ETV Bharat / state

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଇସିୟୁରେ ନିଆଁ

author img

By

Published : Dec 28, 2022, 10:27 PM IST

ଫ୍ୟାନରେ ହଠାତ ନିଆଁ । ମୁଖ୍ୟ ଚିକିତ୍ସାଳୟର ଆଇସିୟୁ ଧୂଆଁମୟ । ଆଇସିୟୁରେ କୌଣସି ରୋଗୀ ନଥିବାରୁ କାହାରି କିଛି କ୍ଷତି ହୋଇ ନ ଥିବା ଜଣାପଡିଛି। ଅଧିକ ପଢନ୍ତୁ

hospital icu
hospital icu

ଆଇସିୟୁରେ ନିଆଁ

ବାଲେଶ୍ବର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଇସିୟୁରେ ଲାଗିଲା ନିଆଁ । ନିଆଁ ଲାଗିବାର ସ୍ପଷ୍ଟ କାରଣ ଜଣାପଡ଼ି ନଥିବା ବେଳେ ବିଦ୍ୟୁତ ସଟ ସର୍କିଟ ଯୋଗୁଁ ହୋଇଥିବା ସନ୍ଦେହ କରାଯାଉଛି ।

ସୂଚନା ଅନୁଯାୟୀ, ଏକ ଫ୍ୟାନରେ ହଠାତ ନିଆଁ ଲାଗିଯିବା ଯୋଗୁଁ ଫ୍ୟାନଟି ଜଳି ଯାଇଥିଲା । ଏଥିରେ ପୁରା ଆଇସିୟୁ ଧୂଆଁମୟ ହୋଇଯାଇଥିଲା । ସୌଭାଗ୍ୟ ବଶତଃ ଆଇସିୟୁରେ କୌଣସି ରୋଗୀ ନଥିବାରୁ କାହାରି କିଛି କ୍ଷତି ହୋଇନାହିଁ । ବାଲେଶ୍ଵରରେ ଫକୀର ମୋହନ ମେଡିକାଲ କଲେଜ ହେବା ପରେ ଚିକିତ୍ସାଳୟରେ ଅତ୍ୟାଧୁନିକ ଚିକିତ୍ସା ସୁବିଧା ମିଳି ପାରୁଛି । ଏହାରି ଭିତରେ ଏମିତି ଘଟଣା ଅବାକ କରୁଛି ।

ଇଟିଭି ଭାରତ, ବାଲେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.