଦୂତୀ ଙ୍କର ପ୍ରଶିକ୍ଷକ ଶିବ ମିଶ୍ରଙ୍କୁ ନିର୍ଦେଶ ଦେଇଛନ୍ତି | ଯେପରି ଦୁତୀ ଚାନ୍ଦ ମଥୁରା ରାଜ୍ୟର ନାମ ରଖିଛନ୍ତି ସେହିପରି ମଥୁରା ର ଆହୁରି ମହିଳା ମାନେ କ୍ରିଡା କ୍ଷେତ୍ରରେ ଆଗକୁ ଯାଇ ମଥୁରାର ନାମ ଉଚ୍ଚ କରିବେ ବୋଲି କହିଛନ୍ତି | ଦୁତୀ ଚାନ୍ଦ ଙ୍କୁ ମହାରାଜ କଂସ ବିଶ୍ଵ ଦରବାରରେ ମହିଳା ମାନଙ୍କୁ ନିଜର ଅଭିଜ୍ଞତା ଓ ବାର୍ତ୍ତା ଜଣାଇବା ପାଇଁ ସୁଯୋଗ ଦେଇଥିଲେ | Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.