ETV Bharat / state

ନାବାଳକ ହତ୍ୟାକାଣ୍ଡ ଘଟଣା, ଟେର ପାଉନି ପୋଲିସ

author img

By

Published : Dec 15, 2020, 8:34 AM IST

Updated : Dec 15, 2020, 8:40 AM IST

ବଲାଙ୍ଗୀର ଜିଲ୍ଲା ଦେଓଗାଁରେ ନାବାଳକକୁ ହତ୍ୟାକାଣ୍ଡକୁ 12ମାସ ପୁରି ଥିୃଲେ ବି ପୋଲିସ ହାତ ଖାଲି । ଅଧିକ ପଢନ୍ତୁ...

ନାବାଳକ ହତ୍ୟାକାଣ୍ଡକୁ 12ମାସ ପୂରିଲାଣି,ଟେର ପାଉନି ପୋଲିସ
ନାବାଳକ ହତ୍ୟାକାଣ୍ଡକୁ 12ମାସ ପୂରିଲାଣି,ଟେର ପାଉନି ପୋଲିସ

ବଲାଙ୍ଗୀର: ଜିଲ୍ଲାର ଦେଓଗାଁ ଥାନା ଅନ୍ତର୍ଗତ ସିଲେଟ କାନି ଗ୍ରାମରେ ଗତ 12ମାସ ପୂର୍ବରୁ ଜଣେ ନାବାଳକକୁ ହତ୍ୟା ହୋଇଥିଲା । ଘଟଣାକୁ 12ମାସ ବିତି ଯାଇଥିଲେ ବି ପୋଲିସ ହାତ ଖାଲି । ଜିଲ୍ଲାପାଳଙ୍କୁ ଦ୍ବାରସ୍ତ ହୋଇଛନ୍ତି ପରବାର ଲୋକ ।

ନାବାଳକ ହତ୍ୟାକାଣ୍ଡ ଘଟଣା

ସୂଚନାଅନୁସାରେ,ସିଲେଟ କାନି ଗ୍ରାମର ଉଗ୍ରେସନ ବଗର୍ତ୍ତିଙ୍କ 11 ବର୍ଷର ପୁଅ ବାବୁଲା ବଗର୍ତ୍ତି ଗତ ଜାନୁଆରୀ 22 ତାରିଖରେ ଶୌଚ ହେବାକୁ ଯାଇ ଆଉ ଘରକୁ ଫେରି ନଥିଲେ । ଘର ଲୋକ ବହୁତ ଖୋଜାଖୋଜି କରିଥିଲେ ହେଲେ ପାଇ ନଥିଲେ । ଘଟଣାର 14ଦିନ ପରେ ବାବୁଲା ବଗର୍ତ୍ତିର ମୃତଦେହ ନଦୀ ବାଲିରେ ପୋତା ହୋଇଥିବା ଆବସ୍ଥାରେ ଉଦ୍ଦାର ହୋଇଥିଲା । ଯାହାକୁ ନେଇ ପରିବାର ଲୋକେ ତାକୁ ଗୁପ୍ତ ଧନ ଆଶାରେ ବଳି ଦେଇ ହତ୍ୟା କରାଯାଇ ଥିବା ଅଭିଯୋଗ ଆଣିଥିଲେ।

ତେବେ ଘଟଣାକୁ 12ମାସ ପୂରିବାକୁ ବସିଲାଣି ହେଲେ ପୋଲିସ ପରିବାରଙ୍କ ଅଭିଯୋଗ ପୋଲିସ ଶୁଣି ନଥିବା ପରିବାର ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲେ ହେଁ ଘଟଣାର ଟେର ପାଉନାହିଁ । ଅନ୍ୟପଟେ ନ୍ୟାୟ ପାଇଁ ପରିବାର ଲୋକେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେବା ସହ ଦୋଷୀଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିିଭି ଭାରତ

Last Updated : Dec 15, 2020, 8:40 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.