ETV Bharat / sports

Tokyo Paralympics: ପ୍ରଥମ ରାଉଣ୍ଡରେ ହାରିଲେ ସୋନାଲବେନ-ଭାବିନା

author img

By

Published : Aug 25, 2021, 3:59 PM IST

ଟୋକିଓରେ ଭାରତର ପାରାଲମ୍ପିକ୍ସ ଅଭିଯାନ ଆରମ୍ଭ ହୋଇଛି । ଦୁଇ ପାରାଲମ୍ପିଆନ ପେଡଲର ଭାବିନା ପଟେଲ ଓ ସୋନାଲବେନ ପଟେଲ ପ୍ରଥମ ରାଉଣ୍ଡରେ ହିଁ ପରାଜିତ ହୋଇଛନ୍ତି । ଅଧିକ ପଢ଼ନ୍ତୁ...

Tokyo Paralympics:ପ୍ରଥମରାଉଣ୍ଡରେ ହାରିଲେ ସୋନାଲବେନ-ଭାବିନା

ଟୋକିଓ: ଆଜିଠାରୁ ଟୋକିଓରେ ଭାରତର ପାରାଲମ୍ପିକ୍ସ ଅଭିଯାନ ଆରମ୍ଭ ହୋଇଛି । ଟେବୁଲ ଟେନିସ ଇଭେଣ୍ଟରୁ ଭାରତ ତାର ଅଭିଯାନ ଆରମ୍ଭ କରିଥିବାବେଳେ ଦୁଇ ପାରାଲମ୍ପିଆନ ପେଡଲର ଭାବିନା ପଟେଲ ଓ ସୋନାଲବେନ ପଟେଲ ପ୍ରଥମ ରାଉଣ୍ଡରେ ହିଁ ପରାଜିତ ହୋଇଛନ୍ତି । କଡ଼ା ସଂଘର୍ଷ ସତ୍ତ୍ବେ ଦୁହିଁଙ୍କୁ ପରାଜିତ ହେବାକୁ ପଡ଼ିଛି ।

ସିଙ୍ଗଲ୍ସ ଇଭେଣ୍ଟର C4 କାଟାଗୋରୀର ପ୍ରଥମ ରାଉଣ୍ଡରେ ଭାବିନା ପଟେଲ ଚୀନର ୟିଙ୍ଗ ଝୋଉଙ୍କୁ ଭେଟିଥିଲେ । ସେପଟେ C3 କାଟାଗୋରୀରେ ଭାରତୀୟ ପେଡଲର ସୋନାଲବେନ ପଟେଲ ଚୀନର କିୟାଲ ଲୀ'ଙ୍କୁ ଭେଟିଥିଲେ । ମହିଳା ସିଙ୍ଗଲ୍ସ କ୍ଲାସ-୪ର ଗ୍ରୁପ-ଏ ମୁକାବିଲାରେ ଭାବିନା ଚୀନର ପେଡଲରଙ୍କଠାରୁ ୩-୦ରେ ପରାଜିତ ହୋଇଛନ୍ତି । ପ୍ରଥମ ସେଟ ଆରମ୍ଭ ହେବାର ମାତ୍ର ୫ ମିନିଟ ମଧ୍ୟରେ ଭାବିନା ୩-୧୧ରେ ପରାଜିତ ହୋଇଥିଲେ । ଏହାପରେ ଦ୍ବିତୀୟ ସେଟରେ ଉଭୟଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଥିଲା । ଏହାସତ୍ତ୍ବେ ସେ ଦ୍ବିତୀୟ ସେଟ ମଧ୍ୟ ୯-୧୧ରେ ପରାଜିତ ହୋଇଥିଲେ । ଏହାପରେ ତୃତୀୟ ସେଟରେ ଚୀନ ପେଡଲର ୨-୧୧ରେ ଏକ ପାଖିଆ ଭାବରେ ବିଜୟ ହାସଲ କରି ମ୍ୟାଚ ଜିତି ନେଇଥିଲେ ।

ଅଗଷ୍ଟ ୨୬ ତାରଖରେ ଭାବିନା ନିଜର ଦ୍ବିତୀୟ ଗ୍ରୁପ ମ୍ୟାଚ ଖେଳିବେ । ସୋନାଲବେନ ପଟେଲ ମଧ୍ୟ ଚୀନର କିୟାନଙ୍କଠାରୁ ୩-୨ ପଏଣ୍ଟରେ ପରାଜିତ ହୋଇଛନ୍ତି । ବିଶ୍ବର ୪ ନମ୍ବର ରାଙ୍କିଂରେ ଥିବା କିୟାନ ଲି'ଙ୍କ ବିପକ୍ଷରେ ସୋନାଲବେନ ଦମଦାର ପ୍ରଦର୍ଶନ କରି ପ୍ରଥମ ସେଟକୁ ୯-୧୧ରେ ଜିତି ନେଇଥିଲେ । ତେବେ ଏହାପରେ ୧୧-୩ରେ ଦ୍ବିତୀୟ ସେଟରେ ବିଜୟ ହାସଲ କରିଥିଲେ ଚୀନର କିୟାନ । ପୁନଃ ତୃତୀୟ ସେଟକୁ ୧୫-୧୭ରେ ଜିତି ନେଇଥିଲେ ସୋନାଲବେନ । ଏହାପରେ ଲଗାତାର ଦୁଇଟି ସେଟରେ ୧୧-୭ ଓ ୧୧-୪ରେ ପରାଜିତ ହୋଇଥିଲେ ସୋନଲବେନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.