ETV Bharat / state

Balangir Rape Case: ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ ୨୦ ବର୍ଷ ଜେଲ୍

author img

By

Published : Mar 23, 2023, 7:56 AM IST

ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ ୨୦ ବର୍ଷ ଜେଲ୍ ଦଣ୍ଡ ଶୁଣାଇଲେ ବଲାଙ୍ଗୀର ସ୍ୱତନ୍ତ୍ର ପୋକ୍ସୋ ଫାଷ୍ଟ ଟ୍ରାକ କୋର୍ଟ । ଅଧିକ ପଢନ୍ତୁ

ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ ୨୦ ବର୍ଷ ଜେଲ୍
ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ ୨୦ ବର୍ଷ ଜେଲ୍

ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ ୨୦ ବର୍ଷ ଜେଲ୍

ବଲାଙ୍ଗୀର: ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍ । ଦୁଇ ବର୍ଷ ତଳେ ବଲାଙ୍ଗୀର ତୁସୁରା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ବଲାଙ୍ଗୀର ସ୍ୱତନ୍ତ୍ର ପୋକ୍ସୋ ଫାଷ୍ଟ ଟ୍ରାକ କୋର୍ଟ ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହିତ ୩୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି । ୨୦ଟି ଦସ୍ତାବିଜ ଓ ୧୩ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ଗତକାଲି (ବୁଧବାର) ବିଚାରପତି ବିରଞ୍ଚି ନାରାୟଣ ସିଂହ ଦେଓ ଏହି ରାୟ ଶୁଣାଇଛନ୍ତି । ସେହିପରି ପୀଡିତାଙ୍କୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ବାବଦକୁ ଦେବାକୁ ମଧ୍ୟ ସରକାରଙ୍କୁ ନିର୍ଦ୍ଦେଶ ହୋଇଛି ।

ସୂଚନା ମୁତାବକ, ୨୦୨୧ ମସିହାରେ ତୁସୁରା ଥାନା ଅଞ୍ଚଳର ନନ୍ଦକିଶୋର ନାଗ ନିଜ ଗ୍ରାମର ଜଣେ ନାବାଳିକା ସହ ଦୁଷ୍କର୍ମ କରିଥିଲା । ଥରେ ନୁହେଁ, ସେ ବାରମ୍ବାର ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା । ଯେଉଁ କାରଣରୁ କିଛି ଦିନ ପରେ ପୀଡିତା ଅନ୍ତଃସତ୍ତ୍ବା ହୋଇଥିଲେ । ଏହାଜାଣି ଅଭିଯୁକ୍ତ ତାଙ୍କର ଗର୍ଭପାତ କରିବାକୁ ଚେଷ୍ଟା କରିଥିଲା । ମାତ୍ର ପୀଡିତା ଏକ ଶିଶୁ ଜନ୍ମ ଦେଇଥିଲେ । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା । ବଲାଙ୍ଗୀର ସ୍ୱତନ୍ତ୍ର ପୋକ୍ସୋ କୋର୍ଟରେ ଏହି ମାମଲାର ଶୁଣାଣି ଚାଲିଥିଲା । ଏଥିରେ ଅଭିଯୁକ୍ତ ନାଁରେ 376 ଆଇପିସି, 6 ପୋକ୍ସୋ ଆଇନ, 313 ଓ 511 ଆଇପିସିରେ ମାମଲା ରୁଜୁ ହୋଇଥିଲା ।

ଏହାମଧ୍ୟ ପଢନ୍ତୁ: Man Kills Wife: ସ୍ତ୍ରୀକୁ ହତ୍ୟା ପରେ ଝୁଲି ପଡିଲା ସ୍ବାମୀ, ବର୍ଷକ ତଳେ ହୋଇଥିଲା ବିବାହ

ବୁଧବାର ଫାଷ୍ଟ ଟ୍ରାକ ପୋକ୍ସୋ ଅଦାଲତ ବିଚାରପତି ବିରଞ୍ଚି ନାରାୟଣ ସିଂହ ଦେଓ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ୨୦ଟି ଦସ୍ତାବିଜ ଓ ୧୩ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ସେ ଆସାମୀ ନନ୍ଦକିଶୋରକୁ ୨୦ ବର୍ଷ ଜେଲ୍ ଦଣ୍ଡ ସହ ୩୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟ ହେଲେ ଅଧିକ ଜେଲଦଣ୍ଡର ନିର୍ଦ୍ଦେଶ ରହିଛି । ଏହାବ୍ୟତୀତ ପୀଡିତାଙ୍କୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ସରକାରୀ ଓକିଲ ଜୟରାମ ମିଶ୍ର ଏହି ମାମଲା ପରିଚାଳନା କରୁଥିଲେ । ଏନେଇ ସେ ସବିଶେଷ ସୂଚନା ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ: ଭାଇର ନିଷ୍ପତ୍ତିକୁ ବିରୋଧ କଲା ଭଉଣୀ, ବାଡ଼ିରେ ପିଟିପିଟି ଭଉଣୀକୁ ହତ୍ୟା

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.