ETV Bharat / state

ଗର୍ଭବତୀ ଭାଉଜକୁ ହତ୍ୟା ମାମଲା, ଯାଞ୍ଚ କରୁଛି ଫରେନସିକ ଟିମ

author img

By

Published : Feb 4, 2021, 4:53 PM IST

ଗର୍ଭବତୀ ଭାଉଜକୁ ହାତୁଡିରେ ଛେଚି ହତ୍ୟା କଲା ଦିଅର । ହତ୍ୟାକାଣ୍ଡ ପରେ ଅଭିଯୁକ୍ତର ଆତ୍ମସମର୍ପଣ । ଅଧିକ ପଢନ୍ତୁ...

ଗର୍ଭବତୀ ଭାଉଜକୁ ହତ୍ୟା ମାମଲା, ଯାଞ୍ଚ କରୁଛି ଫରେନସିକ ଟିମ
ଗର୍ଭବତୀ ଭାଉଜକୁ ହତ୍ୟା ମାମଲା, ଯାଞ୍ଚ କରୁଛି ଫରେନସିକ ଟିମ

ଅନୁଗୋଳ: ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ଶୁଶୁଡା ଗାଁରେ ଗର୍ଭବତୀ ଭାଉଜକୁ ହତ୍ୟା ମାମଲାରେ ଜୋରଦାର ତଦନ୍ତ କରୁଛି ପୋଲିସ । ଗୁରୁବାର ସକାଳେ ଫରେନସିକ ଟିମ ଘଟଣାସ୍ଥଳରେ ପହଞ୍ଚି ତନ୍ନତନ୍ନ କରି ଯାଞ୍ଚ କରିଛି । ପୋଲିସ ମଧ୍ୟ ମୃତଦେହ ଏବଂ ହତ୍ୟାରେ ବ୍ୟବହୃତ ହାତୁଡିକୁ ଜବତ କରିଛି । ତେବେ କାହିଁକି ଅଭିଯୁକ୍ତଟି ଏଭଳି କାଣ୍ଡ ଭିଆଇଲା ସେନେଇ କିଛି ସ୍ପଷ୍ଟ ହୋଇନାହିଁ । ତେବେ ଅଭିଯୁକ୍ତ ଦିଅରର ପ୍ରାଥମିକ ବୟାନ ମୁତାବକ, କେହି ଘରେ ନଥିବାବେଳେ ସାମାନ୍ୟ ବଚସାରୁ ସେ ନିଜ ଭାଉଜକୁ ହତ୍ୟା କରିଥିବା ଜଣାପଡିଛି ।

ଗର୍ଭବତୀ ଭାଉଜକୁ ହତ୍ୟା ମାମଲା, ଯାଞ୍ଚ କରୁଛି ଫରେନସିକ ଟିମ

ସୂଚନାଯୋଗ୍ୟ, ବୁଧବାର ସନ୍ଧ୍ୟା ପ୍ରାୟ 6ଟା । ହଠାତ୍ ସୁବାସ ଭୋଇ ନାମକ ଜଣେ ଯୁବକ ଅନୁଗୋଳ ଟାଉନ ଥାନାରେ ପହଞ୍ଚି ସେ ନିଜ ଭାଉଜକୁ ହତ୍ୟା କରିଥିବା କହିଥିଲା । ତା ଠାରୁ ସବୁକିଛି ଶୁଣିବା ପରେ ପୋଲିସ ରାତିରେ ଘଟଣାସ୍ଥଳରେ ପହଞ୍ଚିଥିଲା । କବାଟ ଖୋଲି ଭିତରେ ପଶିବାରୁ ଖଟ ଉପରେ ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ମୃତ ମହିଳାଙ୍କ ନାମ ସଙ୍ଗୀତା ଭୋଇ ଓ ସେ ଅଭିଯୁକ୍ତ ସୁବାସର ଭାଉଜ ବୋଲି ନିଶ୍ଚିତ କରିଥିଲା ପୋଲିସ ।

ସୂଚନାଯୋଗ୍ୟ, ପ୍ରତିଦିନ ମୃତ ମହିଳାଙ୍କ ସ୍ବାମୀ ବାହାରେ ମଜୁରୀ ଲାଗୁଥିବାବେଳେ ତାଙ୍କ ଶାଶୁ ଶ୍ବଶୁର ଛେଳି ଚରାଇବାକୁ ଯାଆନ୍ତି ଏବଂ ସନ୍ଧ୍ୟା ହେଲେ ଘରକୁ ଫେରନ୍ତି । ଘଟଣା ଦିନ ମଧ୍ୟ ଘରେ କେହି ନଥିଲେ । ଅଭିଯୁକ୍ତ ଦିଅର ସୁବାସ ସେହିଦିନ କୌଣସି କଥାକୁ ନେଇ ସକାଳୁ ହିଁ ନିଜ ଭାଉଜକୁ ହତ୍ୟା କରିବାକୁ ଉଦ୍ୟମ କରିଥିଲା । ଫଳରେ ମହିଳାଟି ସାହିର ଅନ୍ୟ ଜଣଙ୍କ ଘରେ ଲୁଚି ରହିଥିଲେ । କିନ୍ତୁ ସନ୍ଧ୍ୟାରେ ପୁଣି ଘରକୁ ଫେରିଥିଲେ । ଏହାର ସୁଯୋଗ ନେଇ ସୁବାସ ତାଙ୍କୁ ହାତୁଡିରେ ଛେଚି ହତ୍ୟା କରିଥିଲା । ଅନ୍ୟପଟେ ଏଭଳି ହତ୍ୟାକାଣ୍ଡକୁ ମହିଳାଙ୍କ ବାପଘର ଲୋକେ ସହଜରେ ଗ୍ରହଣ କରିପାରୁନାହାଁନ୍ତି । ଅଭିଯୁକ୍ତ ଦିଅରକୁ ଗିରଫ କରାଯାଇ ଘଟଣାର ତଦନ୍ତ କରାଯାଉଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.