ETV Bharat / state

ସୁଲିଆ ଯାତ୍ରା; ଆଦିବାସୀଙ୍କ ଆସ୍ଥା ଓ ବିଶ୍ୱାସର ପର୍ବ, ପୀଠରେ ସବୁ ମନସ୍କାମନା ହୁଏ ପୂରଣ !

author img

By ETV Bharat Odisha Team

Published : Jan 17, 2024, 8:45 PM IST

Updated : Jan 17, 2024, 9:53 PM IST

Sulia Jatra begins in Balangir: ଆଦିବାସୀ ବହୁଳ ବଲାଙ୍ଗୀର ଜିଲ୍ଲାରେ ଆରମ୍ଭ ହୋଇଛି ପ୍ରସିଦ୍ଧ ସୁଲିଆ ଯାତ୍ରା । ମାନସିକଧାରୀଙ୍କ ଅର୍ପଣ ବଳିରେ ଭିଜିଛି ବଳିଖଳା । ଅଧିକ ପଢନ୍ତୁ

ଆଦିବାସୀଙ୍କ ସୁଲିଆ ଯାତ୍ରା ଆରମ୍ଭ, ମାନସିକ ପୂରଣ ପରେ ରହିଛି ବଳିପ୍ରଥା

ବଲାଙ୍ଗୀର : ଆରମ୍ଭ ହୋଇଛି ଆଦିବାସୀ ମାନଙ୍କ ବଡ଼ ଓ ପ୍ରସିଦ୍ଧ ଯାତ୍ରା ସୁଲିଆ ଯାତ୍ରା । ଆଦିବାସୀ ବହୁଳ ବଲାଙ୍ଗୀର ଜିଲ୍ଲାରେ ଏହି ଯାତ୍ରା ପ୍ରତ୍ୟେକ ବର୍ଷ ପୌଷମାସ ପ୍ରଥମ ଶୁକ୍ଳପକ୍ଷ ମଙ୍ଗଳବାର ଦିନ ପାଳିତ ହୋଇଥାଏ । ଆବହମାନ କାଳରୁ ସୁଲିଆ ଦେବୀ ଠାକୁରାଣୀଙ୍କୁ ଆଜି ବି ଆଦିବାସୀ ପରମ୍ପରା ଅନୁସାରେ ସ୍ବତନ୍ତ୍ର ପୂଜା ହୋଇଥାଏ । ସୁଲିଆ ଦେବୀ ଲୋକଙ୍କ ମଧ୍ୟରେ ସୁଲିଆ ବୁଢା ନାମରେ ପରିଚିତ । ସୁଲିଆ ଯାତ୍ରା ପାଇଁ ଆଦିବାସୀ ଦେହେରି, ଝାଙ୍କର ବା ପାରମ୍ପରିକ ପୂଜକ ମାନେ 15 ଦିନ ପୂର୍ବରୁ ପ୍ରସ୍ତୁତି କରିଥାନ୍ତି ଏବଂ ଯାତ୍ରା ପୂର୍ବରୁ ଅନେକ ରୀତି ନୀତି ପାଳନ କରାଯାଇଥାଏ । ତେବେ କୌଣସି ମୂର୍ତ୍ତି ବା ବ୍ୟକ୍ତିକୁ ଏଥିରେ ପୂଜା ନ କରି ପ୍ରକୃତି ଓ ତାର ଶକ୍ତିର ସ୍ବରୂପ ସୁଲିଆ କୁ ପୂଜା କରିଥାନ୍ତି । ଯାହା ପାଇଁ ଆଦିବାସୀମାନେ ଏକ ଖୁଣ୍ଟ ସ୍ଥାପିତ କରି ପୂଜା କରିଥାନ୍ତି ।

