ETV Bharat / state

ବରଗଡ଼ ଧନୁଯାତ୍ରା: ଷଡ଼ମଲ୍ଲ ଓ ପୁତନା ବଧ, ବିଶ୍ଵରୂପ ଦେଖାଇଲେ ଶ୍ରୀକୃଷ୍ଣ

author img

By ETV Bharat Odisha Team

Published : Jan 20, 2024, 8:15 AM IST

Bargarh Dhanu Yatra 2024:ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ପାଇଁ ଚଳଚଞ୍ଚଳ ବରଗଡ଼ । ଚତୁର୍ଥ ଦିନରେ ମହାରାଜ କଂସ ବାଣା ସୁରକୁ ଯୁଦ୍ଧରେ ପରାସ୍ତ କରିବା ସହ ବନ୍ଧୁତା ସ୍ଥାପନ କରିଛନ୍ତି । ଅନ୍ୟପଟେ ଗୋପପୁରରେ ଷଡ଼ମଲ୍ଲ ଓ ପୁତୁନା ରାକ୍ଷସୀର ବଧ କରିଛନ୍ତି କୃଷ୍ଣ । ଅଧିକ ପଢନ୍ତୁ

ଧନୁଯାତ୍ରା ପାଇଁ ଚଳଚଞ୍ଚଳ ବରଗଡ଼
ଧନୁଯାତ୍ରା ପାଇଁ ଚଳଚଞ୍ଚଳ ବରଗଡ଼
ଧନୁଯାତ୍ରା ପାଇଁ ଚଳଚଞ୍ଚଳ ବରଗଡ଼

ବରଗଡ଼: ବିଶ୍ୱପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରାକୁ ନେଇ ଚଳଚଞ୍ଚଳ ବରଗଡ । ଶ୍ରୀକୃଷ୍ଣ ଜନ୍ମ କାହାଣୀକୁ ନେଇ ଧନୁଯାତ୍ରାରେ ପରିବେଷଣ କରାଯାଇଥାଏ । ଶୁକ୍ରବାର ଧନୁଯାତ୍ରାର ପଞ୍ଚମ ଦିନ ହୋଇଥିବା ବେଳେ ଧନୁଯାତ୍ରାର ଚତୁର୍ଥ ଦିବସରେ ମହାରାଜ କଂସ ସୈନ୍ୟ ସାମନ୍ତଙ୍କ ସହ ଦିଗବିଜୟରେ ବାହାରି ବାଣା ସୁରକୁ ଯୁଦ୍ଧରେ ପରାସ୍ତ କରିଛନ୍ତି । ଅନ୍ୟପଟେ ଷଡ଼ମଲ୍ଲ ଓ ପୁତୁନା ରାକ୍ଷସୀର ମୃତ୍ୟୁ ଖବର ପାଇ ମହାରାଜ କଂସ ଅତ୍ୟନ୍ତ ମର୍ମାହତ ହୋଇପଡ଼ିଛନ୍ତି ।

ମଥୁରା ନଗରୀରେ ମହାରାଜ ଉଗ୍ରସେନଙ୍କୁ ଗାଦିଚ୍ଯୁତ କରି ତାଙ୍କୁ କାରାଗାରରେ ବନ୍ଦିକରି ରଖିଥିବା ବେଳେ ପୁତ୍ର କଂସ ନିଜେ ରାଜସିହ୍ନାସନ ଅକ୍ତିଆର କରି ମଥୁରାର ରାଜା ହୋଇ ରାଜ୍ୟରେ ଚଳାଇଛନ୍ତି । ନିଜର ଆଧିପତ୍ୟ ସାବ୍ୟସ୍ତ କରିବା ପାଇଁ ପ୍ରତିଦିନ ନଗର ଭ୍ରମଣରେ ବାହାରୁଛନ୍ତି ରାଜା କଂସ । ତେବେ ଚତୁର୍ଥ ଦିନରେ ମହାରାଜା କଂସ ସୈନ୍ୟ ସାମନ୍ତଙ୍କ ସହ ଦିଗବିଜୟରେ ବାହାରି ଥିବା ବେଳେ ବାଣାସୁର ସହିତ ଯୁଦ୍ଧ କରି ତାଙ୍କୁ ପରାସ୍ତ କରିଛନ୍ତି ଓ ପରେ ତାଙ୍କ ସହ ବନ୍ଧୁତା ସ୍ଥାପନ କରିଛନ୍ତି । ଏପରି ଖୁସୀ ମୁହୂର୍ତ୍ତରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା କଳାକାରଙ୍କ ନୃତ୍ୟ ଗୀତକୁ ଉପଭୋଗ କରଛନ୍ତି ମହାରାଜ କଂସଙ୍କ ସହ ମଥୁରାବାସୀ ।

