ETV Bharat / state

ଟାଉନଥାନା ହାଜତ ମୃତ୍ୟୁ ଘଟଣାକୁ ମାସେ, ଏବେବି ପୋଲିସ ହାତ ଖାଲି

author img

By

Published : Oct 31, 2021, 8:00 AM IST

Updated : Oct 31, 2021, 9:16 AM IST

ଟାଉନ ଥାନା ହାଜତ ମୃତ୍ୟୁ ଘଟଣାକୁ ମାସେ ବିତିଯାଇଥିଲେ ସୁଦ୍ଧା ପୋଲିସ ହତ୍ୟାକାରୀଙ୍କ ବିରୋଧରେ ପ୍ରଶାସନ କୌଣସି FIR ରୁଜୁ କରୁନାହିଁ । ଯାହାକୁ ନେଇ ବରଗଡ଼ ସହରରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ଅଧିକ ପଢନ୍ତୁ...

ଟାଉନ ଥାନା ହାଜତ ମୃତ୍ୟୁ ଘଟଣାକୁ ନେଇ ଅଶାନ୍ତ ବରଗଡ଼ ସହର
ଟାଉନ ଥାନା ହାଜତ ମୃତ୍ୟୁ ଘଟଣାକୁ ନେଇ ଅଶାନ୍ତ ବରଗଡ଼ ସହର

ବରଗଡ: ଟାଉନ ଥାନା ହାଜତ ମୃତ୍ୟୁ ଘଟଣା । ପୁଣି ଅଶାନ୍ତ ହେଲା ବରଗଡ଼ ସହର । ଗୋବିନ୍ଦ ମୃତ୍ୟୁ ଘଟଣାକୁ ମାସେ ବିତି ଯାଇଥିଲେ ସୁଦ୍ଧା ପୋଲିସ ହତ୍ୟାକାରୀମାନଙ୍କ ବିରୋଧରେ କୌଣସି FIR ରୁଜୁ କରିନାହିଁ । ଯାହାକୁ ନେଇ ବରଗଡ଼ ସହରରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି ।

ଟାଉନଥାନା ହାଜତ ମୃତ୍ୟୁ ଘଟଣାକୁ ମାସେ, ଏବେବି ପୋଲିସ ହାତ ଖାଲି

ସୂଚନାମୁତାବକ, ବରଗଡ଼ ଟାଉନ ଥାନା ଅନ୍ତର୍ଗତ ତୋରା ଗ୍ରାମର ଗୋବିନ୍ଦ କୁମ୍ଭାରଙ୍କୁ ବିଳମ୍ବିତ ରାତ୍ରିରେ ପୋଲିସ ଘରୁ ଉଠାଇ ଆଣିଥିବା ବେଳେ ସକାଳେ ହାଜତରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଏନେଇ ବାରମ୍ବାର ଆନ୍ଦୋଳନ ସତ୍ତ୍ବେ ଅପରାଧୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଯାହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ଏବଂ କୋଶଲ ସେନା ପକ୍ଷରୁ ଆମରଣ ଅନଶନ ଜାରିରହିଛି ।

ଅନ୍ୟପଟେ ଜିଲ୍ଲା କଂଗ୍ରେସ ମଧ୍ୟ ରାସ୍ତାରେ ନିଆଁ ଜାଳି ରାସ୍ତା ଅବରୋଧ କରିଛି । ଯଦ୍ବାରା ଗାଡ଼ି ଚଳାଚଳ, ଯାତାୟତ ସମ୍ପୁର୍ଣ୍ଣ ଠପ୍ ହୋଇଯାଇଛି ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

Last Updated : Oct 31, 2021, 9:16 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.