ସୁଲିଆ ପୀଠରେ ଉଦୟମାନ ସୂର୍ଯ୍ୟଙ୍କ ପୂଜା କରି ସୁଳିଆଙ୍କ ଠାରେ ଚାଉଳ ଭୋଗ ଅର୍ପଣ କରିଥାନ୍ତି । ସେହିପରି ପରେ ବାରୁଆଙ୍କ ବେଶରେ ସୁଲିଆ ଭକ୍ତଙ୍କୁ ଦର୍ଶନ ଦେବା ସହ ସେମାନଙ୍କ ଗୁହାରି ଶୁଣି ଥାନ୍ତି । ତେବେ ମାନ୍ୟତା ଅନୁସାରେ ଏଠି ମନସ୍କାମନା ପୁରଣ ହୋଇଥାଏ । ଯାହା ପରେ ଶ୍ରଦ୍ଧାଳୁ ରୀତି ନୀତି ଅନୁସାରେ ପଶୁ ପକ୍ଷୀ ବଳି ଦେଇଥାନ୍ତି । ଏଥିରେ ବଲାଙ୍ଗୀର ଜିଲ୍ଲା ସମେତ ରାଜ୍ୟ ଓ ରାଜ୍ୟ ବାହାରୁ ଲକ୍ଷାଧିକ ଭକ୍ତ ଓ ମାନସିକ ଧାରୀ ସାମିଲ ହୋଇଥାନ୍ତି ।

ଏହା ମଧ୍ୟ ପଢନ୍ତୁ ... ରଥ ପଥ ପରି ଭାବବିହ୍ବଳ ପରିବେଶ, କଳ୍ପନା ଛକରେ ଦର୍ଶନ ଦେଉଛନ୍ତି ତିନିଠାକୁର

ତେବେ ବଲାଙ୍ଗୀର ଜିଲ୍ଲାରେ ଛ ଟି ସ୍ଥାନରେ ଯଥା ମିର୍ଦ୍ଧା ପାଳି, ଘାତୁଳ, ଚାଣ୍ଟିପାଳି, କୁମାରିଆ, ଖଇରଗୁଡ଼ା ଓ ଖରଳିକାନି ଠାରେ ଏହି ସୁଲିଆ ଯାତ୍ରା ଆଦିବାସୀ ମାନେ ପାଳନ କରିଥାନ୍ତି । ତେବେ ସବୁଠୁ ବଡ ଆକାରରେ ମୁଖ୍ୟ ସୁଲିଆ ପୀଠ ଖଇରଗୁଡ଼ାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇ ଥାଏ । ଆବହମାନ କାଲରୁ ଚାଲିଆସିଥିବା ବଳିକୁ ନେଇ କିଛି ସଙ୍ଗଠନ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ । ହାଇକୋର୍ଟ ସୁଲିଆ ନାଁରେ ବଳି ଉପରେ ରୋକ ଲଗାଇ ଥିଲେ । ମାତ୍ର ଆଦିବାସୀ ସଂଗଠନ ମାନେ ଏହାକୁ ନେଇ ଦେଶର ସର୍ବୋଚ୍ଚ କୋର୍ଟ ମାନ୍ୟବର ସୁପ୍ରିମ କୋର୍ଟ ର ଦ୍ବାରସ୍ଥ ହୋଇଥିଲେ ଏବଂ 2015ରେ ସୁପ୍ରିମ କୋର୍ଟ ଆଦିବାସୀଙ୍କ ପରମ୍ପରା ଓ ରୀତି ନୀତି ଉପରେ କୌଣସି ହସ୍ତକ୍ଷେପ ହୋଇ ପାରିବ ନାହିଁ ବୋଲି ଆଦିବାସୀଙ୍କ ସପକ୍ଷରେ ରାୟ ଦେଇଥିଲେ । ସେହି ଦିନ ଠାରୁ ଆଦିବାସୀ ମାନେ ତାଙ୍କର ସୁଲିଆ ଯାତ୍ରା ପୂର୍ବ ରୀତି ନୀତି ଅନୁସାରେ ପାଳନ କରି ଆସୁଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

Last Updated : Jan 17, 2024, 9:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.