ETV Bharat / state

ପୋଖରୀ ନିକଟରୁ ନରକଙ୍କାଳ ଉଦ୍ଧାର, ପରିଚୟ ଖୋଜୁଛି ପୋଲିସ

author img

By

Published : Jan 30, 2023, 2:25 PM IST

ପୋଖରୀ ନିକଟରୁ ନରକଙ୍କାଳ ସହ ବାଇକ ଜବତ କଲା ପୋଲିସ। କଙ୍କାଳ କାହାର ସେନେଇ ପରିଚୟ ଖୋଜୁଛି ପୋଲିସ। ଅଧିକ ପଢନ୍ତୁ

Etv Bharat
Etv Bharat

human skeleton recovered from pond side

ବଲାଙ୍ଗୀର: ପୋଖରୀ ନିକଟରୁ ନର କଙ୍କାଳ ଉଦ୍ଧାର। ମୁରିବହାଲ ବ୍ଲକ ଅନ୍ତର୍ଗତ 56 ନମ୍ୱର ଜାତୀୟ ରାଜପଥରେ ଥିବା ଗୁଲୁଣ୍ଡା ଗ୍ରାମ ପୋଖରୀ ନିକଟରୁ ଏକ ନରକଙ୍କାଳ ଉଦ୍ଧାର କରାଯିବା ସହ ଏକ ବାଇକ ଜବତ କରାଯାଇଛି। ଏହି ନରକଙ୍କାଳଟି ଟିଟିଲାଗଡରୁ ନିଖୋଜ ଥିବା ଜଣେ ଯୁବକଙ୍କର ହୋଇ ପାରେ ବୋଲି ପୋଲିସ ସନ୍ଦେହ କରୁଛି । ତେବେ ଏହା ଏକ ହତ୍ୟାକାଣ୍ଡ ନା ଏହା ପଛରେ ଆଉ କିଛି ରହସ୍ୟ ରହିଛି ସେନେଇ ତଦନ୍ତ କରୁଛି ପୋଲିସ ।

ଗୁଳୁଣ୍ଡା ଗ୍ରାମର ଭୋଇ ପଦାରେ ଥିବା ଏକ ପୋଖରୀ ନିକଟ ବୁଦାରେ ଏକ ବାଇକ ସହ ନର କଙ୍କାଳ ପଡିଥିବାର ଲୋକେ ଦେଖିଥିଲେ । ଏନେଇ ସ୍ଥାନୀୟ ମୁରିବାହଲ ଥାନାକୁ ସୂଚନା ଦେଇଥିଲେ । ଖବର ପାଇ ମୁରିବହାଲ ପୋଲିସ, ଟିଟିଲାଗଡ ପୋଲିସ ଓ କଣ୍ଟାବାଞ୍ଜି ଏସଡିପିଓ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଜବତ ହୋଇଥିବା ବାଇକର ନମ୍ୱର ଯାଞ୍ଚ କରିବା ପରେ ତାହା ଟିଟିଲାଗଡ କୁମ୍ଭାରୀପଡ଼ା ନିବାସୀ ନରେଶ ବାଗଙ୍କ ବୋଲି ଜଣା ପଡ଼ିଛି । ଯିଏକି ଗତ ଡ଼ିସେମ୍ବର 12 ତାରିଖରୁ ନିଖୋଜ ହୋଇ ଯାଇଥିଲେ ।

ଏହା ମଧ୍ୟ ପଢନ୍ତୁ-Naba kishore Das Demise: ସିବିଆଇ ତଦନ୍ତ ଦାବି କଲେ ବିରୋଧି ଦଳ ନେତା ଜୟ ନାରାୟଣ

ଏନେଇ ପରିବାର ଲୋକେ ଟିଟିଲାଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଟିଟିଲାଗଡ ପୋଲିସ ଏନେଇ ତଦନ୍ତ କିରବା ସହ ଯୁବକଙ୍କ ନିଖୋଜ ପୋଷ୍ଟର ମଧ୍ୟ ଜାରି କରିଥିଲା। ତେବେ ଏହି ବାଇକ ନମ୍ବରକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଛି। ନିଖୋଜ ଯୁବକଙ୍କ ପରିବାର ଲୋକଙ୍କୁ ମଧ୍ୟ ସୂଚନା ଦେଇଥିବା ବେଳେ ନର କଙ୍କାଳ ସେହି ଯୁବକଙ୍କର ନା ଆଉ କାହାର ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ।

ଏହା ମଧ୍ୟ ପଢନ୍ତୁ-ନବଙ୍କଠୁ ନେଇ ଜଗବନ୍ଧୁ ଯାଏଁ ପ୍ରାଣାନ୍ତକ ଆକ୍ରମଣର ଶିକାର, କିଏ ବର୍ତ୍ତିଗଲା କିଏ ଚାଲିଗଲା

ଏହି ଘଟଣାରେ ସାଇଣ୍ଟିଫିକ ଟିମ ତଦନ୍ତ କଲେ ଏହା ପଛର ପ୍ରକୃତ କାରଣ ଜଣାପଡିବ ପଡିବ ବୋଲି କଣ୍ଟାବାଞ୍ଜି ଏସଡିପିଓ ଲକ୍ଷ୍ମୀ ନାରାୟଣ ମାରାଣ୍ଡି କହିଛନ୍ତି। ସେପଟେନିଖୋଜ ଯୁବକର ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ସଂପୃକ୍ତ ବାଇକୁ ଚିହ୍ନଟ କରିଛନ୍ତି । କିନ୍ତୁ ନର କଙ୍କାଳ ଦେଖି ସେମାନେ ମଧ୍ୟ ଦ୍ବନ୍ଦ୍ୱରେ ରହିଛନ୍ତି । ଏହା ନରେଶଙ୍କ କଙ୍କାଳ ନା ଆଉ କାହାର ସେନେି ସନ୍ଦେହ ଉପୁଜିଛି । ଡିଏନଏ ପରୀକ୍ଷା ହେଲା ପରେ ନର କଙ୍କାଳ କାହାର ତାହା ସ୍ପଷ୍ଟ ହେବ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.