ETV Bharat / state

ମରଣ ସହ ସଂଗ୍ରାମ କରୁଛି ରୋଜଗାରିଆ ପୁଅ, ଚିକିତ୍ସା ପାଇଁ ଭିକ ମାଗୁଛନ୍ତି ବାପାମାଆ

author img

By

Published : Jan 19, 2023, 5:34 PM IST

ହସ୍ପିଟାଲ ଶଯ୍ୟାରେ ମୃତ୍ୟୁ ସହ ସଂଗ୍ରାମ କରୁଛି ରୋଜଗାରିଆ ପୁଅ । କିଡନୀ ରୋଗର ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଆବଶ୍ୟକ । ମୂଲ ଲାଗି ପେଟ ପୋଷୁଥିବା ବାପାମାଆ ବା ଏତେ ଟଙ୍କା ଆଣିବେ କେଉଁଠୁ । ସେଥିପାଇଁ ବାର ଦୁଆର ବୁଲି ପୁଅର ଚିକିତ୍ସା କରିବାକୁ ଭିକ ମାଗୁଛନ୍ତି ବୃଦ୍ଧ ଦମ୍ପତି । ଅଧିକ ପଢନ୍ତୁ

ପୁଅର ଚିକିତ୍ସା ପାଇଁ ଭିକ ମାଗୁଛନ୍ତି ବାପାମାଆ
ପୁଅର ଚିକିତ୍ସା ପାଇଁ ଭିକ ମାଗୁଛନ୍ତି ବାପାମାଆ

ପୁଅର ଚିକିତ୍ସା ପାଇଁ ଭିକ ମାଗୁଛନ୍ତି ବାପାମାଆ

ବାଲେଶ୍ବର: ଘର ଚଳାଇବାକୁ ସୂଦୁର ମୁମ୍ବାଇ ଯାଇଥିଲା ପୁଅ । ହୋଟେଲରେ କାମ କରି ଦୁଇ ପଇସା ରୋଜଗାର କରୁଥିଲା । ହେଲେ ଦଇବ ସହିଲା ନାହିଁ । ହଠାତ୍ ଦିନେ ଅସୁସ୍ଥ ହୋଇଗଲା ରୋଜଗାରିଆ ପୁଅ । ଦୁଇଟି ଯାକ କିଡନୀ ନଷ୍ଟ ହୋଇଗଲା । ଏବେ ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଆବଶ୍ୟକ । କିନ୍ତୁ ଗରୀବ ଦିନ ମଜୁରିଆ ବାପାମାଆ ବା ଏତେ ଟଙ୍କା ଆଣିବେ କେଉଁଠି । ତେଣୁ ପୁଅର ଚିକିତ୍ସା ପାଇଁ ହାତରେ ଭିକ ଥାଳ ଧରି ଦାଣ୍ଡକୁ ବାହାରିଛନ୍ତି ବାପାମାଆ । ବାଲେଶ୍ବର ଜିଲ୍ଲା ଜଳେଶ୍ବର ଅଞ୍ଚଳରେ ଏହି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ।

କଥାରେ ଅଛି, ଦୁଃଖ ଯେତେବେଳେ ଆସେ ଭାଇ ଭଉଣୀକୁ ସାଙ୍ଗରେ ନେଇ ଆସେ । ଜଳେଶ୍ବର ବ୍ଲକ ଅନ୍ତର୍ଗତ ନଛିମପୁର ପଞ୍ଚାୟତ ବରହମପୁର ପାଟଣା ଗ୍ରାମର ରମାକାନ୍ତ ବେହେରାଙ୍କ ପରିବାରରେ ସେମିତି କିଛି ଦୁଃଖର ପାହାଡ ଲଦି ହୋଇପଡିଛି । ରମାକାନ୍ତ ମୂଲ ଲାଗି ଓ ରିକ୍ସା ଟାଣି ପରିବାର ଚଳାନ୍ତି । ବଡ ଦୁଃଖକଷ୍ଟର ୫ ପ୍ରାଣୀ କୁଟୁମ୍ବଙ୍କ ପେଟ ପୁରେ । ଘରର ଅସୁବିଧା ଦେଖି ବଡ ପୁଅ ଗୌତମ ବେହେରା(୩୩) ୧୦ ବର୍ଷ ତଳେ ବାହାର ରାଜ୍ୟକୁ କାମ ସନ୍ଧାନରେ ଯାଇଥିଲେ ।

ସେ ମୁମ୍ବାଇର ଏକ ହୋଟେଲରେ କାମ କରୁଥିଲେ । ହେଲେ ଗତମାସରେ ହଠାତ ତାଙ୍କର ଦେହ ଖରାପ ହୋଇଗଲା । ସ୍ତ୍ରୀ ତାଙ୍କୁ ମୁମ୍ବାଇ ସ୍ଥିତ ସେଭେନ ହିଲସ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ । ପରୀକ୍ଷା ନିରୀକ୍ଷା ପରେ ସେ କୀଡନୀ ରୋଗରେ ପୀଡିତ ବୋଲି ଜଣାପଡିଥିଲା । ଗୌତମଙ୍କ ଦୁଇଟି ଯାକ କୀଡନୀ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ତାଙ୍କର ଏହା ୫ମ ଷ୍ଟେଜ । ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଆବଶ୍ୟକ ବୋଲି ଡାକ୍ତର କହିଥିଲେ । ଏହା ଶୁଣି ପୁରା ପରିବାରର ହୋସ୍ ଉଡିଯାଇଥିଲା । ଗରୀବ ବାପାମାଆ ଏତେ ଟଙ୍କା କେଉଁଠୁ ଆଣିବେ କିଛି ବୁଝିପାରି ନଥିଲେ । ଏବେ ପୁଅକୁ ଜୀବନ ମରଣ ସହ ସଂଗ୍ରାମ କରୁଥିବାର ଦେଖି ବୃଦ୍ଧ ମାଆ ଆଖିରୁ ଲୁହ ଶୁଖୁନି ।

ପୁଅର ଚିକିତ୍ସା ପାଇଁ କିଛି ଉପାୟ ନପାଇ ରମାକାନ୍ତ ଓ ତାଙ୍କ ପତ୍ନୀ ଘର ଘର ବୁଲି ଭିକ ମାଗୁଛନ୍ତି । ଲୋକମାନେ ମଧ୍ୟ ନିଜର ସକ୍ଷମ ଅନୁସାରେ ୫ ଟଙ୍କା ୧୦ ଟଙ୍କା ସାହାଯ୍ୟ କରୁଛନ୍ତି । ଯଦି କୌଣସି ସହୃଦୟ ବ୍ୟକ୍ତି ଏହି ଅସହାୟ ପରିବାରର ସହୟତା କରିବାକୁ ଚାହାନ୍ତି, ତାହାହେଲେ ନିମ୍ନୋଲିଖିତ ଆକାଉଣ୍ଟ ନମ୍ବରରେ ଟଙ୍କା ପଠାଇପାରିବେ ।

ଆକାଉଣ୍ଟ ନମ୍ବର- 3020612141-8 (ଗ୍ରେଟର ବ୍ୟାଙ୍କ, ମୁମ୍ବାଇ)

IFSC CODE-- GBCB0000007

ନାମ- ମୃଦୁଲା ଗୌତମ ବେହେରା

ନଚେତ୍ 8976845458 କିମ୍ବା 9137558681 ନମ୍ବରରେ ଗୁଗୁଲ ପେ ମଧ୍ୟ କରିପାରିବେ ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.