ETV Bharat / state

ବିପଦରେ ଗଜରାଜ: ନୀଳଗିରିରେ ଦନ୍ତା ହାତୀର ମୃତ୍ୟୁ, କାରଣ ଅସ୍ପଷ୍ଟ

author img

By

Published : Jul 18, 2022, 12:41 PM IST

ଥମୁନି ହାତୀ ମୃତ୍ୟୁ । ନୀଳଗିରି ବ୍ଳକ ବାରାଗଡ଼ିଆ ଗ୍ରାମରେ ଦନ୍ତାହାତୀର ସନ୍ଦେହଜନକ ମୃତ୍ୟୁ । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ତଦନ୍ତ କରୁଛି । ଅଧିକ ପଢ଼ନ୍ତୁ

elephant death in nilagiri
ବିପଦରେ ଗଜରାଜ: ନୀଳଗିରିରେ ଦନ୍ତାହାତୀର ମୃତ୍ୟୁ, କାରଣ ଅସ୍ପଷ୍ଟ

ବାଲେଶ୍ଵର: ନୀଳଗିରି ବ୍ଳକ ବାରାଗଡ଼ିଆ ଗ୍ରାମରେ ଦନ୍ତାହାତୀର ସନ୍ଦେହଜନକ ମୃତ୍ୟୁ । ଜଣେ ବ୍ୟକ୍ତିଙ୍କ ବାଡ଼ି ପଛପଟୁ ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର ହୋଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ତଦନ୍ତ କରୁଛି ।

ନୀଳଗିରିରେ ଦନ୍ତାହାତୀର ମୃତ୍ୟୁ

ବାଲେଶ୍ବର ଜିଲ୍ଲା ନୀଳଗିରି ରେଞ୍ଜର ବାରାଗଡିଆ ଗ୍ରାମରେ ରବିବାର ବିଳମ୍ବିତ ରାତିରେ ପୁରୋତ୍ତମ ସିଂଙ୍କ ବାଡିରେ ଦନ୍ତାହାତୀର ମୃତଦେହ ଠାବ ହୋଇଛି । ହାତୀଟି କୁଲଡିହା ଅଭୟାରଣ୍ୟକୁ ସଂଲଗ୍ନ ଥିବା ତିନିକୋଶିଆ, ଗୋପାଳପୁର ଓ ଅଯୋଧ୍ୟା ସଂରକ୍ଷିତ ଜଙ୍ଗଲରେ ବହୁ ଦିନ ଧରି ରହି ଆସୁଥିଲା । ଘଟଣାସ୍ଥଳରେ ବନ ବିଭାଗ ତଦନ୍ତ ଜାରି ରଖିଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.