ETV Bharat / state

ବଲାଙ୍ଗୀର ସହର ଲକ୍ଷ୍ମୀ ଜୋର ନାଳକୁ ନେଇ କଂଗ୍ରେସକୁ ଟାର୍ଗେଟ କଲା ବିଜେଡି

author img

By

Published : Dec 7, 2021, 2:57 PM IST

ବଲାଙ୍ଗୀର ସହର ଲକ୍ଷ୍ମୀ ଜୋର ନାଳ (Balangir Laxmi Canal) ସୌନ୍ଦର୍ଯ୍ୟକରଣ ନାଁରେ କୋଟି କୋଟି ଟଙ୍କା ହରିଲୁଟ । କଂଗ୍ରେସକୁ ଦାୟୀ କଲା ବିଜେଡି । ଅଧିକ ପଢନ୍ତୁ

ବଲାଙ୍ଗୀର ସହର ଲକ୍ଷ୍ମୀ ଜୋର ନାଳକୁ ନେଇ  CONGRESSକୁ ଟାର୍ଗେଟ କଲା BJD

ବଲାଙ୍ଗୀର : ସହରର ଶୋଭା ବଢ଼ାଉଥିବା ଲକ୍ଷ୍ମୀ ଜୋର ନାଳ ( Lakshmi Canal) ଏବେ ସହର ପାଇଁ ଦୁଃଖ ପାଲଟିଛି। ବଲାଙ୍ଗୀର ଜିଲ୍ଲାର ଗନ୍ଧରେଳ ଜଙ୍ଗଲରୁ ଏହି ନାଳ ବାହାରି ସହର ଦେଇ ପ୍ରବାହିତ ହେଉଥିବାବେଳେ ଏହାର ସୌନ୍ଦର୍ଯ୍ୟକରଣ ନାଁରେ କୋଟି କୋଟି ଟଙ୍କା ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି । ଫଳେ ତ୍ରୁଟି ପୂର୍ଣ୍ଣ କାମ ଲୋକଙ୍କ ପାଇଁ କାଳ ସାଜିଛି । ଯାହାକୁ ନେଇ ଏବେ ରାଜନୀତି (politics over Balangir Laxmi Canal) ଜୋର ଧରିଛି ।

ବିଜେଡିର ପୁରୁଖା ନେତା ଅନଙ୍ଗ ଉଦୟ ସିଂହ ଦେଓ (BJD leader Anang Uday Singh Deo ) ଏହି ବାବଦକୁ ଆସିଥିବା ଟଙ୍କା ହରିଲୁଟ ହେବା ସହ ଏଥି ପାଇଁ ବଲାଙ୍ଗୀର କଂଗ୍ରେସ ବିଧାୟକ (Congress MLA from Balangir ) ଦାୟୀ ବୋଲି ସେ କହିଛନ୍ତି । ତେବେ କିଛି ବର୍ଷ ତଳେ ରାଜ୍ୟ ସରକାର ଏହି ନାଳର ଉନ୍ନତି ପାଇଁ 20 କୋଟି ଟଙ୍କା ଦେଇଥିଲେ ଏବଂ କାମ ମଧ୍ୟ ହୋଇଥିଲା। ହେଲେ ପରବର୍ତ୍ତୀ ସମୟରେ ବର୍ଷାରେ ଏହାର ତ୍ରୁଟି ପୂର୍ଣ୍ଣ କାମ ଯୋଗୁଁ ସହର ମଧ୍ୟରେ ବନ୍ୟା ପାଣି ମାଡି ଯାଇଥିଲା । ଯାହାଫଳରେ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଥିବାବେଳେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

ସେହିପରି ଏହି ବନ୍ୟା ପରେ ଏକ ଉଚ୍ଚସ୍ତରୀୟ କମିଟି ଏହାର ତଦାରଖ କରି ତ୍ରୁଟି ପୂର୍ଣ୍ଣ କାମ ହୋଇଥିବାର ଦର୍ଶାଇ ଥିଲେ । ସେପଟେ ନାଳର ପ୍ରକୃତ ଗଭୀରତାକୁ ପୋତି ଦେବା ଓ ଦୁର୍ନୀତି କରି କଣ୍ଟ୍ରାକ୍ଟର ଅଧିକାରୀ ଏବଂ ନେତା ମାଲେମାଲ ହୋଇଥିବାବେଳେ ଲୋକେ ଏହା ଦ୍ବାରା ଖୁବ କ୍ଷତି ସହୁଥିବା ଅଭିଯୋଗ କରିଛନ୍ତି । ତେବେ ଲକ୍ଷ୍ମୀ ଜୋର ନାଳକୁ ନେଇ ବିଜେଡି କଂଗ୍ରେସକୁ ଟାର୍ଗେଟ କରିଥିବାବେଳେ ଦୁଇ ପ୍ରମୁଖ ଦଳ ମୁହାଁମୁହିଁ ହୋଇଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.