ETV Bharat / state

୨ ମାସ ଧାରଣା ପରେ ଘର ତାଲା ଭାଙ୍ଗି ପଶିଲେ ସ୍ତ୍ରୀ, ବେଆଇନ କହିଲେ ସ୍ବାମୀ

author img

By

Published : Mar 13, 2022, 9:20 AM IST

ବଲାଙ୍ଗୀର ଜିଲ୍ଲା ଟିକ୍ରାପଡାରେ ସ୍ଵାମୀଙ୍କ ଘର ଆଗରେ ସ୍ତ୍ରୀଙ୍କ ଧାରଣା ଘଟଣା । ଦୁଇ ମାସର ଧାରଣା ପରେ ସ୍ଵାମୀ ଘର ତାଲା ଭାଙ୍ଗି ପଶିଲେ ସ୍ତ୍ରୀ ଲୋପାମୁଦ୍ରା । ଯାହାକୁ ବେଆଇନ ବୋଲି କହିଛନ୍ତି ଲୋପାମୁଦ୍ରାଙ୍କ ସ୍ବାମୀ ବାସୁଦେବ ମିଶ୍ର । ଅଧିକ ପଢନ୍ତୁ

୨ ମାସ ଧାରଣା ପରେ ସ୍ଵାମୀ ଘର ତାଲା ଭାଙ୍ଗି ପଶିଲେ ମହିଳା
୨ ମାସ ଧାରଣା ପରେ ସ୍ଵାମୀ ଘର ତାଲା ଭାଙ୍ଗି ପଶିଲେ ମହିଳା

ବଲାଙ୍ଗୀର: ଟିକ୍ରାପଡାରେ ସ୍ଵାମୀଙ୍କ ଘର ଆଗରେ ସ୍ତ୍ରୀଙ୍କ ଧାରଣା ଘଟଣା । ଦୁଇ ମାସର ଧାରଣା ପରେ ସ୍ଵାମୀ ଘର ତାଲା ଭାଙ୍ଗି ପଶିଲେ ସ୍ତ୍ରୀ ଲୋପାମୁଦ୍ରା । ଯାହାକୁ ବେଆଇନ ବୋଲି କହିଛନ୍ତି ଲୋପାମୁଦ୍ରାଙ୍କ ସ୍ବାମୀ ବାସୁଦେବ ମିଶ୍ର । ବ୍ରହ୍ମପୁରର ତପସ୍ବିନୀ ଓ ଢେଙ୍କାନାଳର ମାଧବୀ ସୁନା ବଲାଙ୍ଗୀର ଲୋପାମୁଦ୍ରା ମିଶ୍ର ବିବାହିତ ଜୀବନରେ ଉପୁଜିଥିଲା କଳହ । ତାକୁ ନେଇ ସ୍ଵାମୀ ଘର ଆଗରେ ନ୍ୟାୟ ପାଇଁ ଧାରଣା ଦେବା ଚର୍ଚ୍ଚାର ବିଷୟ ହୋଇଥିଲା।

୨ ମାସ ଧାରଣା ପରେ ସ୍ଵାମୀ ଘର ତାଲା ଭାଙ୍ଗି ପଶିଲେ ମହିଳା

ବଲାଙ୍ଗୀର ମାଳପଡ଼ାର ବାସୁଦେବ ମିଶ୍ରଙ୍କୁ ବିବାହ କରିଥିବା ଲୋପାମୁଦ୍ରା ମିଶ୍ର ନ୍ୟାୟ ପାଇଁ ସ୍ବାମୀ ଘର ଆଗରେ ଧାରଣାରେ ବସିଥିଲେ । ବିବାହ ପରେ ସମ୍ପର୍କରେ ବିବାଦ ଲାଗି ରହିଥିଲା । ମାମଲା ଥାନା ଓ କୋର୍ଟକୁ ଯାଇଥିଲା। ଏପରିକି ଲୋପାମୁଦ୍ରା ମିଶ୍ର ନିଜ ସ୍ଵାମୀ ଓ ତାଙ୍କ ପରିବାର ଉପରେ ଯୌତୁକ ନିର୍ଯାତନା ଘରୋଇ ହିଂସା ଭଳି ମାମଲା ଦାୟର କରିଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ସ୍ଵାମୀ ମଧ୍ୟ ଛାଡ଼ପତ୍ର ପାଇଁ କୋର୍ଟର ଦ୍ବାରସ୍ଥ ହୋଇଥିଲା । ଯାହା ଏବେ କୋର୍ଟରେ ବିଚାରଧୀନ ଅଛି ।

ଏହା ବି ପଢନ୍ତୁ...ନ୍ୟାୟ ପାଇଁ ଶାଶୁଘର ଆଗରେ ମହିଳାଙ୍କ ଧାରଣା

ସେପଟେ ମହିଳା ଜଣକ ନ୍ୟାୟ ପାଇଁ ଓ ସ୍ଵାମୀଙ୍କ ଘରେ ରହିବାକୁ ଜିଦ୍ ଧରି ଗତ ଜାନୁୟାରୀ ମାସରେ ସ୍ଵାମୀଙ୍କ ଘର ସମ୍ମୁଖରେ ନିଜ ଛୋଟ ଶିଶୁପୁତ୍ର ସହ ଧାରଣାରେ ବସିଥିଲେ। ସ୍ଵାମୀ କିମ୍ବା ତାଙ୍କ ଘର ଲୋକ ଧ୍ୟାନ ନା ଦେବାରୁ ସେ ପରବର୍ତ୍ତୀ ସମୟରେ ପୁଣି କୋର୍ଟର ଆଶ୍ରୟ ନେଇଥିଲେ । ଯାହାକୁ ବଲାଙ୍ଗୀର ଏସ ଡି ଜେ ଏମ କୋର୍ଟ ବିଚାର କରି ମହିଳାଙ୍କୁ ତାଙ୍କ ସ୍ଵାମୀ ନିଜ ଘରେ କିମ୍ବା ଭଡା ଘରେ ସବୁ ସୁବିଧା ଦେଇ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ସେପଟେ ଏହାକୁ ତାଙ୍କ ସ୍ଵାମୀ ଅଣଦେଖା କରିବା ପରେ ମହିଳା ଜନକ କୋର୍ଟର ଆଦେଶ ଅଛି କହି ତାଙ୍କ ବିଯାଖମନ୍ ସ୍ଥିତ ଘର କବାଟ ତାଲା ଭାଙ୍ଗି ଘର ଭିତରକୁ ଯାଇଛନ୍ତି ବର୍ତ୍ତମାନ ସେ ଏଠି ହିଁ ସେ ରହିବେ ବୋଲି ଦୃଢ଼ତାର ସହ କହିଛନ୍ତି। ସେପଟେ ତାଙ୍କ ସ୍ବାମୀ ବାସୁଦେବ ମିଶ୍ର ଏହାକୁ ତାଲା ଭାଙ୍ଗି ଘରକୁ ପଶିବା ବେଆଇନ୍ ବୋଲି କହିଛନ୍ତି। ଏହା ବିରୋଧରେ ସେ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.