ETV Bharat / state

ଘର ମାଟୁ ଖସି ନାବାଳିକା ମୃତ, 2 ଆହତ

author img

By

Published : Sep 26, 2019, 10:44 AM IST

ଆଜବେଷ୍ଟସ୍‌ ଘରର ମାଟୁ ଖସି ପଡିବାରୁ ଜଣେ ନାବାଳିକାର ମୃତ୍ୟୁ ହୋଇଛି। ଅନ୍ୟପଟେ ଏହା ଯୋଗୁଁ 2 ଜଣ ଆହତ ହୋଇଛନ୍ତି । ମୃତ ନାବାଳିକା ହେଉଛନ୍ତି ବାହାନଗା ବ୍ଲକ ବାଜିପୁର ଗାଁର ସଞ୍ଜୟ ନାୟକଙ୍କ ଝିଅ ଟ୍ବିଙ୍କିଲ ନାୟକ ।

ଡିଜାଇନ ଫଟୋ

ବାଲେଶ୍ଵର: ଆଜବେଷ୍ଟସ୍‌ ଘରର ମାଟୁ ଖସି ପଡିବାରୁ ଜଣେ ନାବାଳିକା ମୃତ୍ୟୁ ହୋଇଛି । ଅନ୍ୟପଟେ ଏହାଯୋଗୁଁ 2 ଜଣ ଆହତ ହୋଇଥିବା ଜଣାପଡିଛି। ମୃତ ନାବାଳିକା ହେଉଛନ୍ତି ବାହାନଗା ବ୍ଲକ ବାଜିପୁର ଗାଁର ସଞ୍ଜୟ ନାୟକଙ୍କ ଝିଅ ଟ୍ବିଙ୍କିଲ ନାୟକ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବୁଧବାର ରାତିରେ ଘରର ମାଟୁ ଖସି ପଡିବାରୁ 12 ବର୍ଷୀୟ ନାବାଳିକା ଟ୍ବିଙ୍କିଲଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ସଞ୍ଜୟଙ୍କ ଦୁଇଝିଅ ଜେଜେ ମାଆଙ୍କ ସହ ଘରେ ଶୋଇଥିଲେ । ରାତିରେ ଘରର ମାଟୁ ଖସି ପଡିବାରୁ ଟ୍ଵିଙ୍କିଲଙ୍କ ମୃତ୍ୟୁ ହୋଇଥିବାବେଳେ ଜେଜେମା ଓ ଅନ୍ୟ ଜଣେ ନାତୁଣୀ ଗୁରୁତର ହୋଇଥିବା ଜଣାପଡିଛି। ତେବେ ଲଗାଣ ବର୍ଷାରେ ମାଟୁ ଭେଦି ଥିବାରୁ ଏହା ଖସି ପଡିଥିବାର ଅନୁମାନ କରାଯାଉଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ଵର ଜିଲ୍ଲା ବାହନଗା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଲଗାଣ ବର୍ଷା ଯୋଗୁଁ କାନ୍ଥ ପଡି ଜଣେ ନାବାଳିକାର ମୃତ୍ୟୁ ହେବା ସହ 2 ଜଣ ଆହତ ହୋଇଥିବା ଜଣାପଡିଛି।
ବାହାନଗା ବ୍ଲକ ବାଜିପୁର ଗ୍ରାମର ସଂଜୟ ନାୟକଙ୍କ ଦୁଇଝିଅ ଜେଜେ ମାଙ୍କ ସହ ଶୋଇଥିଲେ। ରାତିରେ ଘରର ଛାତ ଖସି ପଡିବାରୁ12 ବର୍ଷର ଟ୍ଵିଙ୍କିଲଙ୍କ ମୃତ୍ୟୁ ହୋଇଥିବା ବେଳେ ଜେଜେମା ଓ ଅନ୍ୟ ଜଣେ ନାତୁଣୀ ଗୁରୁତର ହୋଇଥିବା ଜଣାପଡିଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.