ଏହାମଧ୍ୟ ପଢନ୍ତୁ.. 'ତତେ ମାରିବ ଯିଏ ଗୋପପୁରରେ ବଢ଼ୁଛି ସିଏ' ବିଜୁଳିକନ୍ୟାର ଶୂନ୍ୟବାଣୀରେ ମର୍ମାହତ କଂସ

ଗୋପପୁରରୁ ଖବର ଆସିଛି ଯେ କୃଷ୍ଣ ଓ ବଳରାମଙ୍କ ହାତରେ ଷଡ଼ମଲ୍ଲ ସହ ପୁତୁନା ରାକ୍ଷସୀର ବଧ ହୋଇଛି । ଯାହାକୁ ଶୁଣିବା ପରେ ମହାରାଜ କଂସ ମର୍ମାହତ ହୋଇପଡ଼ିଛନ୍ତି । କୃଷ୍ଣଙ୍କୁ ମାରିବା ପାଇଁ ପାତ୍ର ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଗୋପପୁରକୁ ଚିଠାଉ ପଠାଇଛନ୍ତି କଂସ । ରାଣୀ ପଦ୍ମାବତୀଙ୍କ ଧନ୍ୱନ୍ତରୀ ଓଷା ପାଇଁ ଶତଭାର ପଦ୍ମର ଆବଶ୍ୟକତା ରହିଛି । କୃଷ୍ଣ ଏହି ପଦ୍ମ ଆଣିବା ପାଇଁ କାଳିନ୍ଦୀ ହ୍ରଦକୁ ଗଲାବେଳେ ହ୍ରଦରେ ଥିବା କାଳୀୟନାଗ କୃଷ୍ଣ ଓ ବଳରାମଙ୍କୁ ଦଂଶନ କରିବ । ଏହି ଖୁସିରେ ଆତ୍ମହରା ହୋଇ ପଡ଼ିଛନ୍ତି ମହାରାଜ କଂସ । ତେଣୁ ପୁଣି ରାଜା କଂସ ମଜିଯାଇଛନ୍ତି ବିଭିନ୍ନ ନୃତ୍ୟ ଗୀତ ଓ ସାସ୍କୃତିକ କାର୍ଯ୍ୟକ୍ରମରେ । ତେବେ ପଞ୍ଚମ ଦିନରେ ମଥୁରା ନଗରୀରେ ମହାରାଜା କଂସଙ୍କ ନଗର ପରିକ୍ରମା ପରେ ରାକ୍ଷସଙ୍କ ନିଧନ ଖବର ନେଇ ପାରିଷଦ ବର୍ଗ ସହ ଆପାତ ବୈଠକ ଅନୁଷ୍ଠିତ ହୋଇଛି । ସେପଟେ ଗୋପପୁରରେ ଭଗବାନ ଶ୍ରୀକୃଷ୍ଣଙ୍କ ବାଲ୍ୟ ଲୀଳାଖେଳା ଚାଲିଥିବା ବେଳେ ପ୍ରଭୁଙ୍କ ଦ୍ୱାରା ଯାମଳାର୍ଜ୍ଜୁନ ଭଞ୍ଜନ, କଳୀୟ ଦଳନ, ବିଶ୍ଵରୂପ ଦର୍ଶନ ଓ ଗୋପୀଙ୍କ ଦଧିବିକା ଇତ୍ୟାଦି କାର୍ଯ୍ୟକ୍ରମ କରାଯାଇଛି ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.