ETV Bharat / state

ସ୍ବତନ୍ତ୍ର ଡ୍ରାଇଭ୍ ମିଶନରେ 15 ଦାଦନ ଉଦ୍ଧାର, 3ଗିରଫ

author img

By ETV Bharat Odisha Team

Published : Oct 19, 2023, 11:11 AM IST

ବଲାଙ୍ଗୀର ପୋଲିସର ସ୍ବତନ୍ତ୍ର ଡ୍ରାଇଭ୍ ମିଶନ ଉଦ୍ଧାର । ବାହାର ରାଜ୍ୟକୁ 15 ଜଣ ଦାଦନ ଚାଲାଣ ବେଳେ ଉଦ୍ଧାର ହୋଇଛନ୍ତି । ଅଧିକ ପଢନ୍ତୁ

migrant labour rescue
migrant labour rescue
migrant labour rescue

ବଲାଙ୍ଗୀର: ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ବଲାଙ୍ଗୀର ପୋଲିସର ସ୍ବତନ୍ତ୍ର ଡ୍ରାଇଭ୍ ମିଶନ । ଦାଦନ ପ୍ରବଣ ବଲାଙ୍ଗୀର ଜିଲ୍ଲାରେ ବେଆଇନ ଦାଦନ ଚାଲାଣ ରୋକିବାକୁ ଏହି ଡ୍ରାଇଭ ଆରମ୍ଭ କରିଛି ପୋଲିସ । ଯେଉଁଥିରେ ଦୈନନ୍ଦିନ ପୋଲିସ୍ ବିଭିନ୍ନ ଅଞ୍ଚଳରୁ ଦାଦନ ଶ୍ରମିକ ଚାଲାଣ ବେଳେ ସେମାନଙ୍କୁ ଉଦ୍ଧାର କରୁଛି । ଏହି କ୍ରମରେ ଗତକାଲି(ବୁଧବାର) ବଲାଙ୍ଗୀର ଜିଲ୍ଲା ବେଲାପଡ଼ା ବ୍ଲକ ଲାଥାକେନ୍ଦ୍ ଛକରେ ଦାଦନ ବେଆଇନ ଚାଲାଣ ବେଳେ ପୁଣି 15 ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଛନ୍ତି । ଏଥିସହ ଜଣେ ଦଲାଲ ସମେତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ତେବେ ବଲାଙ୍ଗୀର ଜିଲ୍ଲା ବେଳପଡ଼ା ପୋଲିସ୍ ବିଶ୍ୱାସ ସୂତ୍ରରୁ ଖବର ପାଇ ଏଠି ଚଢାଉ କରିଥିଲା । ଯେଉଁଥିରେ ଦୁଇଟି ୪ ଚକିଆ ଗାଡ଼ିରେ 15 ଜଣ ଦାଦନ ଶ୍ରମିକଙ୍କୁ ବେଙ୍ଗାଲୁରୁ ଚାଲାଣ ହେଉଥିବା ବେଳେ ପୋଲିସ୍ ଏମାନଙ୍କୁ ଉଦ୍ଧାର କରିଛି । ତେବେ ଉଦ୍ଧାର ଶ୍ରମିକ ଓ ଶିଶୁ ମଧ୍ୟ ରହିଛନ୍ତି । ସେପଟେ ଉଦ୍ଧାର ଶ୍ରମିକମାନେ ବେଳପଡ଼ା ବ୍ଲକ ଅନ୍ତର୍ଗତ ବଙ୍ଗୋମୁଣ୍ଡା ବାହଲ୍ ଓ ଖର୍ଲି ପଥର ଗ୍ରାମର ବୋଲି ଜଣା ପଡ଼ିଛି। ଏମାନଙ୍କୁ କଣ୍ଟାବାଞ୍ଜି ରେଳ ଷ୍ଟେସନରୁ ବାହାର ରାଜ୍ୟକୁ ଚାଲାଣ କରାଯିବାର ଥିଲା ବୋଲି ପୋଲିସ ସୂଚନା ଦେଇଛି । ସେହିପରି ଏଥିରେ ଦୁଇ ଗାଡ଼ିର ଡ୍ରାଇଭର ସମେତ ଜଣେ ଦଲାଲକୁ ମଧ୍ୟ ପୋଲିସ୍ ଗିରଫ କରିଛି ।

ଏହା ମଧ୍ୟ ପଢନ୍ତୁ- ବିଦେଶରେ ଫସିଛନ୍ତି ଦାଦନ, ଉଦ୍ଧାର ପାଇଁ କଲେ ଆକୁଳ ମିନତି

ପ୍ରକାଶ ଥାଉକି, କିଛିଦିନ ପୂର୍ବେ ଅଧିକ ରୋଜଗାର କରିବା ଆଶାରେ କେନ୍ଦ୍ରାପଡ଼ା ଓ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଯାଇଥିବା ୩୦ ଜଣରୁ ଉର୍ଦ୍ଧ୍ବ ଶ୍ରମିକ ଯାଇ ସେଠାରେ ନିର୍ଯାତନା ଦିଆଯାଉଥିବା ଭିଡିଓ ସୋସିଆଲ ମିଡିଆ ମାଧ୍ୟମରେ ପ୍ରକାଶ କରିଥିଲେ । ରାଜ୍ୟରେ ରୋଜଗାର ପାଇଁ କୌଣସି କାମଧନ୍ଦା ନପାଇ ପରିବାର ପ୍ରତିପୋଷଣ ଓ ଅଧିକ ଅର୍ଥ ଉପାର୍ଜନ କରିବା ସକାଶେ ନିଜର ଭିଟାମାଟି ଓ ଆତ୍ମୀୟ ସ୍ବଜନଙ୍କୁ ଛାଡ଼ି କାର୍ଯ୍ୟ ଅନ୍ବେଷଣରେ ବିଦେଶକୁ ଯାଇଥିବା ଯୁବକମାନେ ଫସିଯାଇ ହଇରାଣ ହେଉଥିବା ନେଇ ଏକ ଭିଡିଓ ସେୟାର କରିଥିଲେ । ଏଥିସହ ଭିଡିଓରେ ନିଜ ଦେଶକୁ ଫେରାଇ ନେବାକୁ ସରକାରଙ୍କୁ ଗୁହାରୀ କରିଥିଲେ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.