ETV Bharat / state

Rail Budget 2022-23: ନୈରାଶ୍ୟଜନକ କହିଲେ ନରସିଂହ

author img

By

Published : Feb 3, 2022, 1:56 PM IST

ମଙ୍ଗଳବାର ଉପସ୍ଥାପିତ ହୋଇଛି ଆର୍ଥିକ ବର୍ଷ ୨୦୨୨-୨୩ର ବଜେଟ । ସବୁ ବର୍ଗଙ୍କ ପାଇଁ ପ୍ରସ୍ତୁତ ବଜେଟ ଉପସ୍ଥାପନ କରିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହି ବଜେଟକୁ ନେଇ ଅନେକ ରାଜନେତା ସେମାନଙ୍କ ମତ ରଖିଛନ୍ତି । ଅଧିକ ପଢନ୍ତୁ

ନୈରାଶ୍ୟଜନକ କହିଲେ ନରସିଂହ
ନୈରାଶ୍ୟଜନକ କହିଲେ ନରସିଂହ

ବଲାଙ୍ଗୀର: ମଙ୍ଗଳବାର ଉପସ୍ଥାପିତ ହୋଇଛି ଆର୍ଥିକ ବର୍ଷ ୨୦୨୨-୨୩ର ବଜେଟ । ସବୁ ବର୍ଗଙ୍କ ପାଇଁ ପ୍ରସ୍ତୁତ ବଜେଟ ଉପସ୍ଥାପନ କରିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହି ବଜେଟକୁ ନେଇ ଅନେକ ରାଜନେତା ସେମାନଙ୍କ ମତ ରଖିଛନ୍ତି । ଏହାରି ଭିତରେ କେନ୍ଦ୍ର ସାଧାରଣ ବଜେଟ ଓ ରେଳ ବଜେଟକୁ ନୈରାଶ୍ୟ ଜନକ କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ରେଳ କ୍ଷେତ୍ରରେ ଓଡ଼ିଶାକୁ ଅଣଦେଖା କରାଯାଇଥିବା କହିଛନ୍ତି ନରସିଂହ।

ନୈରାଶ୍ୟଜନକ କହିଲେ ନରସିଂହ

ସେ ଆହୁରି କହିଛନ୍ତି କେନ୍ଦ୍ରର ଚଳିତ ବଜେଟ ତାହା ସାଧାରଣ ଲୋକଙ୍କ ବଜେଟ ନୁହେଁ । ଗରିବ ମଧ୍ୟବିତ ଲୋକ ବଜେଟରୁ କୌଣସି ମତେ ଲାଭବାନ ହୋଇପାରିବ ନାହିଁ । ଏହା କେବଳ କର୍ପୋରେଟ ହାଉସ ଓ ପୁଞ୍ଜିପତିଙ୍କ ପାଇଁ ପ୍ରସ୍ତୁତ ହୋଇଛି । ବିଶେଷ କରି ଓଡିଶା ପାଇଁ ଏହି ବଜେଟ ଅତି ନୈରାଶ୍ୟଜନକ ବୋଲି କହିଛନ୍ତି ବଲାଙ୍ଗୀର ବିଧାୟକ ତଥା କଂଗ୍ରେସ ବରିଷ୍ଠ ନେତା ନିରସିଂହ ମିଶ୍ର ।

ଚଳିତ ବଜେଟରୁ ବହୁତ ଆଶା ଥିଲା ଓଡିଶାର ବହୁତ ଦାବି ଥିଲା ଯାହା ଦ୍ବାରା ଗରିବ ମଧ୍ୟବିତ ଲାଭବାନ ହୋଇ ପାରିଥାନ୍ତେ । ଲୋକେ ନିଯୁକ୍ତି ପାଇଥାନ୍ତେ ସେ ଦିଗରେ କେନ୍ଦ୍ର ସରକାର ବିଲକୁଲ ଧ୍ୟାନ ଦେଇ ନଥିବା କହିଛନ୍ତି ନରସିଂହ । ରେଲୱେ ବଜେଟ ନ କହିବା ଭଲ ରେଲୱ ବଜେଟରେ ଓଡିଶା ପାଇଁ କିଛି ନିର୍ଦ୍ଧିଷ୍ଟ ନାହିଁ । ସରକାର ଖାଲି ଟଙ୍କା କହି ଦିଅନ୍ତି ହେଲେ କେତେ ଖର୍ଚ୍ଚ ହେଲା ତାହା କୁହନ୍ତି ନାହିଁ ବୋଲି କହିଛନ୍ତି କଂଗ୍ରେସ ନେତା ନରସିଂହ।

ଏହା ବି ପଢନ୍ତୁ...Budget 2022-23: ଓଡିଶା ପାଇଁ 9734 କୋଟିର ରେଳ ବଜେଟ

ପ୍ରକାଶ ଥାଉ କି, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୩୯ ଲକ୍ଷ କୋଟିରୁ ଅଧିକ ଟଙ୍କାର ବଜେଟ ଘୋଷଣା କରିଛନ୍ତି । ଓଡିଶା ପାଇଁ 9734 କୋଟି ଟଙ୍କାର ରେଳ ବଜେଟ ରହିଛି । ଓଡିଶାର ରେଳବାଇର ବିଭିନ୍ନ ପ୍ରକଳ୍ପ ପାଇଁ ମଧ୍ୟ ଅର୍ଥ ବ୍ୟବସ୍ଥା କରାଯାଇଛି । ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ ପାଇଁ ୮୯୧ କୋଟି ଟଙ୍କା ରହିଛି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.