ETV Bharat / state

ପାଣି ପିଇବାକୁ ଯାଇ ଖାଲରେ ପଡିଲା ହାତୀ

author img

By

Published : Mar 21, 2021, 12:10 PM IST

ଅନୁଗୋଳ ଜିଲ୍ଲା ଦେବଗଡ଼ ବନଖଣ୍ଡ ଖମାର ବନାଞ୍ଚଳରେ ଏକ ହାତୀ ପାଣି ପିଇବାକୁ ଆସି ଖାଲ ଭିତରେ ଖସି ପଡିଥିବା ଜଣାପଡିଛି ।

ଖାଲରେ ପଡିଲା ହାତୀ
ଖାଲରେ ପଡିଲା ହାତୀ

ଅନୁଗୋଳ:ପୁଣି ବିପଦରେ ଗଜରାଜ । ପାଣି ପିଇବାକୁ ଆସି ଏକ ହାତୀ ଖାଲ ଭିତରେ ଖସି ପଡିଛି। ଅନୁଗୋଳ ଜିଲ୍ଲା ଦେବଗଡ଼ ବନଖଣ୍ଡ ଖମାର ବନାଞ୍ଚଳରେ ଘଟିଛି ଏହି ଘଟଣା।

ଖାଲରେ ପଡିଲା ହାତୀ

ଅନୁଗୋଳ ଜିଲ୍ଲାରେ ଦିନକୁ ଦିନ ବିପଦ ମୁହଁକୁ ଠେଲି ହୋଇଯାଉଛନ୍ତି ଜଙ୍ଗଲ ଜନ୍ତୁ। ଗତ ଏକ ସପ୍ତାହ ତଳେ ପାଣି ପିଇବାକୁ ଆସି ଏକ ହାତୀ କୂଅରେ ଖସି ପଡିଥିବା ବେଳେ ଆଜି ମଧ୍ୟ ପୁଣି ଏକ ହାତୀ ଖାଲ ଭିତରେ ଖସିପଡି କଲବଲ ହେଉଛି ।

ଆଜି(ରବିବାର) ସକାଳ ସମୟରେ ଏକ ହାତୀ ବନାଞ୍ଚଳର ଗାଁପାଖ ଜଙ୍ଗଲରେ ଖୋଳାଯାଇଥିବା ଏକ ଖାଲ ତଳକୁ ଖସି ପଡିଛି। ଲୋକେ ହାତୀର ଗର୍ଜନ ଶୁଣି ବନ ବିଭାଗକୁ ଖବର ଦେଇଥିଲେ । ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀଟିକୁ ଉଦ୍ଧାର କରିଥିବା ଜଣାପଡିଛି । ହାତୀଟି ଆହତ ଥିବା ମଧ୍ୟ ଜଣାପଡିଛି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.