ETV Bharat / state

ଅନୁଗୋଳ: ବର୍ଷକରେ 496 ଦୁର୍ଘଟଣା, 258ଟି ଜୀବନହାନୀ

author img

By

Published : Feb 5, 2019, 5:12 PM IST

ଅନୁଗୋଳ ଜିଲ୍ଲାରେ 30ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ, କାର୍ଯ୍ୟକ୍ରମରେ ଜିଲ୍ଲାର ସବୁବର୍ଗର ଲୋକଙ୍କୁ ସାମିଲ ହୋଇ ଜନସଚେତନତା ଶୋଭାଯାତ୍ରା କରି ସହର ପରିକ୍ରମା କରିଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗିର


ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗିର
ଅନୁଗୋଳ: ଆଞ୍ଚଳିକ ପରିବହନ ଅଧିକାରୀ ପକ୍ଷରୁ ଅନୁଗୋଳ ଜିଲ୍ଲାରେ 30ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ କରାଯାଇଛି । ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ଜିଲ୍ଲାର ସବୁବର୍ଗର ଲୋକଙ୍କୁ ସାମିଲ କରାଯାଇଛି । ଏହି ଅବସରରେ ଏକ ଜନସଚେତନତା ଶୋଭାଯାତ୍ରା କରାଯାଇ ସହର ପରିକ୍ରମା କରାଯାଇଥିଲା ।

ସୂଚନାଯୋଗ୍ୟ, ସଡକ ସୁରକ୍ଷାକୁ ନେଇ ରାଜ୍ୟରେ ପ୍ରତିବର୍ଷ ବିଭିନ୍ନ ଜନସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ । ତଥାପି ରାଜ୍ୟରେ ଦୁର୍ଘଟଣା ଏବଂ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ଥମିବାର ନାଁ ନେଉନାହିଁ । ଆଉ ଏହି ଦୁର୍ଘଟଣାର ହାର ଅନୁଗୋଳ ଜିଲ୍ଲାରେ ସର୍ବାଧିକ ରହିଛି । ଗତ ଗୋଟିଏ ବର୍ଷର ରେକର୍ଡ ଅନୁସାରେ ଜିଲ୍ଲା 496ଟି ଦୁର୍ଘଟଣା ଘଟିଛି । ଯେଉଁଥିରେ 258ଜଣ ନିଜ ଜୀବନ ହରାଇଛନ୍ତି । ସେଥିମଧ୍ୟରୁ 227ଜଣ ଗୁରୁତର ଏବଂ 182 ଜଣ ଆହତ ହୋଇଛନ୍ତି । ଏହିସବୁ ଦୁର୍ଘଟଣାକୁ ବାଦ ଦେଲେ ଅନେକ ଦୁର୍ଘଟଣାର ରେକର୍ଡ ମଧ୍ୟ କରାଯାଇନାହିଁ ।

ଜିଲ୍ଲାରେ ବଢୁଥିବା ଏହି ସଡକ ଦୁର୍ଘଟଣାକୁ ନେଇ ସମସ୍ତେ ଭିନ୍ନଭିନ୍ନ ମାହୋଲକୁ ଦାୟୀ କରିଛନ୍ତି । ଅନେକଙ୍କ ମତରେ ଟ୍ରାଫିକ ବ୍ୟସ୍ଥାରେ ତ୍ରୁଟି ମଧ୍ୟ ଦୁର୍ଘଟଣାର ଏକ ବଡ କାରଣ । କେବଳ ବ୍ୟବସ୍ଥାକୁ ଦୋଷ ଦେଲେ ସଡକ ଦୁର୍ଘଟଣା କମିଯିବ ତାହା ନୁହେଁ ବରଂ ଏହାର ନିରାକରଣ ପ୍ରତି ଧ୍ୟାନ ଦେଲେ ଅନେକ ଜୀବନ ଦୁର୍ଘଟଣା ଭଳି ଅଘଟଣରୁ ବର୍ତ୍ତି ଯାଇପାରିବ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Intro:Body:

ଚିଠିରେ ରହିଛି ବାଇପାସ ନିର୍ମାଣ ଦାବି



ବଲାଙ୍ଗିର: ଜିଲ୍ଲାରେ ବାଇପାସ ରାସ୍ତା ନିର୍ମାଣ ପାଇଁ ଦୀର୍ଘ ଦିନରୁ ଦାବି ହୋଇ ଆସୁଛି । କିନ୍ତୁ ଏହା କେବଳ କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟରେ ଚିଠି ଆଦାନ ପ୍ରଦାନରେ ସୀମିତ ରହିଯାଇଛି । ଯାହାକୁ ନେଇ ବଲାଙ୍ଗିର ଜିଲ୍ଲାରେ ଉଦବେଗ ପ୍ରକାଶ ପାଇଛି । ସୋମବାର ବଲାଙ୍ଗିର ମିଳିତ କ୍ରିୟାନୁଷ୍ଠାନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା ।



