ETV Bharat / state

ଆସନ୍ତା ୩ରୁ ଆରମ୍ଭ ହେବ କୃଷି ଉପକରଣ ମେଳା

author img

By

Published : Jan 31, 2023, 9:38 AM IST

ବଲାଙ୍ଗୀରରେ ଆରମ୍ଭ ହେବାକୁ ଯାଉଛି କୃଷି ଉପକରଣ ମେଳା । ଭାଗ ନେବେ 60ରୁ ଅଧିକ କମ୍ପାନୀ । ଅଧିକ ପଢନ୍ତୁ

Agriculture fair
କୃଷି ଯନ୍ତ୍ରପାତି ମେଳା

କୃଷି ଯନ୍ତ୍ରପାତି ମେଳା

ବଲାଙ୍ଗୀର: ବଲାଙ୍ଗୀରରେ ପ୍ରଥମ କରି ଆୟୋଜିତ ହେବ କୃଷି ଓ କୃଷି ଉପକରଣ ମେଳା । ଭାଗ ନେବେ 60ରୁ ଅଧିକ ସରକାରୀ ଓ ଘରୋଇ କମ୍ପାନୀ । ଚାଷ କାମରେ ମିଳିବ ସହାୟତା । ଆସନ୍ତା ଫେବୃଆରୀ 3 ତାରିଖରୁ 6 ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ଜିଲ୍ଲାସ୍ତରୀୟ କୃଷି ଓ କୃଷି ଉପକରଣ ମେଳା । ସ୍ଥାନୀୟ କୋଶଳ କଳାମଣ୍ଡଳ ପଡ଼ିଆରେ ଓଡିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ଵାରା ଏହା ଆୟୋଜିତ ହେବ । ଯେଉଁଥିରେ ଆଧୁନିକ ପ୍ରଣାଳୀରେ ଚାଷ କରିବା ଭଳି ଜ୍ଞାନକୌଶଳ ଏଠି ପ୍ରଦର୍ଶିତ ହେବ ।

ସେହିପରି ଆଧୁନିକ କୃଷି ଉପକରଣ ମଧ୍ୟ ଏଥିରେ ପ୍ରଦର୍ଶିତ ହେବ । ଯାହାଦ୍ୱାରା ଚାଷ କାମ ସହଜ ହେବ । ଶ୍ରମିକ ଅଭାବର ଦୂରୀକରଣ ହୋଇପାରିବ ବୋଲି କୁହାଯାଇଛି । ତେବେ ଏଥିପାଇଁ ଦେଶରେ 60ରୁ ଊର୍ଦ୍ଧ୍ବ ସରକାରୀ ଓ ବେସରକାରୀ କମ୍ପାନୀମାନେ ସାମିଲ ହେବେ । ଏଠି ଚାଷ ପାଇଁ ବ୍ୟବହାର ହେଉଥିବା ନୂତନ କୌଶଳ ଓ ଯନ୍ତ୍ରାଂଶ ଯଥା ଡ୍ରୋନ, ବେଳର, ଲେଜର ଭୂମି ସମତଳ ଉପକରଣ, ଧାନ ବୁଣିବା ଓ କାଟିବା ମେସିନ, ଔଷଧ ତଥା ସାରା ପ୍ରୟୋଗ କରିବା ମେସିନ ସବୁ ପ୍ରଦର୍ଶିତ ହେବ । ସେହିପରି ଇଚ୍ଛୁକ ଚାଷୀ ତାହା ଏଠାରୁ ସିଧାସଳଖ କିଣି ପାରିବେ ।

ଏଥିରେ ସେମାନଙ୍କୁ ସବସିଡି ମଧ୍ୟ ମିଳିବ । ତଥା ସହଜରେ ଏହାପାଇଁ ଋଣ ମଧ୍ୟ ଯୋଗାଇ ଦିଆଯିବ ବୋଲି କୁହାଯାଇଛି । ତେବେ ଏହାକୁ ନେଇ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସଞ୍ଜୟ ପାଣି କହିଛନ୍ତି ଯେ ଏହି ସବୁ ଜ୍ଞାନକୌଶଳ ତଥା ଯନ୍ତ୍ରାଂଶ ବ୍ୟବହାର କଲେ ଚାଷୀ ସମୟ ଅନୁସାରେ ଚାଷ କାର୍ଯ୍ୟ କରିପାରିବ । ଏହାସହ ଅଳ୍ପ ପରିଶ୍ରମ, ଫସଲରେ କମ କ୍ଷତି, ଜମିର ଉତ୍ପାଦିକା ବୃଦ୍ଧି, ଫସଲର ଗୁଣାବତ୍ତା ବୃଦ୍ଧି ସାଙ୍ଗକୁ ଅଧିକ ଫସଲ ଅମଳ ହେବ ବୋଲି କୃଷି ଅଧିକାରୀ କହିଛନ୍ତି । ସେହିପରି ଏହି ମେଳା ଜିଲ୍ଲାରେ ପ୍ରଥମ କରି ଆସନ୍ତା ଫେବୃୟାରୀ 3 ତାରିଖରୁ ଆରମ୍ଭ ହେବ ଓ 6 ତାରିଖରେ ସରିବ। ଯେଉଁଥିରେ ଓୟୁଓଟିର ବିଶେଷଜ୍ଞମାନେ ମଧ୍ୟ ସାମିଲ ହେବେ ।

ବିଶେଷଜ୍ଞମାନେ ଚାଷୀଙ୍କୁ ଜ୍ଞାନ ଦର୍ଶନ ଦେବେ ବୋଲି କହିଛନ୍ତି । ସେହିପରି ଏଠି ମହିଳା ସ୍ୱୟଂସହାୟକ ଗୋଷ୍ଠୀଙ୍କ ପାଇଁ ମଧ୍ୟ ବିଶେଷ ପ୍ରାବଧାନ ଥିବା ବେଳେ ସେମାନେ ରିହାତି ମୂଲ୍ୟରେ ଯନ୍ତ୍ରାଂଶ ପାଇ ପାରିବେ । ପଶ୍ଚିମ ଓଡ଼ିଶାରେ ଚାଲିଛି ବିରାଟ କୃଷିମେଳା । ଏହି କ୍ରମରେ ସମ୍ବଲପୁରରେ ମଧ୍ୟ ଆୟୋଜିତ ହେଉଛି ପଶ୍ଚିମ ଓଡ଼ିଶା କୃଷି ଓ କୃଷି ଯନ୍ତ୍ରପାତି ମେଳା ୨୦୨୩ । ଗତ ୨୭ ତାରିଖରୁ ଆରମ୍ଭ ହୋଇଥିବା ଏହି ମେଳା ୩୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.