ETV Bharat / state

ବରଗଡ଼ରେ 3 ମହଲା ଛାତରୁ ପଡ଼ି ଯୁବକ ମୃତ

author img

By

Published : Oct 26, 2020, 7:24 PM IST

ବରଗଡ଼ରେ 3 ମହଲା ଛାତରୁ ପଡ଼ି ଜଣେ ପାଇପ‌ କାରିଗରଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ଅଧିକ ପଢ଼ନ୍ତୁ...

ବରଗଡ଼ରେ 3 ମହଲା ଛାତରୁ ପଡ଼ି ଯୁବକ ମୃତ
ବରଗଡ଼ରେ 3 ମହଲା ଛାତରୁ ପଡ଼ି ଯୁବକ ମୃତ

ବରଗଡ଼: ତିନି ମହଲା ଛାତ ଉପରୁ ପଡ଼ି ଆଜି ଜଣେ ପାଇପ୍‌ କାରିଗରଙ୍କ ମୃତ୍ୟୁ ହୋଇଛି। ବରଗଡ଼ ସହରର ଏକ ଆପାର୍ଟମେଣ୍ଟରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ମୃତକ ବରଗଡ଼ ପୌର ପରିଷଦର ୱାର୍ଡ ନଂ-୨ର 30 ବର୍ଷୀୟ ଯୁବକ ବିଜୟ ମଲ୍ଲିକ ବୋଲି ଜଣା ପଡ଼ିଛି।

ବିଜୟ ବରଗଡ଼ ସହରର ଏକ ଆପାର୍ଟମେଣ୍ଟରେ କାମ କରୁଥିବା ବେଳେ ଭାରସାମ୍ୟ ହରାଇ ଅଚାନକ ଖସି ପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

3 ମହଲା ଛାତ ଉପରେ ସମସ୍ତ ସତର୍କତା ସତ୍ତ୍ବେ କିଭଳି ଭାରସାମ୍ୟ ହରାଇ ବିଜୟ ଖସି ପଡ଼ିଲେ ସେନେଇ ସନ୍ଦେହ ସୃଷ୍ଟି ହୋଇଛି। ସେପଟେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଏକ ମାମଲା ରୁଜୁ କରିଛି। ଘଟଣାର ଅଧିକ ତଦନ୍ତ ଜାରି ରଥିବା ବେଳେ ତଦନ୍ତ ପରେ ପ୍ରକୃତ ସତ୍ୟ ପଦାକୁ ଆସିବ ବୋଲ ପୋଲିସ ସୂଚନା ଦେଇଛି।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.