ଆୟୋଜିତ ସମ୍ମିଳନୀରେ ରାଜ୍ୟ ସରକାର, ସ୍ଥାନୀୟ ପ୍ରଶାସନ ତଥା ନେତାଙ୍କୁ ଦୋଷ ଦିଆଯାଇଛି । ବରଗଡ-ବୋରିଗୁମ୍ମା 26ନଂ ଏବଂ ଖୋର୍ଦ୍ଧା-ବଲାଙ୍ଗିର 57ନଂ ଦୁଇଟି ଜାତୀୟ ରାଜପଥ ବଲାଙ୍ଗିର ସହର ଦେଇ ଯାଇଛି । ଫଳରେ ଟ୍ରାଫିକ ସମସ୍ୟା ଏଠାରେ ଉତ୍କଟ ହେବା ସହ ଦୈନନ୍ଦିନ ଦୁର୍ଘଟଣା ଘଟି ଲୋକଙ୍କ ଜୀବନ ଯାଉଛି । ଦୀର୍ଘ ଦିନରୁ ଲୋକମାନେ ଏଠାରେ ବାଇପାସ ନିର୍ମାଣ ପାଇଁ ଦାବି କରୁ ଆସୁଛନ୍ତି ।



ସୂଚନାନୁସାରେ, ୨୦୧୪ରେ ପ୍ରଥମ ଥର ପାଇଁ ରାଜ୍ୟ ସରକାର କେନ୍ଦ୍ର ସଡକ ପରିବହନ ତଥା ଜାତୀୟ ରାଜପଥ ବିଭାଗକୁ ଚିଠି ଲେଖିଥିଲେ । ଯେଉଁଥିରେ ୪୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିଲା । ଏହାସହ 52ହେକ୍ଟର ଜମି ଅଧିଗ୍ରହଣ ସହ 11.6 କିମି ରାସ୍ତା ତିଆରି ପାଇଁ ନିବେଦନ କରାଯାଇଥିଲା । 2015ରେ କେନ୍ଦ୍ର ସରକାରୀ ରାଜ୍ୟ ସରକାରଙ୍କ ଏହି ଆବେଦନକୁ ମଞ୍ଜୁର କରିବା ସହ ଟଙ୍କା ଦେଇଥିଲେ । ମାତ୍ର କୌଣସି କାରଣରୁ ଜମି ଅଧିଗ୍ରହଣ କିମ୍ବା ବାଇପାସ କାମ ହୋଇ ପାରିନଥିଲା ।



ସେପଟେ ରାଜ୍ୟ ସରକାର ଏହାକୁ ନେଇ ପୁଣି ଏକ ସଂଶୋଧିତ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ଦେଇଥିଲେ । ଯାହାର ବ୍ୟୟ ବରାଦ 241.72କୋଟି ଥିଲା । ତେବେ କେନ୍ଦ୍ର ଏସଏଫସି ଏହାକୁ ନାମଞ୍ଜୁର କରିବା ସହ ଜମିର ଅହେତୁକ ମୂଲ୍ୟ ବୃଦ୍ଧିକୁ ନେଇ ଆପତ୍ତି ଉଠାଇଥିଲା । ସେହିପରି ପରବର୍ତ୍ତୀ ସମୟରେ ପୁଣି ରାଜ୍ୟ ସରକାର 190କୋଟିର ବ୍ୟୟ ବରାଦର ଏକ ରିପୋର୍ଟ ଦେଇଥିଲେ । ଏହାକୁ ମଧ୍ୟ କେନ୍ଦ୍ର ସମାନ ଭାବରେ ଆପତ୍ତି ଉଠାଇବା ପରେ ଜମିର ଅହେତୁକ ଦର ବୃଦ୍ଧିକୁ ନେଇ କାରଣ ମାଗିଥିଲେ ।



ବର୍ତ୍ତମାନ ଜମି ଅଧିଗ୍ରହଣ ଅଧିକାରୀଙ୍କ ନୂଆ ରିପୋର୍ଟ ଅନୁସାରେ ଏହାର ବ୍ୟୟବରାଦ 133 କୋଟି ଟଙ୍କା ସ୍ଥିର କରାଯାଇ କେନ୍ଦ୍ରକୁ ପୁଣି ଚିଠି ଲେଖାଯାଇଛି । ସେପଟେ ବାରମ୍ବାର ଜମିର ମୂଲ୍ୟରେ କାହିଁକି ପାତରଅନ୍ତର ଆସୁଛି ଏବଂ ଏହା ପଛରେ କାହାର ମନ୍ଦ ଉଦ୍ଦେଶ୍ୟ ରହିଛି ତାକୁ ନେଇ ମିଳିତ କ୍ରିୟାନୁଷ୍ଠାନ କମିଟି ପ୍ରଶ୍ନ କରିଛି । ଏଥିସହ କିଛି ଜମି ଦଲାଲଙ୍କ ସ୍ବାର୍ଥ ପାଇଁ ସ୍ଥାନୀୟ ପ୍ରଶାସନ ଏଭଳି କରୁଥିବାର ଅଭିଯୋଗ ଆଣିଛି ।





ବଲାଙ୍ଗିରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ନ୍ୟୁଜ

 


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.