ETV Bharat / state

କେନ୍ଦ୍ର ସରକାର ବିରୁଦ୍ଧରେ ମିଳିତ ଟ୍ରେଡ ୟୁନିୟନ ମଞ୍ଚର ପ୍ରତିବାଦ

author img

By

Published : Aug 9, 2021, 6:26 PM IST

ବିଭିନ୍ନ ଦାବି ନେଇ ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମିଳିତ ଟ୍ରେଡ ୟୁନିୟନ ମଞ୍ଚର ପ୍ରତିବାଦ। ଅଧିକ ପଢନ୍ତୁ...

different trade union protest in anugul
କେନ୍ଦ୍ର ସରକାର ବିରୁଦ୍ଧରେ ମିଳିତ ଟ୍ରେଡ ୟୁନିୟନ ମଞ୍ଚର ପ୍ରତିବାଦ

ଅନୁଗୋଳ: କେନ୍ଦ୍ର ସରକାର ବିରୁଦ୍ଧରେ ମିଳିତ ଟ୍ରେଡ ୟୁନିୟନ ମଞ୍ଚର ପ୍ରତିବାଦ । ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମିଳିତ ଟ୍ରେଡ ୟୁନିୟନର ଭାରତ ବଞ୍ଚାଅ ଦିବସକୁ ନେଇ ପ୍ରତିବାଦ ।

କେନ୍ଦ୍ର ସରକାର ବିରୁଦ୍ଧରେ ମିଳିତ ଟ୍ରେଡ ୟୁନିୟନ ମଞ୍ଚର ପ୍ରତିବାଦ

ମିଳିତ ଟ୍ରେଡ଼ ୟୁନିୟନ ପକ୍ଷରୁ ବିଭିନ୍ନ ଦାବି ନେଇ ଆଜି ଜିଲାପାଳଙ୍କ ଅଫିସ ସମ୍ମୁଖରେ ପ୍ରତିବାଦ କରାଯାଇଛି। ଦର ଦାମ ବୃଦ୍ଧି, ଶ୍ରମ ଆଇନ ପରିବର୍ତ୍ତନ ରାଷ୍ଟ୍ରାୟତ ଉଦ୍ୟୋଗରୁ କେନ୍ଦ୍ର ସରକାର କରୁଥିବା ପୁଞ୍ଜି ପ୍ରତ୍ୟାହାର ଆଦି ଦାବି ନେଇ ମିଳିତ ଶ୍ରମିକ ମଞ୍ଚ ପକ୍ଷରୁ ପ୍ରତିବାଦ କରାଯାଇଛି । କେନ୍ଦ୍ରର ସରକାର ଯେଉଁଭଳି ଭାବେ କୃଷି ଆଇନରେ ପରିବର୍ତ୍ତନ ଆଣିଛନ୍ତି ତାକୁ ନେଇ ଶ୍ରମିକ ସଂଗଠନ ମାନେ ଘୋର ବିରୋଧ କରିଥିଲେ। ତୁରନ୍ତ ସରକାର ନିଷ୍ପତ୍ତି ବଦଳାନ୍ତୁ ନ ହେଲେ ପୁଣି ଶ୍ରମିକ ମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ମିଳିତ ମଞ୍ଚ ଧମକ ଦେଇଛି।

AUTUC,CITU, ଭଳି ବହୁ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ। ଏକ ପ୍ରତିବାଦ ଶୋଭାଯାତ୍ରାରେ ସହର ପରିକ୍ରମା କରି ଆସି ଜିଲ୍ଲା ପ୍ରଶାସନ ଜରିଆରେ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଥିଲେ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.