ETV Bharat / state

ଚଳନ୍ତା ଟ୍ରେନରୁ ଡେଇଁ ମାଆ ମୃତ,୨ ଶିଶୁ ଉଦ୍ଧାର

author img

By ETV Bharat Odisha Team

Published : Oct 21, 2023, 7:38 AM IST

ଚଳନ୍ତା ଟ୍ରେନରୁ ଡେଇଁଲେ ମାଆ ଓ ୨ଶିଶୁ । ମାଆର ମୃତ୍ୟୁ ହେଇଥିବା ବେଳେ ୨ଶିଶୁ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ଅଧିକ ପଢନ୍ତୁ

ଚଳନ୍ତା ଟ୍ରେନରୁ ଡେଇଁ ମାଆ ମୃତ,୨ ଶିଶୁ ଉଦ୍ଧାର
ଚଳନ୍ତା ଟ୍ରେନରୁ ଡେଇଁ ମାଆ ମୃତ,୨ ଶିଶୁ ଉଦ୍ଧାର

ବଲାଙ୍ଗୀର: ବଲାଙ୍ଗୀର ଏକ ଅଭାବନୀୟ ଘଟଣାରେ ଚଳନ୍ତା ଟ୍ରେନରୁ ଡେଇଁଲେ ମାଆ ଓ ୨ଶିଶୁ । ମାଆର ମୃତ୍ୟୁ ହେଇଥିବା ବେଳେ ୨ଶିଶୁ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି । ମହିଳା ଜଣକ ୨ ଶୁଶୁଙ୍କ ସହିତ ଭୁଲ ଟ୍ରେନରେ ଚଢ଼ି ଯାଇଥିବା ଜାଣିବା ପରେ ଟ୍ରେନରୁ ଡେଇଁ ପଡ଼ିଥିଲେ ।

ବଡ଼ମାଳ ରେଳ ଷ୍ଟେସନରେ ଜଣେ ମହିଳା ୨ ଶୁଶୁଙ୍କ ସହିତ ଏକ ଟ୍ରେନ୍‌ରେ ଚଢ଼ିଥିଲେ । ହେଲ ଭୁଲ ଟ୍ରେନ୍‌ରେ ଚଢ଼ିଥିବା ଜାଣିବା ପରେ ସେ ଦୁଇ ଶିଶୁଙ୍କ ସହ ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡିଥିଲେ । ଏହି ଘଟଣାରେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଶିଶୁ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି । ତେବେ ମୃତ ମହିଳା ଜଣକ ବଲାଙ୍ଗୀର ଜରସିଂହା ଗ୍ରାମର ଝରଣା ମହାନନ୍ଦ ବୋଲି ଜଣା ପଡିଛି । ଝରଣା ତାଙ୍କ ୨ ଶିଶୁଙ୍କୁ ନେଇ ବଲାଙ୍ଗୀର ଭୀମଭୋଇ ମେଡିକାଲ୍ କଲେଜ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଥିଲେ । ତେବେ ସେଠି ଚିକିତ୍ସା ପରେ ସେ ନିଜ ଗାଁକୁ ଆସିବା ପାଇଁ ବସ୍‌କୁ ଅପେକ୍ଷା କରିଥିଲେ । ହେଲେ ବସ ଧର୍ମଘଟ ଯୋଗୁଁ ସେ ବସ ବଦଳରେ ଟ୍ରେନରେ ଯିବାକୁ ନିଷ୍ପତ୍ତି ନେଇଥିଲେ ।

ଏହା ମଧ୍ୟ ପଢନ୍ତୁ....ପିପିଲି ଟୋଲ ଗେଟରେ ଗୁଳି ଫାଙ୍କା ଚାଳନା, 3 ଗିରଫ 2 ଫେରାର

ଏହାପରେ ସେ ବଲାଙ୍ଗୀର ରେଳ ଷ୍ଟେସନରୁ ଟ୍ରେନ୍‌ରେ ଚଢ଼ିଥିଲେ ଏବଂ ଦେଓଗାଁ ଷ୍ଟେସନ୍‌ରେ ଓହ୍ଲାଇବାର ଥିଲା । ତେବେ ପାସେଞ୍ଜର ଟ୍ରେନ୍‌ ବଦଳରେ ସେ ଭୁଲରେ ଦିନ ଦୟାଲ ବିଶାଖାପାଟଣା ଏକ୍ସପ୍ରେସ୍‌ ଟ୍ରେନରେ ଚଢ଼ି ଯାଇଥିଲେ । ସେପଟେ ଦେଓଗାଁ ଷ୍ଟେସନରେ ଟ୍ରେନ୍‌ ରହଣୀ ନଥିବା ବେଳେ, ସେ ଭୁଲ୍‌ ଟ୍ରେନରେ ଚଢ଼ି ଯାଇଥିବାର ଜାଣି ପାରିଥିଲେ । ପରେ ଦେଓଗାଁ ପର ଷ୍ଟେସନ ବଡ଼ମାଳ ଠାରେ ଟ୍ରେନ ଗତି ମନ୍ଥର ହେବାରୁ ସେ ୨ ଶିଶୁଙ୍କ ସହ ଟ୍ରେନରୁ ଡେଇଁବାକୁ ଚେଷ୍ଟା କରିଥିଲେ । ହେଲେ ଦୁର୍ଭାଗ୍ୟବଶତଃ ସେ ଟ୍ରେନ ତଳେ ପଡି ଯାଇଥିଲେ । ଫଳରେ ଟ୍ରେନରେ କଟି ଯାଇ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ସେପଟେ ତାଙ୍କର ୨ ଝିଅ ଅନ୍ୟତ୍ର ପଡ଼ିବାରୁ ଅଳ୍ପକେ ଜୀବନ ବଞ୍ଚି ଯାଇଛି ।

ସେପଟେ ଜିଆରପି ପୋଲିସ ଏହି ମାମଲରେ ତଦନ୍ତ ଆରମ୍ଭ କରିବା ସହ ମୃତକଙ୍କ ପରିବାର ବର୍ଗଙ୍କୁ ସୂଚନା ଦିଆଯାଛି । ଏହା ପରେ ପୋଲିସ ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହି ଘଟଣା ପରେ ମୃତକଙ୍କ ଗାଁରେ ଶୋକର ଛାୟା ଖେଳି ଯାଇଛି ।

ଇଟିଭି ଭାରତ,ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.