ETV Bharat / state

ରେଳଧାରଣାରୁ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର

author img

By

Published : Jul 12, 2022, 8:22 PM IST

ବିବାହିତା ମହିଳା ଏବଂ ଜଣେ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର । ରେଳଧାରଣାରୁ ଉଦ୍ଧାର ହେଲା ପ୍ରେମୀଯୁଗଳଙ୍କ ମୃତଦେହ । ଅଧିକ ପଢ଼ନ୍ତୁ

ରେଳଧାରଣାରୁ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର
ରେଳଧାରଣାରୁ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସାଲେପଡା ରେଳ ଧାରଣାରୁ ଜଣେ ବିବାହିତା ମହିଳା ଏବଂ ଜଣେ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଛି । ମୃତ ବିବାହିତ ମହିଳା ଜଣଙ୍କ ହେଲେ ବାଲଦାସ ଗାଁର ପୂଜା ରଣା ଏବଂ ଯୁବକ ଘଣ୍ଟବାହାଲ ଗାଁର କୃଷ୍ଣଚନ୍ଦ୍ର ରଣା । ଦୁଇ ଜଣଙ୍କ ଭିତରେ ଅନେକ ଦିନରୁ ପ୍ରେମ ସମ୍ପର୍କ ଥିଲା ।

ରେଳଧାରଣାରୁ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର

ତେବେ ଏନେଇ ଉଭୟଙ୍କ ପରିବାର ଅନେକ ସମୟରେ ଥାନାର ଦ୍ୱାରସ୍ଥ ହୋଇଥିଲେ । ମହିଳାଙ୍କ ସ୍ୱାମୀଙ୍କୁ ଏବଂ ଯୁବକଙ୍କ ପରିବାର ଲୋକଙ୍କୁ ଡାକି ସମାଧାନ କରିବାକୁ ଚେଷ୍ଟା କରିଥିଲେ । ତେବେ ଘଟଣାର ସମାଧାନ ନିମନ୍ତେ ସୋମବାର ରାତିରେ ଦୁଇ ପରିବାରର ସଦସ୍ୟ ପୋଲିସ ଉପସ୍ଥିତିରେ କଥାବାର୍ତ୍ତା ହୋଇଥିଲେ । ଏହି ସମୟରେ ବିବାହିତ ମହିଳା ତାଙ୍କ ସ୍ବାମୀଙ୍କ ସହ ନରହି ପ୍ରେମିକଙ୍କ ସହ ରହିବାକୁ ଜିଦ୍ କରିଥିଲେ ବୋଲି ମୃତକଙ୍କ ସଂପର୍କୀୟ କହିଛନ୍ତି ।

ପରେ ଦୁଇ ପରିବାର ଲୋକ ଦୁଇ ଜଣଙ୍କୁ ଥାନାରେ ଛାଡି ଦେଇ ଘରକୁ ପଳାଇଥିଲେ । ଆଜି ଉଭୟଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ରେଳ ଧାରଣାରେ ପଡିଥିବା କିଛି ଲୋକ ଦେଖି ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ସେହିପରି ପରିବାର ଲୋକେ କଣ୍ଟାବାଞ୍ଜି ଜିଆରପି ପୋଲିସକୁ ଏନେଇ ଖବର ଦେଇଛନ୍ତି । ଉଭୟ ପ୍ରେମୀ ଯୁଗଳ ଥାନାରୁ କେତେବେଳେ କେଉଁଆଡେ ଗଲେ ପୋଲିସ ତଦନ୍ତ ପରେ ଜଣାପଡିବ । ସେହିପରି ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ଉଭୟେ ଆତ୍ମହତ୍ୟା କରିଛନ୍ତି ନା ସେମାନଙ୍କୁ ହତ୍ୟା କରାଯାଇଛି ତାହା ସ୍ପଷ୍ଟ ହେବ ।

ଇଟିଭି ଭାରତ, ବଲାଙ୍ଗିର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.