ETV Bharat / state

Russia-Ukraine War: ୟୁକ୍ରେନ ଫେରନ୍ତା ଓଡିଆ ଡାକ୍ତରୀ ଛାତ୍ରଙ୍କ ସହ ଆଲୋଚନା

author img

By

Published : Feb 24, 2022, 10:26 PM IST

ଋଷ ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭ କରି ଏକ ବଡ ଯୁଦ୍ଧର ଘୋଷଣା କରିଛି । ଏଭଳି ପରିସ୍ଥିତିରେ ସେଠି ଭାରତର ଅନେକ ଛାତ୍ର ଛାତ୍ରୀ ତଥା ଲୋକ ଫସି ରହିଛନ୍ତି । ସେଠିକାର ପରିସ୍ଥିତି ଅତି ସଙ୍ଗୀନ ଥିବା କହିଛନ୍ତି ନିକଟରେ ୟୁକ୍ରେନରୁ ଫେରିଥିବା ବଲାଙ୍ଗୀରର ଜଣେ ଛାତ୍ର । ଅଧିକ ପଢନ୍ତୁ

ଜୟଶଙ୍କର ପଟେଲ
ଜୟଶଙ୍କର ପଟେଲ

ବଲାଙ୍ଗୀର: ଋଷ ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭ କରି ଏକ ବଡ ଯୁଦ୍ଧର ଘୋଷଣା କରିଛି। ଏଭଳି ପରିସ୍ଥିତିରେ ସେଠି ଭାରତର ଅନେକ ଛାତ୍ର ଛାତ୍ରୀ ତଥା ଲୋକ ଫସି ରହିଛନ୍ତି। ସେଠିକାର ପରିସ୍ଥିତି ଅତି ସଙ୍ଗୀନ ଥିବା କହିଛନ୍ତି ନିକଟରେ ୟୁକ୍ରେନରୁ ଫେରିଥିବା ବଲାଙ୍ଗୀରର ଜଣେ ଛାତ୍ର ।

ୟୁକ୍ରେନ ଫେରନ୍ତା ଓଡିଆ ଛାତ୍ରଙ୍କ ସହ ଆଲୋଚନା

ୟୁକ୍ରେନପରେ ବର୍ତ୍ତମାନ ଫସି ରହିଛନ୍ତି ହଜାର ହଜାର ଭାରତୀୟ। ଯେଉଁମାନଙ୍କ ମଧ୍ୟରେ ରହିଛନ୍ତି ଛାତ୍ର ଛାତ୍ରୀ ଓ ବ୍ୟବସାୟୀ । ତେବେ ନିକଟରେ ଭାରତୀୟ ଦୂତାବାସର ସହଯୋଗରେ ସେଠାରୁ ଫେରିଛନ୍ତି କିଛି ଛାତ୍ର ଛାତ୍ରୀ । ଯେଉଁମାନଙ୍କ ମଧ୍ୟରେ ରହିଛନ୍ତି ବଲାଙ୍ଗୀର ଜିଲ୍ଲାର ଛାତ୍ର ଜୟଶଙ୍କର ପଟେଲ । ବଲାଙ୍ଗୀର ଫେରିବା ପରେ ନିଜର ସେଠାକାର ସ୍ଥିତି ସମ୍ପର୍କରେ ବର୍ଣ୍ଣନା କରିଛନ୍ତି ।

ଜୟଶଙ୍କର ପଟେଲ ୟୁକ୍ରେନର ଡେନିପ୍ରୋ ରାଜ୍ୟରେ ରାଜ୍ୟ ୟୁନିଭରସିଟରେ ଏମବିବିଏସ 4ର୍ଥ ବର୍ଷର ଛାତ୍ର। ତେବେ ଏହି ସମସ୍ୟା ଆସିବା ପରେ ସେ କୌଣସି ମତେ ବିମାନରେ ସ୍ଥାନ ପାଇ ବଲାଙ୍ଗୀର ଫେରିଛନ୍ତି। ସେଠି ଆହୁରି ହଜାର ହଜାର ଓଡିଆ ଛାତ୍ରଛାତ୍ରୀ ବିଭିନ୍ନ ରାଜ୍ୟରେ ଫସି ରହିଥିବାର କହିଛନ୍ତି। ସେହିପରି ଯୁଦ୍ଧ ପାଇଁ ଲୋକେ ଜରୁରୀ ସାମଗ୍ରୀ କିଣିବା ପାଇଁ ସବୁଠି ନାହିଁ ନ ଥିବା ଭିଡ ଜମାଉଛନ୍ତି। ଏପରିକି ଅନେକ ସ୍ଥାନରେ ଦଳାଚକଟା ମଧ୍ୟ ହୋଇଥିବାର ସେ କହିଛନ୍ତି। ସେହିପରି ତାଙ୍କ ସାଙ୍ଗ ମାନେ ଥିବା କିଛି ରାଜ୍ୟରେ ମିଶାଇଲା ମାଡ ହୋଇଥିବା ବେଳେ ସେମାନେ ଅତି ଭୟରେ ଥିବାର କହିଛନ୍ତି। କୌଣସି ମତେ ସମସ୍ତଙ୍କୁ ସେଠାରୁ ଉଦ୍ଧାର କରିବାକୁ ସେ ନିବେଦନ କରିଛନ୍ତି।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.