ETV Bharat / state

ଆନ୍ଦୋଳନ ପାଇଁ ମେଳି ବାନ୍ଧିଲେ ବିରୋଧୀ ଦଳ, କେନ୍ଦ୍ର ଉପରେ ଗର୍ଜିଲା ମେଣ୍ଟ

author img

By

Published : Apr 19, 2023, 10:02 PM IST

କେନ୍ଦ୍ର ସରକାର ବିରୋଧରେ ମେଳି ହେଲେ ବିରୋଧୀ । ଗଣତନ୍ତ୍ରକୁ ହତ୍ୟା କରିଥିବା ଅଭିଯୋଗ ଅଣି କେନ୍ଦ୍ର ଉପରେ ଗର୍ଜିଲା ବିରୋଧୀ ମେଣ୍ଟ । ଅଧିକ ପଢ଼ନ୍ତୁ

କେନ୍ଦ୍ର ସରକାର ବିରୋଧରେ ମେଳି ହେଲେ ବିରୋଧୀ
କେନ୍ଦ୍ର ସରକାର ବିରୋଧରେ ମେଳି ହେଲେ ବିରୋଧୀ

କେନ୍ଦ୍ର ସରକାର ବିରୋଧରେ ମେଳି ହେଲେ ବିରୋଧୀ

ବାଲେଶ୍ବର: କେନ୍ଦ୍ର ସରକାର ବିରୋଧରେ ଏକତ୍ର ହେଲେ ବିରୋଧୀ । କେନ୍ଦ୍ରର ଚାଲିବନି ଏକଛତ୍ରବାଦ ସରକାର । ବାଲେଶ୍ବର ଜିଲ୍ଲାର ଜାତୀୟ କଂଗ୍ରେସ, ସି.ପି.ଆଇ (ଏମ୍), ଆମ ଆଦବୀ ପାର୍ଟି ଏବଂ ତୃଣମୂଳ କଂଗ୍ରେସ ମିଳିତ ଭାବେ ମୋଦି ସରକାର ବିରୋଧରେ ଲଢେଇ ପାଇଁ ନାରା ଦେଇଛନ୍ତି । ଏକ ସାମ୍ବାଦିକ ସମ୍ମୀଳନୀର ଆୟୋଜନ କରି ବିରୋଧୀ ମେଣ୍ଟ କେନ୍ଦ୍ର ସରକାର ଉପରେ ଗର୍ଜିଛି ।

କଂଗ୍ରସ ଜିଲ୍ଲା ସଭାପତି କହିଛନ୍ତି, ‘‘ସ୍ବଚ୍ଛାଚାରିତା ଶାସନ କରିବାକୁ ଇଚ୍ଛା ରଖୁଛି ବିଜେପି । ଏକଛତ୍ରବାଦ ଶାସନ ଜାରି କରିବା ପାଇଁ ବିରୋଧୀଙ୍କ ଉପରେ ମିଥ୍ୟା ଆରୋକ ଲଗାଉଛି କେନ୍ଦ୍ର ସରକାର । ତେଣୁ ଦେଶରେ ବିରୋଧୀଙ୍କୁ ସୁଦୃଢ ହେବା ପାଇଁ ଆହ୍ବାନ ଦେଇଛନ୍ତି । କେନ୍ଦ୍ରରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ଅର୍ଥନୀତି ଏବଂ ସାମାଜିକ ପରିସ୍ଥିତି ଅତ୍ୟନ୍ତ ସଂକଟଗ୍ରସ୍ତ ହୋଇଛି । କେନ୍ଦ୍ର ସରକାରଙ୍କ ନୀତି ଦେଶ ବିରୋଧ କରିବା ଅର୍ଥ ‘ ଦେଶ ଦ୍ରୋହ’ ର ଆଖ୍ୟା ମିଳୁଛି । ଇ.ଡି, ସି.ବି.ଆଇ କୁ ଲଗାଇ ବିରୋଧି ମାନଙ୍କର କଣ୍ଠରୋଧ କରାଯାଉଛି । ରାଜ୍ୟରେ ସରକାରମାନଙ୍କୁ ଭାଙ୍ଗିବା ପାଇଁ କୋଟି କୋଟି ଟଙ୍କା ବିଜେପି ଖର୍ଚ୍ଚ କରୁଛି । ଏବେ ଆଦାଲତର ଦଣ୍ଡାଦେଶର ଆଳ ନେଇ ଗୋଟିଏ ଦିନ ମଧ୍ୟରେ ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟ ପଦ ରଦ୍ଦ କରି ଦିଆଗଲା। ଚାର୍ଜସିଟ ପ୍ରସ୍ତୁତ ନକରି ମଧ୍ୟ ସି.ବି.ଆଇ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀଙ୍କୁ ଜେଲରେ ରଖୁଛନ୍ତି । ଏବେ ପୁଣି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ସି.ବି.ଆଇ. ଜେରା କରୁଛି ।’’

ଏହାସହ ବିରୋଧୀ ମେଣ୍ଟ ଅଭିଯୋଗ କରଛନ୍ତି, ଏହିପରି କେନ୍ଦ୍ର ସରକାର ଦେଶର ସମସ୍ତ ସମ୍ପଦକୁ ଦେଶୀୟ ଓ ବିଦେଶୀ କମ୍ପାନୀକୁ ବିକ୍ରି କରି ଚାଲିଛନ୍ତି । ଆଦାନୀ କମ୍ପାନୀ ଭଲି କେତେକ ଜାଲି କମ୍ପାନୀ ନାମରେ ୨୦ହଜାର କୋଟି ଟଙ୍କା ବିନିଯୋଗ କରୁଛି । ଆଦାନୀ କମ୍ପାନୀ ବିଶ୍ବର ସୁବୁଠାରୁ ବଡ ଠକ କମ୍ପାନୀ ବୋଲି ହିଣ୍ଡେନ ବର୍ଗ ରିପୋର୍ଟ ଦେଇଛି । ଏହା ବିରୁଦ୍ଧରେ ମିଳିତ ବିରୋଧ ଦଳଙ୍କ ମିଳିତ ପାର୍ଲିଆମେଣ୍ଟାରୀ କମିଟି (ଜେପିସି) ବସାଇବା ଦାବିକୁ କେନ୍ଦ୍ର ସରକାର ଖାତିର କରୁନାହାନ୍ତି । ଦେଶର ଲୋକ ଆଜି ଏହି ନୀତି ପାଇଁ ଦରବୃଦ୍ଧି ସହ ବେକାରୀକୁ ସାମ୍ନା କରୁଛନ୍ତି। ମେଣ୍ଟ ଦଳ କହିଛନ୍ତି ତୃଣମୂଳ ସ୍ତରକୁ ଯାଇ ସାଧାରଣ ଲୋକଙ୍କୁ ସଚେତନ କରାଇବା ପାଇଁ ପଦକ୍ଷେପ ନିଆଯିବ। କେବଳ ଆନ୍ଦୋଳନ ଦ୍ୱାରା ହିଁ ମୋଦି ସରକାର ବିରୋଧରେ ଜନସଚେତନ ସୃଷ୍ଟି କରାଯିବ ବୋଲି ମତ ପ୍ରକାଶ ପାଇଛି ।

ଇଟିଭି ଭାରତ , ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.