ETV Bharat / state

ଚାକିରି ନାଁରେ ଠକେଇ, କେଶରିୟା ହିନ୍ଦୁ ବାହିନୀ ରାଜ୍ୟ ସଭାପତି ଗିରଫ

author img

By

Published : Dec 14, 2022, 9:08 AM IST

ଚାକିରି କରେଇଦେବା ନାଁରେ ବେକାର ଯୁବକ ଯୁବତୀଙ୍କ ଠାରୁ ଟଙ୍କା ଠକେଇ । କେଶରିୟା ବାହିନୀ ରାଜ୍ୟ ସଭାପତି ସନ୍ତୋଷ ଭୋଳ ଗିରଫ । ଅଧିକ ପଢନ୍ତୁ

ଚାକିରି ନାଁରେ ଠକେଇ, କେଶରିୟା ହିନ୍ଦୁ ବାହିନୀ ରାଜ୍ୟ ସଭାପତି ଗିରଫ
ଚାକିରି ନାଁରେ ଠକେଇ, କେଶରିୟା ହିନ୍ଦୁ ବାହିନୀ ରାଜ୍ୟ ସଭାପତି ଗିରଫ

କେଶରିୟା ହିନ୍ଦୁ ବାହିନୀ ରାଜ୍ୟ ସଭାପତି ଗିରଫ

ବଲାଙ୍ଗୀର: ଚାକିରି କରେଇଦେବା ନାଁରେ ବେକାର ଯୁବକ ଯୁବତୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ । ଗିରଫ ହେଲେ କେଶରିୟା ହିନ୍ଦୁ ବାହିନୀର(Keshariya Hindu Bahini) ରାଜ୍ୟ ସଭାପତି ସନ୍ତୋଷ ଭୋଳ । ଟଙ୍କା ଠକେଇ ଅଭିଯୋଗରେ ଗତକାଲି(ମଙ୍ଗଳବାର) ତାଙ୍କୁ ଗିରଫ କରାଯାଇଛି । ସନ୍ତୋଷ ବିଜେପିର ଜଣେ ଜଣାଶୁଣା ନେତା ସଙ୍ଗେ ସଙ୍ଗେ କେଶରିୟା ବିହାନୀ ରାଜ୍ୟ ସଭାପତି ଅଟନ୍ତି ।

ଅଭିଯୋଗ ଅନୁସାରେ, ବଲାଙ୍ଗୀର ବରକାନି ଗ୍ରାମ ସ୍ଥିତ ଗ୍ୟାସ୍ ବଟଲିଂ ପ୍ଲାଣ୍ଟରେରେ ଚାକିରି କରାଇଦେବାକୁ ସନ୍ତୋଷ ଭୋଳ ଲୋଇସିଂହା ଥାନା ଅଞ୍ଚଳର ୧୦ ଜଣ ଯୁବକଙ୍କୁ ଠାରୁ ୫ ଲକ୍ଷ ୪୯ ହଜାର ଟଙ୍କା ନେଇଥିଲେ । ହେଲେ ପରେ ଏହି ବେକାର ଯୁବକମାନେ କୌଣସି ପ୍ରକାର ଚାକିରି ପାଇନଥିଲେ । ଏନେଇ ସେମାନେ ବଲାଙ୍ଗୀର ସାଇବର ଥାନାରେ ବିଜେପି ନେତାଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ଗତକାଲି ବିଜେପି ନେତା ତଥା କେଶରୀୟା ହିନ୍ଦୁ ବାହିନୀର ରାଜ୍ୟ ସଭାପତି ସନ୍ତୋଷ ଭୋଳଙ୍କୁ ଗିରଫ କରିଛି ।

କେସ ନମ୍ବର 65/ 2022ରେ ଆଇପିସିର ଧାରା 420 ଓ 506ରେ ମାମଲା ରୁଜୁ କରାଯାଇ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏନେଇ ବଲାଙ୍ଗୀର ଏସଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.